ଆଜି ଦହବିରା ଆଳୁଦମ୍ ଦିବସ: ସାରା ଦିନର ଭୋକକୁ ମେଣ୍ଟେଇଦିଏ ଦହିବରା…

The Sakala Picture
Published On

ଭୁବନେଶ୍ୱର: ଶନିବାର ହେଉଛି ଦହିବରା ଆଳୁଦମ୍‌‌ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍‌‌ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଯେତେବେଳ ଦହିବରା ଆଳୁଦମ୍‌‌ କଥା ମନକୁ ଆସେ ସେତେବେଳେ କଟକରେ ମିଳୁଥିବା ସୁଆଦିଆ ଦହିବରା ଆଳୁଦମ୍‌‌ କଥା ମନେପଡ଼େ। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଏହାର ଚାହିଦା ପରିଲକ୍ଷିତ ହେଲାଣି। ଛୋଟ ଛୁଆଙ୍କଠାରୁ […]

ଭୁବନେଶ୍ୱର: ଶନିବାର ହେଉଛି ଦହିବରା ଆଳୁଦମ୍‌‌ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍‌‌ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଯେତେବେଳ ଦହିବରା ଆଳୁଦମ୍‌‌ କଥା ମନକୁ ଆସେ ସେତେବେଳେ କଟକରେ ମିଳୁଥିବା ସୁଆଦିଆ ଦହିବରା ଆଳୁଦମ୍‌‌ କଥା ମନେପଡ଼େ। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଏହାର ଚାହିଦା ପରିଲକ୍ଷିତ ହେଲାଣି। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ। ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍‌‌ ଦେଖିବାକୁ ମିଳିଥାଏ। ବେଳେବେଳେ ସାରା ଦିନର ଭୋକକୁ ମେଣ୍ଟେଇଦିଏ ମଧ୍ୟ ଏହି ଦହିବରା।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

ସେହିପରି ଦହିବରାର ଲୋକପ୍ରିୟତା କଟକ ଭଳି ରାଜଧାନୀରେ ମଧ୍ୟ ପରିଲକ୍ଷିତ ହେଉଛି। କଟକର ସେହି ସ୍ୱାଦ ଏବେ ଲୋକ ରାଜଧାନୀରେ ମଧ୍ୟ ପାଇପାରୁଛନ୍ତି। ସେହି ସ୍ୱାଦ ଭଳି ହୋଇଥିବାବେଳେ ଶାଳପତ୍ରରେ ପରଷାଯାଉଛି। ସେହିପରି ୟୁନିଟ୍‌‌ ୧ ମାର୍କେଟ୍‌‌ ନିକଟ ତଥା ରାଜମହଲ ଛକ ଆଡ଼କୁ ଗଲେ ବାମ ପଟକୁ ଦେଖିବାକୁ ମିଳେ ବ୍ରଜବନ୍ତ ସାହୁଙ୍କ ଦହିବରା ଦୋକାନ। ଆଜି କି କାଲି ନୁହେଁ, ୪୦ବର୍ଷ ଧରି ରାଜଧାନୀରେ ଚାଲିଥିବା ତାଙ୍କ କଟକ ଦହିବରା ଦୋକାନରେ ଭିଡ଼ ଦେଖିଲେ ସହଜେ ଜାଣିହେବ। ୩୦ରୁ ୪୦ ଟଙ୍କା ଦେଲେ କଟକ ଦହିବରାର ସ୍ୱାଦ ଏଠାରେ ମିଳିଯାଉଥିବା କିଛି ଗ୍ରାହକ କୁହନ୍ତି। ତେଣୁ ଅନ୍ୟ ଦହିବରା ଦୋକାନଠାରୁ ତାଙ୍କ ପାଖରେ ଭିଡ଼ ଟିକେ ଅଧିକ। ଦହିବରା ଖାଇ ସାରିବା ପରେ ଶାଳପତ୍ରରେ ଦହି ପାଣିର ମଜା ତା’ଠାରୁ ଅଧିକ। ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ୍‌‌ ଏହା ସହ ପିଆଜ, ସେଓ ଏବଂ ପୁଦିନା ଚଟଣି ଏହାର ସୁଆଦ ଆହୁରି ବଢ଼଼ାଇଦିଏ। ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ୍‌‌ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହିପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦର କଥା। ପ୍ରତିଦିନ ସକାଳୁ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଲାଗେ ଠେଲା। ଆଉ ଦହିବରା ବାସ୍ନାରେ ଛାଇଯାଆନ୍ତି ଗ୍ରାହକ। ଦିନରେ ଯଦି ଅନ୍ୟ କୌଣସି ଖାଇବା ନ ମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ। ପ୍ରକାଶଥାଉକି, ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍‌‌ ଫୁଡ୍‌‌ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରସ୍କାର ମିଳିଥିଲା। ତେଣୁ ଅନେକ ସମୟରେ ଏହି କଟକ ପ୍ରସିଦ୍ଧ ଦହିବରାକୁ ଜିଆଇ ଟ୍ୟାଗ୍‌‌ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି।

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

01 Mar 2025 By The Sakala

ଆଜି ଦହବିରା ଆଳୁଦମ୍ ଦିବସ: ସାରା ଦିନର ଭୋକକୁ ମେଣ୍ଟେଇଦିଏ ଦହିବରା…

ଭୁବନେଶ୍ୱର: ଶନିବାର ହେଉଛି ଦହିବରା ଆଳୁଦମ୍‌‌ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍‌‌ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଯେତେବେଳ ଦହିବରା ଆଳୁଦମ୍‌‌ କଥା ମନକୁ ଆସେ ସେତେବେଳେ କଟକରେ ମିଳୁଥିବା ସୁଆଦିଆ ଦହିବରା ଆଳୁଦମ୍‌‌ କଥା ମନେପଡ଼େ। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଏହାର ଚାହିଦା ପରିଲକ୍ଷିତ ହେଲାଣି। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ। ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍‌‌ ଦେଖିବାକୁ ମିଳିଥାଏ। ବେଳେବେଳେ ସାରା ଦିନର ଭୋକକୁ ମେଣ୍ଟେଇଦିଏ ମଧ୍ୟ ଏହି ଦହିବରା।

ସେହିପରି ଦହିବରାର ଲୋକପ୍ରିୟତା କଟକ ଭଳି ରାଜଧାନୀରେ ମଧ୍ୟ ପରିଲକ୍ଷିତ ହେଉଛି। କଟକର ସେହି ସ୍ୱାଦ ଏବେ ଲୋକ ରାଜଧାନୀରେ ମଧ୍ୟ ପାଇପାରୁଛନ୍ତି। ସେହି ସ୍ୱାଦ ଭଳି ହୋଇଥିବାବେଳେ ଶାଳପତ୍ରରେ ପରଷାଯାଉଛି। ସେହିପରି ୟୁନିଟ୍‌‌ ୧ ମାର୍କେଟ୍‌‌ ନିକଟ ତଥା ରାଜମହଲ ଛକ ଆଡ଼କୁ ଗଲେ ବାମ ପଟକୁ ଦେଖିବାକୁ ମିଳେ ବ୍ରଜବନ୍ତ ସାହୁଙ୍କ ଦହିବରା ଦୋକାନ। ଆଜି କି କାଲି ନୁହେଁ, ୪୦ବର୍ଷ ଧରି ରାଜଧାନୀରେ ଚାଲିଥିବା ତାଙ୍କ କଟକ ଦହିବରା ଦୋକାନରେ ଭିଡ଼ ଦେଖିଲେ ସହଜେ ଜାଣିହେବ। ୩୦ରୁ ୪୦ ଟଙ୍କା ଦେଲେ କଟକ ଦହିବରାର ସ୍ୱାଦ ଏଠାରେ ମିଳିଯାଉଥିବା କିଛି ଗ୍ରାହକ କୁହନ୍ତି। ତେଣୁ ଅନ୍ୟ ଦହିବରା ଦୋକାନଠାରୁ ତାଙ୍କ ପାଖରେ ଭିଡ଼ ଟିକେ ଅଧିକ। ଦହିବରା ଖାଇ ସାରିବା ପରେ ଶାଳପତ୍ରରେ ଦହି ପାଣିର ମଜା ତା’ଠାରୁ ଅଧିକ। ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ୍‌‌ ଏହା ସହ ପିଆଜ, ସେଓ ଏବଂ ପୁଦିନା ଚଟଣି ଏହାର ସୁଆଦ ଆହୁରି ବଢ଼଼ାଇଦିଏ। ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ୍‌‌ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହିପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦର କଥା। ପ୍ରତିଦିନ ସକାଳୁ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଲାଗେ ଠେଲା। ଆଉ ଦହିବରା ବାସ୍ନାରେ ଛାଇଯାଆନ୍ତି ଗ୍ରାହକ। ଦିନରେ ଯଦି ଅନ୍ୟ କୌଣସି ଖାଇବା ନ ମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ। ପ୍ରକାଶଥାଉକି, ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍‌‌ ଫୁଡ୍‌‌ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରସ୍କାର ମିଳିଥିଲା। ତେଣୁ ଅନେକ ସମୟରେ ଏହି କଟକ ପ୍ରସିଦ୍ଧ ଦହିବରାକୁ ଜିଆଇ ଟ୍ୟାଗ୍‌‌ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର