ଶିକ୍ଷକ ବଦଳି ପାଇଁ ବିଧାୟକ ଓ ସାଂସଦଙ୍କ ସୁପାରିସ ପ୍ରସଙ୍ଗ, ଅନ୍ତରୀଣ ରହିତାଦେଶ ଲଗାଇଲେ ହାଇକୋର୍ଟ

The Sakala Picture
Published On

କଟକ : ରାଜ୍ୟ ସରକାର ନିକଟରେ ବିଧାୟକ ଓ ସାଂସଦଙ୍କ ସୁପାରିସ ଭିତ୍ତିରେ ଶିକ୍ଷକଙ୍କ ବଦଳି ସମ୍ପର୍କିତ ନିଷ୍ପତ୍ତି ନେଇଥିବା ବେଳେ ଏହି ସୁପାରିସ ଆଧାରରେ କରାଯାଇଥିବା ବଦଳି ଆଦେଶକୁ ବିରୋଧ କରି କେତେକ ଶିକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କିତ ଦୁଇଟି ମାମଲାର ଶୁଣାଣି କରି ଆବେଦନକାରୀ ଶିକ୍ଷକଙ୍କ ବଦଳି ଆଦେଶ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଫକିର ମହାନନ୍ଦ ଓ ରାହୁଲ ତ୍ରିପାଠୀଙ୍କ ତରଫରୁ ରୁଜୁ […]

କଟକ : ରାଜ୍ୟ ସରକାର ନିକଟରେ ବିଧାୟକ ଓ ସାଂସଦଙ୍କ ସୁପାରିସ ଭିତ୍ତିରେ ଶିକ୍ଷକଙ୍କ ବଦଳି ସମ୍ପର୍କିତ ନିଷ୍ପତ୍ତି ନେଇଥିବା ବେଳେ ଏହି ସୁପାରିସ ଆଧାରରେ କରାଯାଇଥିବା ବଦଳି ଆଦେଶକୁ ବିରୋଧ କରି କେତେକ ଶିକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କିତ ଦୁଇଟି ମାମଲାର ଶୁଣାଣି କରି ଆବେଦନକାରୀ ଶିକ୍ଷକଙ୍କ ବଦଳି ଆଦେଶ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଫକିର ମହାନନ୍ଦ ଓ ରାହୁଲ ତ୍ରିପାଠୀଙ୍କ ତରଫରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପ୍ରତିପକ୍ଷ ରାଜ୍ୟ ସରକାର ଓ ଅନ୍ୟ ମାନଙ୍କୁ ନୋଟିସ କରିବା ସହ ଜବାବ ତଲବ କରିଛନ୍ତି ଅଦାଲତ।

ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ବିଧାୟକ ଓ ସାଂସଦ ମାନେ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ପର୍ଯ୍ୟନ୍ତ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ନେଇଥିବା ନିଷ୍ପତ୍ତିକୁ ବିଭାଗୀୟ ଯୁଗ୍ମ ସଚିବଙ୍କ ପକ୍ଷରୁ ଗତ ମେ୧୩ ତାରିଖରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଦିଆଯାଇଥିଲା। ବଦଳି ସୁପାରିସ ଜିଲ୍ଲାସ୍ତରୀୟ ବଦଳି କମିଟି(ଡିଏଲଟିସି)କୁ ମେ୧୫ରୁ ଜୁନ୧୫ ମଧ୍ୟରେ ପଠାଯିବା ପରେ କମିଟି କାର୍ଯ୍ୟକାରୀ କରିବ ବୋଲି ଉଲ୍ଲେଖ ଥିଲା। ଆବେଦନକାରୀ କଳହାଣ୍ଡି ଜିଲ୍ଲାର ଶିକ୍ଷକଙ୍କୁ ମଧ୍ୟ ଅନୁରୁପ ଭାବ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସୁପାରିସ କ୍ରମେ ବଦଳି କରାଯାଇଥିଲା। ଏପରିକି ଆବେଦନକାରୀଙ୍କୁ ୧୦୦କିଲୋମିଟର ଦୂରକୁ ବଦଳି ପାଇଁ ଆଦେଶ ଜାରି ହୋଇଥିଲା। ଏଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବଦଳି ନିଷ୍ପତ୍ତି ପାଇଁ କୌଣସି କ୍ଷମତା କିମ୍ବା ଯଥାର୍ଥତା ନ ଥିବା ବେଳେ ବଦଳି ଆଦେଶକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଚାରି ସପ୍ତାହ ପରେ ହେବ ବୋଲି ଅଦାଲତ ଧାର୍ଯ୍ୟ କରିଛନ୍ତି।

31 Jul 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର