ଡ଼ବଲ ଇଞ୍ଜିନ୍‌ ସରକାର ମଧ୍ୟ ଓଡ଼ିଶାକୁ ଉପେକ୍ଷା, ରାଜ୍ୟ ଉପରେ ହଜାର ହଜାର କୋଟି ଟଙ୍କାର କରଜ ବୋଝ

The Sakala Picture
Published On

ଭୁବନେଶ୍ୱର : ପୂର୍ବରୁ ଓଡ଼ିଶାକୁ ଅବହେଳା କରୁଥିିଲା କେନ୍ଦ୍ର। ରାଜ୍ୟ ସରକାର ବାରମ୍ବାର ଦାବି କରିବା ସତ୍ତ୍ବେ କେନ୍ଦ୍ର ଓଡ଼ିଶାର ନାଯ୍ୟ ଦାବିପ୍ରତି କର୍ଣ୍ଣପାତ କରୁ ନ ଥିଲା। ରାଜ୍ୟରେ ଡ଼ବଲ ଇଞ୍ଜିନ୍‌ ସରକାର ଆସିଲେ ଓଡ଼ିଶାର ସବୁ ଦାବି ପୂରଣ ହେବ ବୋଲି ବିଜେପି ନେତାମାନେ କହୁଥିଲେ। ମାତ୍ର ବିଜେପି ସରକାର ଗଢ଼ିବା ପରେ ମଧ୍ୟ ଡ଼ବଲ ଇଞ୍ଜିନ୍‌ ସରକାର ମଧ୍ୟ ଓଡ଼ିଶାକୁ ଉପେକ୍ଷା କରିଚାଲିଛି । ରାଜ୍ୟର ହକ୍‌ ଦେବା ପାଇଁ କେନ୍ଦ୍ର ହାତ […]

ଭୁବନେଶ୍ୱର : ପୂର୍ବରୁ ଓଡ଼ିଶାକୁ ଅବହେଳା କରୁଥିିଲା କେନ୍ଦ୍ର। ରାଜ୍ୟ ସରକାର ବାରମ୍ବାର ଦାବି କରିବା ସତ୍ତ୍ବେ କେନ୍ଦ୍ର ଓଡ଼ିଶାର ନାଯ୍ୟ ଦାବିପ୍ରତି କର୍ଣ୍ଣପାତ କରୁ ନ ଥିଲା। ରାଜ୍ୟରେ ଡ଼ବଲ ଇଞ୍ଜିନ୍‌ ସରକାର ଆସିଲେ ଓଡ଼ିଶାର ସବୁ ଦାବି ପୂରଣ ହେବ ବୋଲି ବିଜେପି ନେତାମାନେ କହୁଥିଲେ। ମାତ୍ର ବିଜେପି ସରକାର ଗଢ଼ିବା ପରେ ମଧ୍ୟ ଡ଼ବଲ ଇଞ୍ଜିନ୍‌ ସରକାର ମଧ୍ୟ ଓଡ଼ିଶାକୁ ଉପେକ୍ଷା କରିଚାଲିଛି । ରାଜ୍ୟର ହକ୍‌ ଦେବା ପାଇଁ କେନ୍ଦ୍ର ହାତ ଖୋଲୁ ନାହିଁ। ଖାଦ୍ୟ ସୁରକ୍ଷା ପାଇଁ ଭଲ କାମ କରି ସୁନାମ ଆଣିଥିବା ଓଡ଼ିଶା ଏବେ ହଜାର ହଜାର କୋଟି ଟଙ୍କାର କରଜ ବୋଝ ତଳେ ଚାପି ହୋଇଯାଇଛି। ସବ୍‌ସିଡି, ଅନ୍ନ ଯୋଜନା, ଅନ୍ତ୍ୟୋଦୟ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌, ସବୁଥିରେ ସମାନ କେନ୍ଦ୍ର ଉପରେ ଶହଶହ କୋଟି ଟଙ୍କା ବକେୟା ଅର୍ଥ ପଡ଼ିଛି। ତଥାପି କେନ୍ଦ୍ର ସରକାର ଏହି ଅର୍ଥ ଦେଉ ନାହାନ୍ତି, ରାଜ୍ୟ ସରକାର କେବଳ ଚିଠି ଲେଖି ନିଜ ଦାୟିତ୍ୱ ତୁଟାଇ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଜୁନ୍‌ ୧୮ରେ ଭୋଟିଂ

ବିଭିନ୍ନ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ତଥା ଅନ୍ୟ ଯୋଜନା ପାଇଁ ରାଜ୍ୟ ସରକାର ନିଜ ହାତରୁ ଅର୍ଥ ବ୍ୟୟ କରିଥାନ୍ତି ଏବଂ ପରେ କେନ୍ଦ୍ର ସରକାର ନିଜ ଭାଗର ଅର୍ଥ ଯୋଗାଣ ବିଭାଗକୁ ପ୍ରଦାନ କରିଥାନ୍ତି। ତେବେ ୨୦୦୩-୦୪ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଯେତିକି ବକେୟା ଅର୍ଥ ପୈଠ ପାଇଁ ଦାବି କରିଛନ୍ତି, କେନ୍ଦ୍ର ସରକାର ଏହାଠାରୁ ଯଥେଷ୍ଟ କମ୍‌ ଅର୍ଥ ରାଜ୍ୟକୁ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହେବା ଦିନରୁ ରାଜ୍ୟକୁ ବକେୟା ଅର୍ଥ ପ୍ରଦାନରେ ବିଳମ୍ବ କରାଯାଉଛି। ଏ ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୨୦୦୦ କୋଟି ଟଙ୍କା ବକେୟା ପଡ଼ିଛି। ଖାଦ୍ୟ ସବ୍‌ସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୯୮୫୦ କୋଟି ଟଙ୍କା ବକେୟା ଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ବାବଦରେ ବକେୟା ଅର୍ଥ ପରିମାଣ ୭୭୭୭ କୋଟି ଟଙ୍କା।

ଆହୁରି ପଢ଼ନ୍ତୁ: ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ: ବିଜେଡି

ଗତ ବର୍ଷ ମେ’ ମାସ ସୁଦ୍ଧା କେନ୍ଦ୍ର ଉପରେ ୧୪ ହଜାର କୋଟିରୁ ଅଧିକ ଟଙ୍କା ବକେୟା ଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖି କେନ୍ଦ୍ର ଓ ଖାଦ୍ୟ ଯୋଗାଣ ବିଭାଗ କହିଥିଲା ଯେ ସବୁ ରାଜ୍ୟକୁ ନିୟମିତ ଭାବେ ସବ୍‌ସିଡି ଅର୍ଥ ପ୍ରଦାନ କରାଯାଉଛି। ତେବେ ବକେୟା ଅର୍ଥ ରଖୁଥିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଛି। ଏବେ ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାର ଥିବା ବେଳେ ବକେୟା ରାଶି କମିବା ବଦଳରେ ବଢ଼ିବା ସମସ୍ତଙ୍କୁ ଚକିତ କରୁଛି। କ୍ରମାଗତ ଭାବେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଖର୍ଚ୍ଚ ଏବଂ ପାଣ୍ଠିର ଆବଶ୍ୟକତା ବଢ଼ୁଛି।

ଆହୁରି ପଢ଼ନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଥାନା ଘେରାଉ ସହ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖାଦ୍ୟ ସୁରକ୍ଷାରେ ବକେୟା ଅର୍ଥ ରାଶି ମିଳିବାରେ ବିଳମ୍ବକୁ ନେଇ ବିଧାନସଭାର ବଜେଟ ଅଧିବେସନରେ ସରକାରଙ୍କୁ ବିରୋଧୀ ଘେରିଥିଲେ। କେବଳ ସବ୍‌ସିଡି କିମ୍ବା ଖାଦ୍ୟ ସୁରକ୍ଷା ଯୋଜନା ପାଣ୍ଠି ନୁହେଁ, ପରିବହନ, ରକ୍ଷଣାବେକ୍ଷଣ, ଧାନ ରଖିବା ପାଇଁ ବସ୍ତା ଆଦିର ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡୁଛି। ଉଚିତ ସମୟରେ ପ୍ରାପ୍ୟ ନ ମିଳିବା ହେତୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପାତର ଅନ୍ତର ଓଡ଼ିଶାକୁ ପଛକୁ ଟାଣି ନେବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ତରଫରୁ ଆମେ ବ୍ୟାଙ୍କ ଋଣ କରି ଖର୍ଚ୍ଚ କରୁଛୁ। ଏହି ଅର୍ଥ ଠିକ୍‌ ସମୟରେ ନ ମିଳିବାରୁ ରାଜ୍ୟ ସରକାରଙ୍କ ଉପରେ ଋଣ ବୋଝ ବଢ଼ୁଛି। ଅର୍ଥ ଠିକ୍‌ ସମୟରେ ଆସିଲେ ଯୋଜନାର କାର୍ଯ୍ୟାନ୍ୱୟନରେ ଦକ୍ଷତା ବଢ଼ିବ ବୋଲି ସେ କହିଛନ୍ତି।

15 Apr 2025 By The Sakala

ଡ଼ବଲ ଇଞ୍ଜିନ୍‌ ସରକାର ମଧ୍ୟ ଓଡ଼ିଶାକୁ ଉପେକ୍ଷା, ରାଜ୍ୟ ଉପରେ ହଜାର ହଜାର କୋଟି ଟଙ୍କାର କରଜ ବୋଝ

ଭୁବନେଶ୍ୱର : ପୂର୍ବରୁ ଓଡ଼ିଶାକୁ ଅବହେଳା କରୁଥିିଲା କେନ୍ଦ୍ର। ରାଜ୍ୟ ସରକାର ବାରମ୍ବାର ଦାବି କରିବା ସତ୍ତ୍ବେ କେନ୍ଦ୍ର ଓଡ଼ିଶାର ନାଯ୍ୟ ଦାବିପ୍ରତି କର୍ଣ୍ଣପାତ କରୁ ନ ଥିଲା। ରାଜ୍ୟରେ ଡ଼ବଲ ଇଞ୍ଜିନ୍‌ ସରକାର ଆସିଲେ ଓଡ଼ିଶାର ସବୁ ଦାବି ପୂରଣ ହେବ ବୋଲି ବିଜେପି ନେତାମାନେ କହୁଥିଲେ। ମାତ୍ର ବିଜେପି ସରକାର ଗଢ଼ିବା ପରେ ମଧ୍ୟ ଡ଼ବଲ ଇଞ୍ଜିନ୍‌ ସରକାର ମଧ୍ୟ ଓଡ଼ିଶାକୁ ଉପେକ୍ଷା କରିଚାଲିଛି । ରାଜ୍ୟର ହକ୍‌ ଦେବା ପାଇଁ କେନ୍ଦ୍ର ହାତ ଖୋଲୁ ନାହିଁ। ଖାଦ୍ୟ ସୁରକ୍ଷା ପାଇଁ ଭଲ କାମ କରି ସୁନାମ ଆଣିଥିବା ଓଡ଼ିଶା ଏବେ ହଜାର ହଜାର କୋଟି ଟଙ୍କାର କରଜ ବୋଝ ତଳେ ଚାପି ହୋଇଯାଇଛି। ସବ୍‌ସିଡି, ଅନ୍ନ ଯୋଜନା, ଅନ୍ତ୍ୟୋଦୟ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌, ସବୁଥିରେ ସମାନ କେନ୍ଦ୍ର ଉପରେ ଶହଶହ କୋଟି ଟଙ୍କା ବକେୟା ଅର୍ଥ ପଡ଼ିଛି। ତଥାପି କେନ୍ଦ୍ର ସରକାର ଏହି ଅର୍ଥ ଦେଉ ନାହାନ୍ତି, ରାଜ୍ୟ ସରକାର କେବଳ ଚିଠି ଲେଖି ନିଜ ଦାୟିତ୍ୱ ତୁଟାଇ ଦେଉଛନ୍ତି ।

ବିଭିନ୍ନ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ତଥା ଅନ୍ୟ ଯୋଜନା ପାଇଁ ରାଜ୍ୟ ସରକାର ନିଜ ହାତରୁ ଅର୍ଥ ବ୍ୟୟ କରିଥାନ୍ତି ଏବଂ ପରେ କେନ୍ଦ୍ର ସରକାର ନିଜ ଭାଗର ଅର୍ଥ ଯୋଗାଣ ବିଭାଗକୁ ପ୍ରଦାନ କରିଥାନ୍ତି। ତେବେ ୨୦୦୩-୦୪ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଯେତିକି ବକେୟା ଅର୍ଥ ପୈଠ ପାଇଁ ଦାବି କରିଛନ୍ତି, କେନ୍ଦ୍ର ସରକାର ଏହାଠାରୁ ଯଥେଷ୍ଟ କମ୍‌ ଅର୍ଥ ରାଜ୍ୟକୁ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହେବା ଦିନରୁ ରାଜ୍ୟକୁ ବକେୟା ଅର୍ଥ ପ୍ରଦାନରେ ବିଳମ୍ବ କରାଯାଉଛି। ଏ ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୨୦୦୦ କୋଟି ଟଙ୍କା ବକେୟା ପଡ଼ିଛି। ଖାଦ୍ୟ ସବ୍‌ସିଡି ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୯୮୫୦ କୋଟି ଟଙ୍କା ବକେୟା ଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ବାବଦରେ ବକେୟା ଅର୍ଥ ପରିମାଣ ୭୭୭୭ କୋଟି ଟଙ୍କା।

ଗତ ବର୍ଷ ମେ’ ମାସ ସୁଦ୍ଧା କେନ୍ଦ୍ର ଉପରେ ୧୪ ହଜାର କୋଟିରୁ ଅଧିକ ଟଙ୍କା ବକେୟା ଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖି କେନ୍ଦ୍ର ଓ ଖାଦ୍ୟ ଯୋଗାଣ ବିଭାଗ କହିଥିଲା ଯେ ସବୁ ରାଜ୍ୟକୁ ନିୟମିତ ଭାବେ ସବ୍‌ସିଡି ଅର୍ଥ ପ୍ରଦାନ କରାଯାଉଛି। ତେବେ ବକେୟା ଅର୍ଥ ରଖୁଥିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଛି। ଏବେ ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାର ଥିବା ବେଳେ ବକେୟା ରାଶି କମିବା ବଦଳରେ ବଢ଼ିବା ସମସ୍ତଙ୍କୁ ଚକିତ କରୁଛି। କ୍ରମାଗତ ଭାବେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଖର୍ଚ୍ଚ ଏବଂ ପାଣ୍ଠିର ଆବଶ୍ୟକତା ବଢ଼ୁଛି।

ଖାଦ୍ୟ ସୁରକ୍ଷାରେ ବକେୟା ଅର୍ଥ ରାଶି ମିଳିବାରେ ବିଳମ୍ବକୁ ନେଇ ବିଧାନସଭାର ବଜେଟ ଅଧିବେସନରେ ସରକାରଙ୍କୁ ବିରୋଧୀ ଘେରିଥିଲେ। କେବଳ ସବ୍‌ସିଡି କିମ୍ବା ଖାଦ୍ୟ ସୁରକ୍ଷା ଯୋଜନା ପାଣ୍ଠି ନୁହେଁ, ପରିବହନ, ରକ୍ଷଣାବେକ୍ଷଣ, ଧାନ ରଖିବା ପାଇଁ ବସ୍ତା ଆଦିର ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡୁଛି। ଉଚିତ ସମୟରେ ପ୍ରାପ୍ୟ ନ ମିଳିବା ହେତୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପାତର ଅନ୍ତର ଓଡ଼ିଶାକୁ ପଛକୁ ଟାଣି ନେବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ତରଫରୁ ଆମେ ବ୍ୟାଙ୍କ ଋଣ କରି ଖର୍ଚ୍ଚ କରୁଛୁ। ଏହି ଅର୍ଥ ଠିକ୍‌ ସମୟରେ ନ ମିଳିବାରୁ ରାଜ୍ୟ ସରକାରଙ୍କ ଉପରେ ଋଣ ବୋଝ ବଢ଼ୁଛି। ଅର୍ଥ ଠିକ୍‌ ସମୟରେ ଆସିଲେ ଯୋଜନାର କାର୍ଯ୍ୟାନ୍ୱୟନରେ ଦକ୍ଷତା ବଢ଼ିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର