ନିଖୋଜର ୪୮ ଘଣ୍ଟା ପରେ ବି ମିଳୁନି କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା, ଅପହରଣ ଅଭିଯୋଗ ଆଣିଲେ ତପନଙ୍କ ସ୍ତ୍ରୀ
ବାଙ୍କୀ : କୁଆଡେ ଗେଲ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା। ତପନ କୁମାର ସାହୁଙ୍କ ନିଖୋଜ ଘଟଣାକୁ ୪୮ ଘଣ୍ଟା ବିତିଲାଣି, ହେଲେ ଏଯାଏଁ କିଛି ଖୋଜଖବର ମିଳୁନଥିବା ବେଳେ ତପନ କୁଆଡେ ଚାଲିଯାଇଛନ୍ତି କି ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି […]
ବାଙ୍କୀ : କୁଆଡେ ଗେଲ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା। ତପନ କୁମାର ସାହୁଙ୍କ ନିଖୋଜ ଘଟଣାକୁ ୪୮ ଘଣ୍ଟା ବିତିଲାଣି, ହେଲେ ଏଯାଏଁ କିଛି ଖୋଜଖବର ମିଳୁନଥିବା ବେଳେ ତପନ କୁଆଡେ ଚାଲିଯାଇଛନ୍ତି କି ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି । ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।
ସେପଟେ କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜକୁ ନେଇ ତାଙ୍କ ସ୍ତ୍ରୀ ଗତକାଲି ତାଙ୍କ ସ୍ୱାମୀଙ୍କୁ କେହି ଅପହରଣ କରାଯାଇଥିବା ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ତପନଙ୍କ ସ୍ତ୍ରୀ କହିଛନ୍ତି ନିଖୋଜର ୪୮ ଘଣ୍ଟା ପରେ ବି କିଛି ପତ୍ତା ମିଳିନ ଏବଂ ମୋବାଇଲ ମଧ୍ୟ ସୁଇଚ୍ଅଫ୍ ରହିଛି। ଏଣୁ କେହି ଅପହରଣ କରିନେଇଥିବା ସନ୍ଦେହ ହେଉଛି। ଏନେଇ ପୁଲିସରେ ଅଭିଯୋଗ କରିଛି। ତପନଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ବୈଦେଶ୍ୱର ପୁଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଛି।
ଅନ୍ୟପଟେ ପୁଅକୁ ଫେରାଇ ଦେବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ତପନଙ୍କ ବାପା । ବ୍ରହ୍ମପୁରର ତପନ ସାହୁଙ୍କ ଗତ ୪ ମାସ ତଳେ ବିବାହ ହୋଇଥିଲା । ବଡ଼ମ୍ବା କାନାରା ବ୍ୟାଙ୍କ ଶାଖାରେ ଯୋଗଦେବା ପରେ ସେ ବଡ଼ମ୍ବାରେ ରହୁଥିଲେ । ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ସେ ବଡ଼ମ୍ବା ଅଭିମୁଖେ ଆସୁଥିଲେ । ଅଧା ରାସ୍ତାରୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି ।





