ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କଠୋର ଆଭିମୁଖ୍ୟ: ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା
କଟକ: ଓଡ଼ିଶା ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା, ସର୍ବସାଧାରଣ ରାସ୍ତା ଓ ଫୁଟପାଥ ଉପରେ ବଡ ବଡ ପୂଜା ମଣ୍ଡପ ତଥା ଇଲେକଟ୍ରିକ୍ ଗେଟ ନିର୍ମାଣ କରିବା ଆଦି ଉପରେ ଗଭୀର ଚିନ୍ତା ପ୍ରକଟ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଚଳିତ ମାସ ୨୭ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ୟ୍ୟନ୍ତ କଟକ ଜିଲ୍ଲାରେ ବିଭିନ୍ନ କଟକଣା ଲାଗୁ କରିଛନ୍ତି […]
କଟକ: ଓଡ଼ିଶା ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା, ସର୍ବସାଧାରଣ ରାସ୍ତା ଓ ଫୁଟପାଥ ଉପରେ ବଡ ବଡ ପୂଜା ମଣ୍ଡପ ତଥା ଇଲେକଟ୍ରିକ୍ ଗେଟ ନିର୍ମାଣ କରିବା ଆଦି ଉପରେ ଗଭୀର ଚିନ୍ତା ପ୍ରକଟ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଚଳିତ ମାସ ୨୭ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ୟ୍ୟନ୍ତ କଟକ ଜିଲ୍ଲାରେ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ବିଭିନ୍ନ ପୂଜା ପାଳନ ସମୟରେ ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଆଦି ସମୟରେ ଡିଜେ ଏବଂ ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ସିଷ୍ଟମକୁ ବାରଣ କରାଯାଇଛି । ଏଥିସହ ଫାୟାର ଗନ , ଏବଂ ଅନ୍ୟ ନିଆଁ ବାହାରୁଥିବା ଉପକରଣ ଓ ଲେଜର ଲାଇଟ୍ କୌଣସି ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଏବଂ ବାଲିଯାତ୍ରା ଉତ୍ସବ ସମୟରେ ବ୍ୟବହାର କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଧୁକ ଶବ୍ଦ କରୁଥିବା ଦାଣ ମଧ୍ୟ ଚଳିତ ପାର୍ବଣ ସମୟ ଏବଂ ବାଲିଯାତ୍ରା ସମୟରେ ନିଷେଧ କରାଯାଇଛି । ସମ୍ପୃକ୍ତ ଥାନାର ଆଇଆଇସିମାନେ ଏହି ନିୟମକୁ କଡାକଡି ଲାଗୁ କରିବାକୁ କୁହାଯାଇଛି । ଏହାର ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି।

About The Author