ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ : ମହାମାରୀ କାଳରେ ଓଡ଼ିଶା ଠାରୁ ଶିଖ ଅକ୍ସିଜେନ ପରିଚାଳନା

The Sakala Picture
Published On

ଭୁବନେଶ୍ୱର : ଅକ୍ସିଜେନ୍ ଅଭାବ ଦିଲ୍ଲୀ ଓ ମୁମ୍ବାଇରେ କୋଭିଡ଼ ପରିସ୍ଥିତିକୁ ଉଦବେଗଜନକ କରିଛି । ବିିଭିନ୍ନ ଡ଼ାକ୍ତରଖାନାରେ ଯେତିକି ଅକ୍ସିଜେନ ଗଚ୍ଛିତ ରହିଛି, ତାହା ଅତିବେଶୀରେ ୧୦ ଘଣ୍ଟା ଯାଏ ଚାଲି ପାରିବ । ଏହାପରେ ରୋଗୀମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ନାହିଁ । ଦିଲ୍ଲୀକୁ ଅକ୍ସିଜେନ କୋଟା ବୃଦ୍ଧି ନିମନ୍ତେ ବାରମ୍ବାର ଦାବି ସତ୍ୱେ କେନ୍ଦ୍ର ସରକାର ଏହାପ୍ରତି ଗୁରୁତ୍ୱ ଦେଉ ନ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । […]

ଭୁବନେଶ୍ୱର : ଅକ୍ସିଜେନ୍ ଅଭାବ ଦିଲ୍ଲୀ ଓ ମୁମ୍ବାଇରେ କୋଭିଡ଼ ପରିସ୍ଥିତିକୁ ଉଦବେଗଜନକ କରିଛି । ବିିଭିନ୍ନ ଡ଼ାକ୍ତରଖାନାରେ ଯେତିକି ଅକ୍ସିଜେନ ଗଚ୍ଛିତ ରହିଛି, ତାହା ଅତିବେଶୀରେ ୧୦ ଘଣ୍ଟା ଯାଏ ଚାଲି ପାରିବ । ଏହାପରେ ରୋଗୀମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ନାହିଁ । ଦିଲ୍ଲୀକୁ ଅକ୍ସିଜେନ କୋଟା ବୃଦ୍ଧି ନିମନ୍ତେ ବାରମ୍ବାର ଦାବି ସତ୍ୱେ କେନ୍ଦ୍ର ସରକାର ଏହାପ୍ରତି ଗୁରୁତ୍ୱ ଦେଉ ନ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମାନ ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହି ସ୍ଥିତିରେ ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍ ଯୋଗାଣ ଉପରେ ହସ୍ତକ୍ଷେପ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ RWSS ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ହାଇକୋର୍ଟ କହିଛନ୍ତି ଯେ ଏପ୍ରିଲ ୨୨ ତାରିଖରୁ ଅକ୍ସଜେନ ଯୋଗାଣ ବନ୍ଦ କରିବାକୁ ଦିଆଯାଇଥିବା ନିର୍ଦେଶ ଆଜିଠାରୁ କାହିଁକି କାର୍ଯ୍ୟକାରୀ ହୋଇ ପାରିବ ନାହିଁ? ମଣିଷ ଜୀବନଠାରୁ ଶିଳ୍ପ କ’ଣ ଅଧିକ ଗୁରୁତ୍ୱପୂର୍ଣର୍ । ପେଟ୍ରୋଲିୟମ ଓ ଇସ୍ପାତ ଶିଳ୍ପଗୁଡ଼ିକ ବିପୁଳ ପରିମାଣରେ ଅକ୍ସିଜେନ୍ ବ୍ୟବହାର କରୁଛନ୍ତି । ଯେତେବେଳେ ଦେଶ ଭୟଙ୍କର ବିପର୍ଯ୍ୟୟ ଦିଗକୁ ଗତି କରୁଛି ସେତେବେଳେ ଶିଳ୍ପ ଦରଦ କେଉଁ ଦୃଷ୍ଟିରୁ ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଇସ୍ପାତ ଓ ପେଟ୍ରୋଲିୟମ ଶିଳ୍ପ କ୍ଷେତ୍ରର ପ୍ରଭାବଶାଳୀ ଲବି ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ ଯୋଗାଣରେ ବାଧକ ସାଜିଛି ବୋଲି ଉଲ୍ଲେଖ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅକ୍ସିଜେନ ପରିଚାଳନାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଲୋକଙ୍କ ସ୍ୱାସ୍ଥ୍ୟ ଓ ଶିଳ୍ପ ମଧ୍ୟରେ ଭାରସାମ୍ୟ ରଖି କିପରି ଅକ୍ସିଜେନ ପରିଚାଳନା କରାଯାଇଥାଏ ତାହା ଅନ୍ୟ ରାଜ୍ୟମାନେ ଓଡ଼ିଶାଠାରୁ ଶିଖନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

20 Apr 2021 By The Sakala

ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ : ମହାମାରୀ କାଳରେ ଓଡ଼ିଶା ଠାରୁ ଶିଖ ଅକ୍ସିଜେନ ପରିଚାଳନା

ଭୁବନେଶ୍ୱର : ଅକ୍ସିଜେନ୍ ଅଭାବ ଦିଲ୍ଲୀ ଓ ମୁମ୍ବାଇରେ କୋଭିଡ଼ ପରିସ୍ଥିତିକୁ ଉଦବେଗଜନକ କରିଛି । ବିିଭିନ୍ନ ଡ଼ାକ୍ତରଖାନାରେ ଯେତିକି ଅକ୍ସିଜେନ ଗଚ୍ଛିତ ରହିଛି, ତାହା ଅତିବେଶୀରେ ୧୦ ଘଣ୍ଟା ଯାଏ ଚାଲି ପାରିବ । ଏହାପରେ ରୋଗୀମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ନାହିଁ । ଦିଲ୍ଲୀକୁ ଅକ୍ସିଜେନ କୋଟା ବୃଦ୍ଧି ନିମନ୍ତେ ବାରମ୍ବାର ଦାବି ସତ୍ୱେ କେନ୍ଦ୍ର ସରକାର ଏହାପ୍ରତି ଗୁରୁତ୍ୱ ଦେଉ ନ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମାନ ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହି ସ୍ଥିତିରେ ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍ ଯୋଗାଣ ଉପରେ ହସ୍ତକ୍ଷେପ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟ କହିଛନ୍ତି ଯେ ଏପ୍ରିଲ ୨୨ ତାରିଖରୁ ଅକ୍ସଜେନ ଯୋଗାଣ ବନ୍ଦ କରିବାକୁ ଦିଆଯାଇଥିବା ନିର୍ଦେଶ ଆଜିଠାରୁ କାହିଁକି କାର୍ଯ୍ୟକାରୀ ହୋଇ ପାରିବ ନାହିଁ? ମଣିଷ ଜୀବନଠାରୁ ଶିଳ୍ପ କ’ଣ ଅଧିକ ଗୁରୁତ୍ୱପୂର୍ଣର୍ । ପେଟ୍ରୋଲିୟମ ଓ ଇସ୍ପାତ ଶିଳ୍ପଗୁଡ଼ିକ ବିପୁଳ ପରିମାଣରେ ଅକ୍ସିଜେନ୍ ବ୍ୟବହାର କରୁଛନ୍ତି । ଯେତେବେଳେ ଦେଶ ଭୟଙ୍କର ବିପର୍ଯ୍ୟୟ ଦିଗକୁ ଗତି କରୁଛି ସେତେବେଳେ ଶିଳ୍ପ ଦରଦ କେଉଁ ଦୃଷ୍ଟିରୁ ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଇସ୍ପାତ ଓ ପେଟ୍ରୋଲିୟମ ଶିଳ୍ପ କ୍ଷେତ୍ରର ପ୍ରଭାବଶାଳୀ ଲବି ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ ଯୋଗାଣରେ ବାଧକ ସାଜିଛି ବୋଲି ଉଲ୍ଲେଖ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅକ୍ସିଜେନ ପରିଚାଳନାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଲୋକଙ୍କ ସ୍ୱାସ୍ଥ୍ୟ ଓ ଶିଳ୍ପ ମଧ୍ୟରେ ଭାରସାମ୍ୟ ରଖି କିପରି ଅକ୍ସିଜେନ ପରିଚାଳନା କରାଯାଇଥାଏ ତାହା ଅନ୍ୟ ରାଜ୍ୟମାନେ ଓଡ଼ିଶାଠାରୁ ଶିଖନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର