ଉପରମୁହାଁ କୋଭିଡ୍‍ ସଂକ୍ରମଣ: ଆଜିଠୁ ଘରକୁ ଘର ସର୍ଭେ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‍ ସଂକ୍ରମଣ ବଢ଼଼ୁଥିବା ବେଳେ ମୁକାବିଲା ପାଇଁ ଅଣ୍ଟା ଭିଡୁଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସଂକ୍ରମିତ ଅବା ଅସୁସ୍ଥ ବ୍ୟକ୍ତିଙ୍କୁ ଖୋଜିବା ଲାଗି ମଙ୍ଗଳବାର ଠାରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଗତ କାଲି ରାଜ୍ୟରେ ୫୧ କୋଭିଡ୍‍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ସକାଳ ସୁଦ୍ଧା ୭ ଜିଲ୍ଲାରୁ ୪୬ ନୂଆ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୩୦ ସଂକ୍ରମିତ ଅନ୍ତର୍ଭୁକ୍ତ। ଗତକାଲି […]

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‍ ସଂକ୍ରମଣ ବଢ଼଼ୁଥିବା ବେଳେ ମୁକାବିଲା ପାଇଁ ଅଣ୍ଟା ଭିଡୁଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସଂକ୍ରମିତ ଅବା ଅସୁସ୍ଥ ବ୍ୟକ୍ତିଙ୍କୁ ଖୋଜିବା ଲାଗି ମଙ୍ଗଳବାର ଠାରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଗତ କାଲି ରାଜ୍ୟରେ ୫୧ କୋଭିଡ୍‍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋମବାର ସକାଳ ସୁଦ୍ଧା ୭ ଜିଲ୍ଲାରୁ ୪୬ ନୂଆ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୩୦ ସଂକ୍ରମିତ ଅନ୍ତର୍ଭୁକ୍ତ। ଗତକାଲି ସୁଦ୍ଧା ୧୬ ଜିଲ୍ଲାରେ ସକ୍ରିୟ କୋଭିଡ୍‍ ମାମଲା ଥିବା ବେଳେ ଆଜି ଆଉ ୩ ଜିଲ୍ଲା ଏଥିରେ ସାମିଲ ହୋଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ବିଜୟ ମହାପାତ୍ର କହିଛନ୍ତି, କୋଭିଡ୍‍ ସଂକ୍ରମଣ ଏବେ ସୁରକ୍ଷିତ ସ୍ଥିତିରେ ରହିଛି। କିନ୍ତୁ କୋଭିଡ୍‍ ନିୟମ ପାଳନ ନ କଲେ ସଂକ୍ରମଣ ପୁଣି ବଢ଼଼ିବ। କୋଭିଡ୍‍ର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ
ଅବଗତ କରାଯାଇଛି। ଆବଶ୍ୟକ ହେଲେ ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି କରାଯିବ। ତେବେ ସଂକ୍ରମିତ କିମ୍ବା ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଡୋର୍‍ ଟୁ ଡୋର୍‍ ସର୍ଭିଲାନ୍ସ ଆରମ୍ଭ କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଟେଷ୍ଟିଂ କରାଯିବ।

ସଂକ୍ରମଣ ବୃଦ୍ଧି ହେବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସିଏଚ୍‍ସି ସ୍ତରରେ ବ୍ୟାପକ ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ବିଶେଷକରି ଟେଷ୍ଟିଂ ବୃଦ୍ଧି ପାଇଁ କୁହାଯାଇଛି। ୬ରୁ କମ୍‍ ବ୍ଲକ ଥିବା ଜିଲ୍ଲା ପାଇଁ ଗୋଟିଏ ଏବଂ ୬ରୁ ଅଧିକ ବ୍ଲକ ଥିବା ଜିଲ୍ଲା ପାଇଁ ଦୁଇଟି ଲେଖାଏଁ ଭ୍ରାମ୍ୟମାଣ ଟେଷ୍ଟିଂ ଗାଡ଼ି ମୁତୟନ କରାଯିବ। ସେହିପରି ରାଜ୍ୟ ଔଷଧ ନିଗମ କିମ୍ବା ସ୍ବୀକୃତିପ୍ରାପ୍ତ ସଂସ୍ଥା ଠାରୁ ଆରଟି ପିସିଆର ତଥା ରାପିଡ୍‍ ଆଣ୍ଟିଜେନ୍‍ କିଟ୍‍ ଆଣି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଘରକୁ ଘର ସର୍ଭିଲାନ୍ସ ସମୟରେ ବୟସ୍କ ନାଗରିକ, ଗର୍ଭବତୀ, ଶିଶୁ, ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଲାଗି କୁହାଯାଇଛି। ସେହିପରି ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ଟିକା ନେବା ପାଇଁ ସ୍ୱାସ୍ଥ୍ୟକର୍ମୀ ବୁଝାଇବେ। ଏବେ ସଂକ୍ରମଣ କମ୍‍ ଥିବାରୁ ଦୈନିକ ଟିକାକରଣ ବହୁତ ହ୍ରାସ ପାଇଛି। ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ଦୈନିକ ୨୦ ହଜାରରୁ କମ୍‍ ଡୋଜ୍‍ ଦିଆଯାଉଛି। ରାଜ୍ୟରେ ପ୍ରାୟ ୩୦ ଲକ୍ଷ ହିତାଧିକାରୀ କୋଭିଡ୍‍ ଟିକା ନେଇ ନାହାନ୍ତି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ଥାନା ପକ୍ଷରୁ 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ: ମହିଳା ଓ କିଶୋରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

21 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର