ଚଣ୍ଡୀ ମନ୍ଦିର ନବକଳେବର ପ୍ରକଳ୍ପ ବାଟବଣା; ଜଗମୋହନରେ ଶୋଉଛି କୁକୁର...

ପାର୍ଶ୍ବ ଦେବଦେବୀଙ୍କୁ ଆସ୍ଥାନ ମିଳିନି, ପାର୍ଶ୍ବ ଦେବଦେବୀଙ୍କୁ ଆସ୍ଥାନ ମିଳିନି

Deviprasad Mohanty Picture
Published On

କଟକ: ଆଧ୍ୟାତ୍ମିକତା, ଭାବାବେଗ ଓ କିଂବଦନ୍ତିର ପୃଷ୍ଠାକୁ ଆଧାର କରି ଆରମ୍ଭ ହୋଇଥିବା ଯୋଜନା ଏବେ ରାଜନୀତି ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଛି। ଅଧାଖଣ୍ଡିଆ ହୋଇ ଶୋଇଛି ମା’ କଟକ ଚଣ୍ଡୀମନ୍ଦିରର ନବକଳେବର ପ୍ରକଳ୍ପ। ପୂର୍ବ ସରକାରଙ୍କ ଯୋଜନାକୁ ମାଡ଼ିମକଚି ଲୋଚାକୋଚା କରି ପକାଇଲେଣି ଏବର ସରକାରୀ କଳ। ନବନିର୍ମାଣ ପାଇଁ ତମାମ ମନ୍ଦିରକୁ ଭାଙ୍ଗି ଦିଆଯାଇଛି ସତ, ହେଲେ ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଧୀରେଧୀରେ ଜନଆକ୍ରୋଶର କାରଣ ପାଲଟିଲାଣି। ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ତ ଦୂରର କଥା, ଯୋଜନାର ବାଟବଣା ଶ୍ରଦ୍ଧାଳୁଙ୍କୁ ଯନ୍ତ୍ରଣା ଦେଲାଣି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୭୦ କୋଟି ଟଙ୍କା ବ୍ୟୟରେ କଟକ ଚଣ୍ଡୀମନ୍ଦିର ପ୍ରକଳ୍ପ ଆରମ୍ଭ ହୋଇଥିଲା। ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗଠନ ପରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅଧିକ ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି)କୁ ମନ୍ଦିରର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ମାର୍କେଟ୍‌ କମ୍ପ୍ଲେକ୍ସ, ପ୍ରସାଦ ସେବନ ଗୃହ ଆଦି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅନ୍ୟ କୌଣସି କାର୍ଯ୍ୟ ଯଥୋଚିତ ଆଗେଇ ପାରିନାହିଁ। ୨୦୨୫ ଡିସେମ୍ୱର ସୁଦ୍ଧା କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ନବୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୁଣା ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ତିଆରି କରାଯିବାକୁ ସ୍ଥିର ହୋଇଥିଲା। ମାତ୍ର ସ୍ଥିତାବସ୍ଥାରୁ ଜଳଜଳ ହୋଇ ଦିଶୁଛି, କଣ୍ଟ ପୂରିବା ବେଳକୁ ପ୍ରକଳ୍ପ ସରିବନି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ମନ୍ଦିରର ସିଂହଦ୍ୱାର ନିର୍ମାଣ ଶେଷ ହୋଇଛି, ହେଲେ କାମଚଳା ଭଳି। ସିଂହଦ୍ୱାରରେ କୌଣସି ମୂର୍ତ୍ତି ଲଗାଯାଇନାହିଁ କି ଫାଟକ ଖଞ୍ଜା ଯାଇନି। ଉତ୍ତରଦ୍ୱାର ଏବଂ ପଶ୍ଚିମ ଦ୍ୱାରର ହାଲତ ମଧ୍ୟ ସମାନ। ଏଣୁ, ରାତି ହେଲେ ଜଗମୋହନରେ କୁକୁର ଶୋଉଛି ବୋଲି ମନ୍ଦିରର ଜଣେ ସେବାୟତ ଆଲୋଚନା ପ୍ରସଙ୍ଗରେ କହିଛନ୍ତି। ନୂତନ ଭାବେ ନିର୍ମାଣ ହେବାକୁ ଥିବା ମୁଖ୍ୟ ମନ୍ଦିରର ଉଚ୍ଚତା ୪୪ ଫୁଟ୍‌ ହେବ। ଯାହାକି ପୁରୁଣା ମନ୍ଦିରଠାରୁ ପ୍ରାୟ ଦେଢ଼ଗୁଣା ଅଧିକ। ପୁରୁଣା ମନ୍ଦିରର ଉଚ୍ଚତା ୨୫ ଫୁଟ୍‌। ତେବେ ମୁଖ୍ୟମନ୍ଦିର ନିର୍ମାଣ ଯେଉଁଭଳି ଭାବେ ଆଗେଇ ଚାଲିଛି, ତଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଏବଂ ପୂଜାର୍ଚ୍ଚନା କାଠିକର ପାଠ ହେଲାଣି ବୋଲି ସେବାୟତ କହିଛନ୍ତି। ନବକଳେବର ପ୍ରକଳ୍ପ ଆରମ୍ଭ କରାଯିବା ବେଳେ ପାର୍ଶ୍ବ ଦେବଦେବୀଙ୍କ ପୀଠ ଭାଙ୍ଗି ଦିଆଯାଇଥିଲା। ଗତ ୯ ମାସ ହେଲାଣି ପାର୍ଶ୍ବ ଦେବଦେବୀ ନିକଟସ୍ଥ ଶିବ ମନ୍ଦିର ଭିତରେ ରହି ପୂଜା ପାଉଛନ୍ତି। ପାର୍ଶ୍ବ ଦେବଦେବୀଙ୍କ ପାଇଁ ଆସ୍ଥାନ ମଧ୍ୟ ଏଯାଏଁ ନିର୍ମାଣ କରାଗଲା ନାହିଁ। ସେହିପରି ମନ୍ଦିର ନିକଟରେ ଥିବା ଦୋକାନ ଗୃହଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। କ୍ଷତିପୂରଣ ଉଦ୍ଦେଶ୍ୟରେ ୧୮ଟି ଦୋକାନ ଗୃହ ନିର୍ମାଣ ହୋଇଛି। ହେଲେ ଦୋକାନଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ଦୋକାନ ଘରଗୁଡ଼ିକ ମନ୍ଦିର ପରିଚାଳନା କମିଟିକୁ ମଧ୍ୟ ହସ୍ତାନ୍ତର କରାଯାଇନାହିଁ।
ଅକ୍ଟୋବର ସୁଦ୍ଧା ମନ୍ଦିରରୁ ଜଳ ନିଷ୍କାସନ ବ୍ୟବସ୍ଥା କାମ ସାରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତାରିଖ ଶେଷ ହୋଇଥିଲେ ସୁଦ୍ଧା ଡ୍ରେନେଜ୍‌ କାମ ଶେଷ ହୋଇପାରିଲା ନାହିଁ। ଏଣୁ, ଅଦିନିଆ ବର୍ଷା ହେଲେ ମନ୍ଦିର ଭିତରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ମନ୍ଦିରର ଏଭଳି ଅସମ୍ପୂର୍ଣ୍ଣ କାର୍ଯ୍ୟ କେବେ ଯେ ସମ୍ପୂର୍ଣ୍ଣ ହେବ, ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଚଣ୍ଡୀମନ୍ଦିର ନବକଳେବର ପାଇଁ ରହିଥିବା ପୂର୍ବ ସରକାରଙ୍କ ଯୋଜନା ଏବେ ଫସର ଫାଟିବାକୁ ଯାଉଛି। ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବାବେଗ ଉପରେ ଆଘାତ ଆସିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

07 Nov 2025 By Deviprasad Mohanty

ଚଣ୍ଡୀ ମନ୍ଦିର ନବକଳେବର ପ୍ରକଳ୍ପ ବାଟବଣା; ଜଗମୋହନରେ ଶୋଉଛି କୁକୁର...

ପାର୍ଶ୍ବ ଦେବଦେବୀଙ୍କୁ ଆସ୍ଥାନ ମିଳିନି, ପାର୍ଶ୍ବ ଦେବଦେବୀଙ୍କୁ ଆସ୍ଥାନ ମିଳିନି

କଟକ: ଆଧ୍ୟାତ୍ମିକତା, ଭାବାବେଗ ଓ କିଂବଦନ୍ତିର ପୃଷ୍ଠାକୁ ଆଧାର କରି ଆରମ୍ଭ ହୋଇଥିବା ଯୋଜନା ଏବେ ରାଜନୀତି ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଛି। ଅଧାଖଣ୍ଡିଆ ହୋଇ ଶୋଇଛି ମା’ କଟକ ଚଣ୍ଡୀମନ୍ଦିରର ନବକଳେବର ପ୍ରକଳ୍ପ। ପୂର୍ବ ସରକାରଙ୍କ ଯୋଜନାକୁ ମାଡ଼ିମକଚି ଲୋଚାକୋଚା କରି ପକାଇଲେଣି ଏବର ସରକାରୀ କଳ। ନବନିର୍ମାଣ ପାଇଁ ତମାମ ମନ୍ଦିରକୁ ଭାଙ୍ଗି ଦିଆଯାଇଛି ସତ, ହେଲେ ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଧୀରେଧୀରେ ଜନଆକ୍ରୋଶର କାରଣ ପାଲଟିଲାଣି। ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ତ ଦୂରର କଥା, ଯୋଜନାର ବାଟବଣା ଶ୍ରଦ୍ଧାଳୁଙ୍କୁ ଯନ୍ତ୍ରଣା ଦେଲାଣି।

୭୦ କୋଟି ଟଙ୍କା ବ୍ୟୟରେ କଟକ ଚଣ୍ଡୀମନ୍ଦିର ପ୍ରକଳ୍ପ ଆରମ୍ଭ ହୋଇଥିଲା। ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗଠନ ପରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅଧିକ ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି)କୁ ମନ୍ଦିରର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ମାର୍କେଟ୍‌ କମ୍ପ୍ଲେକ୍ସ, ପ୍ରସାଦ ସେବନ ଗୃହ ଆଦି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅନ୍ୟ କୌଣସି କାର୍ଯ୍ୟ ଯଥୋଚିତ ଆଗେଇ ପାରିନାହିଁ। ୨୦୨୫ ଡିସେମ୍ୱର ସୁଦ୍ଧା କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ନବୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୁଣା ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ତିଆରି କରାଯିବାକୁ ସ୍ଥିର ହୋଇଥିଲା। ମାତ୍ର ସ୍ଥିତାବସ୍ଥାରୁ ଜଳଜଳ ହୋଇ ଦିଶୁଛି, କଣ୍ଟ ପୂରିବା ବେଳକୁ ପ୍ରକଳ୍ପ ସରିବନି।

ମନ୍ଦିରର ସିଂହଦ୍ୱାର ନିର୍ମାଣ ଶେଷ ହୋଇଛି, ହେଲେ କାମଚଳା ଭଳି। ସିଂହଦ୍ୱାରରେ କୌଣସି ମୂର୍ତ୍ତି ଲଗାଯାଇନାହିଁ କି ଫାଟକ ଖଞ୍ଜା ଯାଇନି। ଉତ୍ତରଦ୍ୱାର ଏବଂ ପଶ୍ଚିମ ଦ୍ୱାରର ହାଲତ ମଧ୍ୟ ସମାନ। ଏଣୁ, ରାତି ହେଲେ ଜଗମୋହନରେ କୁକୁର ଶୋଉଛି ବୋଲି ମନ୍ଦିରର ଜଣେ ସେବାୟତ ଆଲୋଚନା ପ୍ରସଙ୍ଗରେ କହିଛନ୍ତି। ନୂତନ ଭାବେ ନିର୍ମାଣ ହେବାକୁ ଥିବା ମୁଖ୍ୟ ମନ୍ଦିରର ଉଚ୍ଚତା ୪୪ ଫୁଟ୍‌ ହେବ। ଯାହାକି ପୁରୁଣା ମନ୍ଦିରଠାରୁ ପ୍ରାୟ ଦେଢ଼ଗୁଣା ଅଧିକ। ପୁରୁଣା ମନ୍ଦିରର ଉଚ୍ଚତା ୨୫ ଫୁଟ୍‌। ତେବେ ମୁଖ୍ୟମନ୍ଦିର ନିର୍ମାଣ ଯେଉଁଭଳି ଭାବେ ଆଗେଇ ଚାଲିଛି, ତଦ୍ୱାରା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଏବଂ ପୂଜାର୍ଚ୍ଚନା କାଠିକର ପାଠ ହେଲାଣି ବୋଲି ସେବାୟତ କହିଛନ୍ତି। ନବକଳେବର ପ୍ରକଳ୍ପ ଆରମ୍ଭ କରାଯିବା ବେଳେ ପାର୍ଶ୍ବ ଦେବଦେବୀଙ୍କ ପୀଠ ଭାଙ୍ଗି ଦିଆଯାଇଥିଲା। ଗତ ୯ ମାସ ହେଲାଣି ପାର୍ଶ୍ବ ଦେବଦେବୀ ନିକଟସ୍ଥ ଶିବ ମନ୍ଦିର ଭିତରେ ରହି ପୂଜା ପାଉଛନ୍ତି। ପାର୍ଶ୍ବ ଦେବଦେବୀଙ୍କ ପାଇଁ ଆସ୍ଥାନ ମଧ୍ୟ ଏଯାଏଁ ନିର୍ମାଣ କରାଗଲା ନାହିଁ। ସେହିପରି ମନ୍ଦିର ନିକଟରେ ଥିବା ଦୋକାନ ଗୃହଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। କ୍ଷତିପୂରଣ ଉଦ୍ଦେଶ୍ୟରେ ୧୮ଟି ଦୋକାନ ଗୃହ ନିର୍ମାଣ ହୋଇଛି। ହେଲେ ଦୋକାନଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ଦୋକାନ ଘରଗୁଡ଼ିକ ମନ୍ଦିର ପରିଚାଳନା କମିଟିକୁ ମଧ୍ୟ ହସ୍ତାନ୍ତର କରାଯାଇନାହିଁ।
ଅକ୍ଟୋବର ସୁଦ୍ଧା ମନ୍ଦିରରୁ ଜଳ ନିଷ୍କାସନ ବ୍ୟବସ୍ଥା କାମ ସାରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତାରିଖ ଶେଷ ହୋଇଥିଲେ ସୁଦ୍ଧା ଡ୍ରେନେଜ୍‌ କାମ ଶେଷ ହୋଇପାରିଲା ନାହିଁ। ଏଣୁ, ଅଦିନିଆ ବର୍ଷା ହେଲେ ମନ୍ଦିର ଭିତରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ମନ୍ଦିରର ଏଭଳି ଅସମ୍ପୂର୍ଣ୍ଣ କାର୍ଯ୍ୟ କେବେ ଯେ ସମ୍ପୂର୍ଣ୍ଣ ହେବ, ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଚଣ୍ଡୀମନ୍ଦିର ନବକଳେବର ପାଇଁ ରହିଥିବା ପୂର୍ବ ସରକାରଙ୍କ ଯୋଜନା ଏବେ ଫସର ଫାଟିବାକୁ ଯାଉଛି। ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବାବେଗ ଉପରେ ଆଘାତ ଆସିଥିବା କୁହାଯାଉଛି।

https://www.thesakala.in/latest-odisha-news/cuttack/cuttack--chandi-mandir-nabakalebara-project-is-off-track/article-43016
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର