ରାଜ୍ୟରୁ ଆଉ ୮୧୬ କୋଭିଡ୍ ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ କ୍ରମଶଃ ତଳ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୮ ବର୍ଷ କମ୍ ୧୦୬ ଜଣ ଶିଶୁ ଓ କିଶୋର -କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୪୭୫ ଜଣ ଓ ୩୪୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ […]

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ କ୍ରମଶଃ ତଳ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୮ ବର୍ଷ କମ୍ ୧୦୬ ଜଣ ଶିଶୁ ଓ କିଶୋର -କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୪୭୫ ଜଣ ଓ ୩୪୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଖୋଜାଖୋଜି ଜାରି


ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୮୧୬ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୯୧ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ ୧୩, ବାଲେଶ୍ବରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗୀରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୯, ଜଗତସିଂହପୁରରୁ ୩୪, ଯାଜପୁରରୁ ୩୧, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୪, କନ୍ଧମାଳରୁ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡାରୁ ୧, ପୁରୀ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍‌ରୁ ୬୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୪ହଜାର ୮୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୮୦୭୫୫୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର