ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଲା ଗାଈ, ମାଲିକାନାକୁ ନେଇ ଦ୍ୱନ୍ଦ୍ୱରେ ପୁଲିସ

The Sakala Picture
Published On

ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି । ଗାଈର ପ୍ରକୃତ ମାଲିକ କିଏ ତାହା ଜଣାପଡିନଥିବା ବେଳେ, ଉପାୟ ଶୂନ୍ୟ ହୋଇ ପୁଲିସ ଥାନାରେ ଗାଈକୁ […]

ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି । ଗାଈର ପ୍ରକୃତ ମାଲିକ କିଏ ତାହା ଜଣାପଡିନଥିବା ବେଳେ, ଉପାୟ ଶୂନ୍ୟ ହୋଇ ପୁଲିସ ଥାନାରେ ଗାଈକୁ ଅଟକ ରଖିଛି। ଏଣେ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଆପୋସ ସମାଧାନ ପ୍ରଚେଷ୍ଟା ଚଳାଇଛି।ଗୋଟିଏ ଗାଈକୁ ଦୁଇଜଣ ନିଜର ବୋଲି ଦାବି କରୁଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳ ଖଟୁଆପଡାର ଜଣଙ୍କ ଗାଈ କିଛି ଦିନ ପୂର୍ବରୁ ହଜିଯାଇଥିଲା। ସେ ବହୁତ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଗତ ୧୦ ଦିନ ତଳେ ଗାଈଟି ଗହୀର ବିଲରେ ଚରୁଥିବା ନେଇ କିଛିଲୋକ ମହିଳାଙ୍କୁ କହିଥିଲେ।  ଏହାପରେ ସେ ଖୋଜାଖୋଜି କରିବା ପରେ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳେ ଥିବା ଜାଣିପାରିଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଏହାପରେ ହଜିଯାଇଥିବା ଗାଈର ମାଲିକ ନଖାଉରପାଟଣାର ଅନ୍ୟଜଣେ ମହିଳାଙ୍କ ଗୁହାଳୁ ଗାଇ ଫିଟାଇ ନେଇଥିଲେ। ଏହାକୁ ନେଇ ମହିଳା ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏନେଇ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ମହିଳା ଘରେ ନଥିବାର ସୁଯୋଗ ନେଇ ତାଙ୍କ ଗୁହାଳରୁ ଗାଈଟିକୁ ଫିଟାଇ ନେଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେ ଗାଈଟି ତାଙ୍କର ଏବଂ ଅନ୍ୟଜଣେ ମହିଳା ତାଙ୍କୁ ଗୁହାଳରୁ ଗାଈଟିକୁ ଫିଟାଇ ନେଇଯାଇଛନ୍ତି। ହେଲେ ପୁଲିସ ଜାଣିପାରୁନି ଗାଈର ପ୍ରକୃତ ମାଲିକ କିଏ ।ତେଣୁ ଗାଈ ଏବେ ଥାନା ଦୁଆରେ ବନ୍ଧା ହୋଇ ରହିଛି । ଗାଈକୁ ନିଜର ବୋଲି ଦାବି କରି ଉଭୟ ଥାନା ଆଗରେ ବସିରହିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

22 Jun 2022 By The Sakala

ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଲା ଗାଈ, ମାଲିକାନାକୁ ନେଇ ଦ୍ୱନ୍ଦ୍ୱରେ ପୁଲିସ

ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି । ଗାଈର ପ୍ରକୃତ ମାଲିକ କିଏ ତାହା ଜଣାପଡିନଥିବା ବେଳେ, ଉପାୟ ଶୂନ୍ୟ ହୋଇ ପୁଲିସ ଥାନାରେ ଗାଈକୁ ଅଟକ ରଖିଛି। ଏଣେ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଆପୋସ ସମାଧାନ ପ୍ରଚେଷ୍ଟା ଚଳାଇଛି।ଗୋଟିଏ ଗାଈକୁ ଦୁଇଜଣ ନିଜର ବୋଲି ଦାବି କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳ ଖଟୁଆପଡାର ଜଣଙ୍କ ଗାଈ କିଛି ଦିନ ପୂର୍ବରୁ ହଜିଯାଇଥିଲା। ସେ ବହୁତ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଗତ ୧୦ ଦିନ ତଳେ ଗାଈଟି ଗହୀର ବିଲରେ ଚରୁଥିବା ନେଇ କିଛିଲୋକ ମହିଳାଙ୍କୁ କହିଥିଲେ।  ଏହାପରେ ସେ ଖୋଜାଖୋଜି କରିବା ପରେ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳେ ଥିବା ଜାଣିପାରିଥିଲେ।

ଏହାପରେ ହଜିଯାଇଥିବା ଗାଈର ମାଲିକ ନଖାଉରପାଟଣାର ଅନ୍ୟଜଣେ ମହିଳାଙ୍କ ଗୁହାଳୁ ଗାଇ ଫିଟାଇ ନେଇଥିଲେ। ଏହାକୁ ନେଇ ମହିଳା ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏନେଇ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ମହିଳା ଘରେ ନଥିବାର ସୁଯୋଗ ନେଇ ତାଙ୍କ ଗୁହାଳରୁ ଗାଈଟିକୁ ଫିଟାଇ ନେଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେ ଗାଈଟି ତାଙ୍କର ଏବଂ ଅନ୍ୟଜଣେ ମହିଳା ତାଙ୍କୁ ଗୁହାଳରୁ ଗାଈଟିକୁ ଫିଟାଇ ନେଇଯାଇଛନ୍ତି। ହେଲେ ପୁଲିସ ଜାଣିପାରୁନି ଗାଈର ପ୍ରକୃତ ମାଲିକ କିଏ ।ତେଣୁ ଗାଈ ଏବେ ଥାନା ଦୁଆରେ ବନ୍ଧା ହୋଇ ରହିଛି । ଗାଈକୁ ନିଜର ବୋଲି ଦାବି କରି ଉଭୟ ଥାନା ଆଗରେ ବସିରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର