ଯାତ୍ରା ପାର୍ଟିରୁ ଅଗ୍ରୀମ ଟଙ୍କା ନେଇଥିବା ନେଇ ହୋଇଥିବା ଅଭିଯୋଗ କୁ ଖଣ୍ଡନ କଲେ ଦୈତାରି ପଣ୍ଡା

The Sakala Picture
Published On

ଔପଦା : ଓଡ଼ିଶା ଯାତ୍ରା ଜଗତର ବିଶିଷ୍ଟ ଖଳନାୟକ ଦୈତାରି ପଣ୍ଡାଙ୍କ ନାମରେ ଅନଲାଇନରେ ଔପଦା ଥାନାରେ ରାଜଧାନୀ ମିଡ଼ିଆ ହାଉସର ସିଇଓ ହର ବାରିକ ଅଭିଯୋଗ କରିଥିବାର ଜଣାଯାଇଛି। ସିଇଓ ଶ୍ରୀ ବାରିକଙ୍କ ଅଭିଯୋଗ ଅନୁସାରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ରୀ ପଣ୍ଡା ପାର୍ବତୀ ଗଣନାଟ୍ୟ ଠାରୁ ଯାତ୍ରା ପରିବେଷଣ କରିବା ପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଆଖଡାରେ ଯୋଗ ଦେଉନାହାନ୍ତି। ଏନେଇ ବାରମ୍ବାର ତାଙ୍କ ସହ ତାଙ୍କର ଔପଦା ସ୍ଥିତ […]

ଔପଦା : ଓଡ଼ିଶା ଯାତ୍ରା ଜଗତର ବିଶିଷ୍ଟ ଖଳନାୟକ ଦୈତାରି ପଣ୍ଡାଙ୍କ ନାମରେ ଅନଲାଇନରେ ଔପଦା ଥାନାରେ ରାଜଧାନୀ ମିଡ଼ିଆ ହାଉସର ସିଇଓ ହର ବାରିକ ଅଭିଯୋଗ କରିଥିବାର ଜଣାଯାଇଛି। ସିଇଓ ଶ୍ରୀ ବାରିକଙ୍କ ଅଭିଯୋଗ ଅନୁସାରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ରୀ ପଣ୍ଡା ପାର୍ବତୀ ଗଣନାଟ୍ୟ ଠାରୁ ଯାତ୍ରା ପରିବେଷଣ କରିବା ପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଆଖଡାରେ ଯୋଗ ଦେଉନାହାନ୍ତି। ଏନେଇ ବାରମ୍ବାର ତାଙ୍କ ସହ ତାଙ୍କର ଔପଦା ସ୍ଥିତ ବାସଭବନ ଓ ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରକାରେ ସହଯୋଗ କରୁନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଦାରିଦ୍ର୍ୟର ତାଡ଼ନା ସହିପାରିଲେନି ବାପା-ମା’; ୪ ବର୍ଷର ଝିଅକୁ ୧୫ ହଜାରରେ ବିକିଦେଲେ

ଏ ସମ୍ପର୍କରେ ଦୈତାରି ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ମୁ ତାଙ୍କ ଠାରୁ ଯେତିକି ଦିନ ଯାତ୍ରା କରିଥିଲି ସେତିକି ଦିନର ପାରିଶ୍ରମିକ ଆଣିଛି। ଏହା ଛଡ଼ା ଟଙ୍କାଟିଏ ମଧ୍ୟ ଅଧିକ ଆଣିନି। ମୁ ତାଙ୍କ ଯାତ୍ରା ପାର୍ଟି ଛାଡିଦେଲି ବୋଲି ସେ ଜାଣିଶୁଣି ମୋତେ ବଦନାମ କରିବା ପାଇଁ ଏମିତି ଅପପ୍ରଚାର କରୁଛନ୍ତି ବୋଲି ଦୈତାରି ପଣ୍ଡା ମତାମତ ଦେଇଛନ୍ତି। ଏନେଇ ଔପଦା ଥାନା ଆଇଆଇସି ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ତେବେ ଏଭଳି ଜଣେ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କଳାକାରଙ୍କ ନାମରେ ଏଭଳି ଅଭିଯୋଗ କୁ ଔପଦା ଅଞ୍ଚଳ ବାସୀ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

06 Jul 2022 By The Sakala

ଯାତ୍ରା ପାର୍ଟିରୁ ଅଗ୍ରୀମ ଟଙ୍କା ନେଇଥିବା ନେଇ ହୋଇଥିବା ଅଭିଯୋଗ କୁ ଖଣ୍ଡନ କଲେ ଦୈତାରି ପଣ୍ଡା

ଔପଦା : ଓଡ଼ିଶା ଯାତ୍ରା ଜଗତର ବିଶିଷ୍ଟ ଖଳନାୟକ ଦୈତାରି ପଣ୍ଡାଙ୍କ ନାମରେ ଅନଲାଇନରେ ଔପଦା ଥାନାରେ ରାଜଧାନୀ ମିଡ଼ିଆ ହାଉସର ସିଇଓ ହର ବାରିକ ଅଭିଯୋଗ କରିଥିବାର ଜଣାଯାଇଛି। ସିଇଓ ଶ୍ରୀ ବାରିକଙ୍କ ଅଭିଯୋଗ ଅନୁସାରେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ରୀ ପଣ୍ଡା ପାର୍ବତୀ ଗଣନାଟ୍ୟ ଠାରୁ ଯାତ୍ରା ପରିବେଷଣ କରିବା ପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଆଖଡାରେ ଯୋଗ ଦେଉନାହାନ୍ତି। ଏନେଇ ବାରମ୍ବାର ତାଙ୍କ ସହ ତାଙ୍କର ଔପଦା ସ୍ଥିତ ବାସଭବନ ଓ ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରକାରେ ସହଯୋଗ କରୁନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଦୈତାରି ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ମୁ ତାଙ୍କ ଠାରୁ ଯେତିକି ଦିନ ଯାତ୍ରା କରିଥିଲି ସେତିକି ଦିନର ପାରିଶ୍ରମିକ ଆଣିଛି। ଏହା ଛଡ଼ା ଟଙ୍କାଟିଏ ମଧ୍ୟ ଅଧିକ ଆଣିନି। ମୁ ତାଙ୍କ ଯାତ୍ରା ପାର୍ଟି ଛାଡିଦେଲି ବୋଲି ସେ ଜାଣିଶୁଣି ମୋତେ ବଦନାମ କରିବା ପାଇଁ ଏମିତି ଅପପ୍ରଚାର କରୁଛନ୍ତି ବୋଲି ଦୈତାରି ପଣ୍ଡା ମତାମତ ଦେଇଛନ୍ତି। ଏନେଇ ଔପଦା ଥାନା ଆଇଆଇସି ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ତେବେ ଏଭଳି ଜଣେ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କଳାକାରଙ୍କ ନାମରେ ଏଭଳି ଅଭିଯୋଗ କୁ ଔପଦା ଅଞ୍ଚଳ ବାସୀ ନିନ୍ଦା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର