ନକଲି ମଦ ଫାକ୍ଟ୍ରିରେ ଚଢ଼ାଉ, ନକଲି ମଦ ସହ ପ୍ରସ୍ତୁତି ଯନ୍ତ୍ରାଂଶ ଜବତ

The Sakala Picture
Published On

କେନ୍ଦ୍ରାପଡ଼ା : ଆପଣ ମଦ ପିଉଛନ୍ତି କି ? ତେବେ ସାବଧାନ ହେଇଯାଆନ୍ତୁ ଆଉ ମଦ ପିଇବାରୁ ଦୁରେଇ ରୁହନ୍ତୁ । କାରଣ ଏବେ ଚାରିଆଡେ କେବେଳ ହାତ ତିଆରି ନକଲି ମଦ ବଜାରରେ ମିଳୁଛି । କରୋନା ପାଇଁ ସରକାର ଲଢେ଼ଇ ଜାରି ରଖିଥିବାବେଳେ ଫୁଣି ଏକ ବଡ ବିପଦକୁ ଟାଣି ଆଣିବାକୁ ମଦ ମାଫିଆ ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ଶୁକ୍ରବାର ଏକଶହ ବୋତଲ […]

କେନ୍ଦ୍ରାପଡ଼ା : ଆପଣ ମଦ ପିଉଛନ୍ତି କି ? ତେବେ ସାବଧାନ ହେଇଯାଆନ୍ତୁ ଆଉ ମଦ ପିଇବାରୁ ଦୁରେଇ ରୁହନ୍ତୁ । କାରଣ ଏବେ ଚାରିଆଡେ କେବେଳ ହାତ ତିଆରି ନକଲି ମଦ ବଜାରରେ ମିଳୁଛି । କରୋନା ପାଇଁ ସରକାର ଲଢେ଼ଇ ଜାରି ରଖିଥିବାବେଳେ ଫୁଣି ଏକ ବଡ ବିପଦକୁ ଟାଣି ଆଣିବାକୁ ମଦ ମାଫିଆ ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ଶୁକ୍ରବାର ଏକଶହ ବୋତଲ ନକଲି ବିଦେଶୀ ମଦ ଜବତ କରାଯିବା ସହ ମଦ ବେପାରୀକୁ ଗିରଫ କରାଯାଇଛି । ଅବକାରୀ ବିଭାଗ ଶୁକ୍ରବାର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ ଶ୍ରୀଧର ଦାସ(୩୮)ଙ୍କ ଘର ଉପରେ ଚଢାଇ କରିଥିଲେ । ଶ୍ରୀଧରଙ୍କ ପାଖରୁ ଏକଶହ ବୋତଲ ନକଲି ବିଦେଶୀ ମଦ ସମେତ ଏକ ପ୍ଲାଷ୍ଟିକ ଜାରରେ ଥିବା ୫ଲିଟର ନକଲି ବିଦେଶୀ ମଦ, ଏକଶହ ୨୦ଟି ଠିପି ଓ ୪୩ଟି ଖାଲି ବୋତଲ ଅବକାରୀ ବିଭାଗ ଜବତ କରିବା ସହ ଅଭିଯୁକ୍ତ ନକଲି ମଦ ବେପାରୀ ଶ୍ରୀଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କରାଯାଇଛି । ଅବକାରୀ ଟିମ୍ ଚଢାଉ କରିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏହି ନକଲି ମଦକୁ କିପରି ତିଆରି କରୁଛନ୍ତି ମାଫିଆ ?

ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି । ବିଭିନ୍ନ କବାଡ଼ିଆ ଦୋକାନରୁ ଖାଲି ମଦ ବୋତଲ ସଂଗ୍ରହ କରାଯାଏ । ଏହି ଖାଲି ବୋତଲଗୁଡିକୁ ଏକ ନିର୍ଦିଷ୍ଟ ସ୍ଥାନରେ ସଫେଇ କରିବାକୁ ନିଆଯାଏ । ଏହାପରେ ଖାଲି ବୋତଲରେ ୬୦ ପ୍ରତିଶତ ପାଣି ଭର୍ତ୍ତି କରଯାଏ । ପାଣି ଭର୍ତ୍ତି ପରେ ରାସାୟନିକ ଦ୍ରବ୍ୟ ମିଶାଯାଇ ହୋମିଓପ୍ୟାଥିକ ଔଷଧ ପାଇଁ ବ୍ୟବହୃତ ସ୍ପିରିଟ ମିଶାଇ ବିଭିନ୍ନ କଲର ଦିଅନ୍ତି । ବୋତଲ ଭିତରେ ଏକ ତାର ପୁରାଇ ହଲେଇବା ଦ୍ୱାରା ଏହାର ରଙ୍ଗ ମଦ ଭଳି ହୋଇଯାଏ । ଏହାପରେ ବୋତଲ ଉପରେ ବିଦେଶୀ ମଦର ବିଭିନ୍ନ ବ୍ରାଣ୍ଡର ଲେବୁଲ୍ ଲଗାଯାଏ । ତାପରେ ବୋତଲ ସିଲ କରାଯାଏ । ବିଭିନ୍ନ କମ୍ପାନିର ଷ୍ଟ୍ରିକର ଲଗାଯାଇ ବଜାରକୁ ଛଡାଯାଏ । ଗୋଟିଏ ନକଲି ମଦ ପ୍ରସ୍ତୁତି ପାଇଁ ମାତ୍ର ଦୁଇ ମିନଟ ସମୟ ଲାଗେ । ସମୁଦାୟ ୨୦ ଟଙ୍କା ଖର୍ଚ୍ଚ କରି ଗୋଟିଏ ଗୋଟିଏ ବୋତଲ ୧୮୦ ଟଙ୍କାରୁ ୨ ଶହ ଟଙ୍କା ବିକ୍ରି ହୁଏ । ନକଲି ମଦ ତିଆରି ସମୟରେ ମିଶ୍ରଣରେ ଟିକେ ଏପଟ ସେପଟ ହେଲେ ଲୋକଙ୍କ ମୃତ୍ୟୁ ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

କେଉଁଠୁ ଆସୁଛି ନକଲି ମଦ ପ୍ରସ୍ତୁତି ଯନ୍ତ୍ରାଂଶ?

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ନକଲି ମଦ ତିଆରି ପାଇଁ କଲିକତାରୁ ମଦ ବୋତଲ ଠିପି, ଲେବଲ, ବିଭିନ୍ନ କମ୍ପାନୀ ଲଗୋ ଆସିଥାଏ ବୋଲି ଅଭିଯୁକ୍ତକୁ ପଚରାଉଚରାବେଳେ ଜାଣିବାକୁ ମିଳିଛି । ଏହାଛଡା କଟକ ଆଉ ଭୁବନେଶ୍ୱରରୁ ସ୍ପିରିଟ ଆଣି ମଦ ପ୍ରସ୍ତୁତ କରିଥାନ୍ତି ।

କେମେତି ଧରାପଡ଼ିଲା

କେନ୍ଦ୍ରାପଡା ଜିଲ୍ଲାରେ ଏବେ ନକଲି ମଦର ବନ୍ୟା । ସବୁ ଜାଣିଶୁଣି ଅବକାରୀ ଠାରୁ ଆରମ୍ଭ କରି ପୋଲିସ ପର୍ୟ୍ୟନ୍ତ ଚୁପ ବସୁଥିଲେ । ମାସିକିଆ ମୋଟା ଅଙ୍କର ବଟି ନେଇ ନକଲି ମଦର କାରଖାନା ପ୍ରତିଷ୍ଠା କରାଇଥିଲେ । ଏନେଇ ସକାଳ ଖବରକାଗଜ ଲଗାତାର ନକଲି ମଦ ଉପରେ ଖବର ପ୍ରକାଶିତ ପରେ ଆଜି ପ୍ରଥମ ଥର ପାଇଁ ଏକ ନକଲି ମଦ କାରଖାନା ଲୋକ ଦେଖାଣିଆଭାବେ ଚଢ଼ାଉ କରାଯାଇ ଜବତ କରଯାଇଛି। ଘରୋଇ କୁଟୀର ଶିଳ୍ପ ଭଳି ଏହି ନକଲି ଫାକ୍ଟ୍ରି ଚାଲୁଥିଲା । ମଦ ପ୍ରସ୍ତୁତ ପାଇଁ କର୍ମଚାରୀ ରଖାଯାଇଥିଲା । ଜିଲ୍ଲାର ଏକୋଣରୁ ସେକୋଣକୁ ସପ୍ଲାଏ ହେଉଥିଲା । ତେବେ ଏବେ ମଧ୍ୟ ପ୍ରାୟ ୨୪ଟି ଛୋଟବଡ଼ ନକଲି ମଦ ଫାକ୍ଟ୍ରି କେନ୍ଦ୍ରାପଡା ଜିଲ୍ଲାରେ ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତଥାପି ମଧ୍ୟ ଅବକାରୀ ଓ ସ୍ଥାନୀୟ ପୋଲିସ କର୍ମଚାରୀ କିଭଳି ଜାଣି ପାରୁନଥିଲେ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

03 Sep 2021 By The Sakala

ନକଲି ମଦ ଫାକ୍ଟ୍ରିରେ ଚଢ଼ାଉ, ନକଲି ମଦ ସହ ପ୍ରସ୍ତୁତି ଯନ୍ତ୍ରାଂଶ ଜବତ

କେନ୍ଦ୍ରାପଡ଼ା : ଆପଣ ମଦ ପିଉଛନ୍ତି କି ? ତେବେ ସାବଧାନ ହେଇଯାଆନ୍ତୁ ଆଉ ମଦ ପିଇବାରୁ ଦୁରେଇ ରୁହନ୍ତୁ । କାରଣ ଏବେ ଚାରିଆଡେ କେବେଳ ହାତ ତିଆରି ନକଲି ମଦ ବଜାରରେ ମିଳୁଛି । କରୋନା ପାଇଁ ସରକାର ଲଢେ଼ଇ ଜାରି ରଖିଥିବାବେଳେ ଫୁଣି ଏକ ବଡ ବିପଦକୁ ଟାଣି ଆଣିବାକୁ ମଦ ମାଫିଆ ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ଶୁକ୍ରବାର ଏକଶହ ବୋତଲ ନକଲି ବିଦେଶୀ ମଦ ଜବତ କରାଯିବା ସହ ମଦ ବେପାରୀକୁ ଗିରଫ କରାଯାଇଛି । ଅବକାରୀ ବିଭାଗ ଶୁକ୍ରବାର ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ ଶ୍ରୀଧର ଦାସ(୩୮)ଙ୍କ ଘର ଉପରେ ଚଢାଇ କରିଥିଲେ । ଶ୍ରୀଧରଙ୍କ ପାଖରୁ ଏକଶହ ବୋତଲ ନକଲି ବିଦେଶୀ ମଦ ସମେତ ଏକ ପ୍ଲାଷ୍ଟିକ ଜାରରେ ଥିବା ୫ଲିଟର ନକଲି ବିଦେଶୀ ମଦ, ଏକଶହ ୨୦ଟି ଠିପି ଓ ୪୩ଟି ଖାଲି ବୋତଲ ଅବକାରୀ ବିଭାଗ ଜବତ କରିବା ସହ ଅଭିଯୁକ୍ତ ନକଲି ମଦ ବେପାରୀ ଶ୍ରୀଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କରାଯାଇଛି । ଅବକାରୀ ଟିମ୍ ଚଢାଉ କରିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ଏହି ନକଲି ମଦକୁ କିପରି ତିଆରି କରୁଛନ୍ତି ମାଫିଆ ?

ଏକ ପରିତ୍ୟକ୍ତ ଘରେ ଚାଲିଥିଲା ନକଲି ମଦ ପ୍ରସ୍ତୁତି । ବିଭିନ୍ନ କବାଡ଼ିଆ ଦୋକାନରୁ ଖାଲି ମଦ ବୋତଲ ସଂଗ୍ରହ କରାଯାଏ । ଏହି ଖାଲି ବୋତଲଗୁଡିକୁ ଏକ ନିର୍ଦିଷ୍ଟ ସ୍ଥାନରେ ସଫେଇ କରିବାକୁ ନିଆଯାଏ । ଏହାପରେ ଖାଲି ବୋତଲରେ ୬୦ ପ୍ରତିଶତ ପାଣି ଭର୍ତ୍ତି କରଯାଏ । ପାଣି ଭର୍ତ୍ତି ପରେ ରାସାୟନିକ ଦ୍ରବ୍ୟ ମିଶାଯାଇ ହୋମିଓପ୍ୟାଥିକ ଔଷଧ ପାଇଁ ବ୍ୟବହୃତ ସ୍ପିରିଟ ମିଶାଇ ବିଭିନ୍ନ କଲର ଦିଅନ୍ତି । ବୋତଲ ଭିତରେ ଏକ ତାର ପୁରାଇ ହଲେଇବା ଦ୍ୱାରା ଏହାର ରଙ୍ଗ ମଦ ଭଳି ହୋଇଯାଏ । ଏହାପରେ ବୋତଲ ଉପରେ ବିଦେଶୀ ମଦର ବିଭିନ୍ନ ବ୍ରାଣ୍ଡର ଲେବୁଲ୍ ଲଗାଯାଏ । ତାପରେ ବୋତଲ ସିଲ କରାଯାଏ । ବିଭିନ୍ନ କମ୍ପାନିର ଷ୍ଟ୍ରିକର ଲଗାଯାଇ ବଜାରକୁ ଛଡାଯାଏ । ଗୋଟିଏ ନକଲି ମଦ ପ୍ରସ୍ତୁତି ପାଇଁ ମାତ୍ର ଦୁଇ ମିନଟ ସମୟ ଲାଗେ । ସମୁଦାୟ ୨୦ ଟଙ୍କା ଖର୍ଚ୍ଚ କରି ଗୋଟିଏ ଗୋଟିଏ ବୋତଲ ୧୮୦ ଟଙ୍କାରୁ ୨ ଶହ ଟଙ୍କା ବିକ୍ରି ହୁଏ । ନକଲି ମଦ ତିଆରି ସମୟରେ ମିଶ୍ରଣରେ ଟିକେ ଏପଟ ସେପଟ ହେଲେ ଲୋକଙ୍କ ମୃତ୍ୟୁ ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି ।

କେଉଁଠୁ ଆସୁଛି ନକଲି ମଦ ପ୍ରସ୍ତୁତି ଯନ୍ତ୍ରାଂଶ?

ନକଲି ମଦ ତିଆରି ପାଇଁ କଲିକତାରୁ ମଦ ବୋତଲ ଠିପି, ଲେବଲ, ବିଭିନ୍ନ କମ୍ପାନୀ ଲଗୋ ଆସିଥାଏ ବୋଲି ଅଭିଯୁକ୍ତକୁ ପଚରାଉଚରାବେଳେ ଜାଣିବାକୁ ମିଳିଛି । ଏହାଛଡା କଟକ ଆଉ ଭୁବନେଶ୍ୱରରୁ ସ୍ପିରିଟ ଆଣି ମଦ ପ୍ରସ୍ତୁତ କରିଥାନ୍ତି ।

କେମେତି ଧରାପଡ଼ିଲା

କେନ୍ଦ୍ରାପଡା ଜିଲ୍ଲାରେ ଏବେ ନକଲି ମଦର ବନ୍ୟା । ସବୁ ଜାଣିଶୁଣି ଅବକାରୀ ଠାରୁ ଆରମ୍ଭ କରି ପୋଲିସ ପର୍ୟ୍ୟନ୍ତ ଚୁପ ବସୁଥିଲେ । ମାସିକିଆ ମୋଟା ଅଙ୍କର ବଟି ନେଇ ନକଲି ମଦର କାରଖାନା ପ୍ରତିଷ୍ଠା କରାଇଥିଲେ । ଏନେଇ ସକାଳ ଖବରକାଗଜ ଲଗାତାର ନକଲି ମଦ ଉପରେ ଖବର ପ୍ରକାଶିତ ପରେ ଆଜି ପ୍ରଥମ ଥର ପାଇଁ ଏକ ନକଲି ମଦ କାରଖାନା ଲୋକ ଦେଖାଣିଆଭାବେ ଚଢ଼ାଉ କରାଯାଇ ଜବତ କରଯାଇଛି। ଘରୋଇ କୁଟୀର ଶିଳ୍ପ ଭଳି ଏହି ନକଲି ଫାକ୍ଟ୍ରି ଚାଲୁଥିଲା । ମଦ ପ୍ରସ୍ତୁତ ପାଇଁ କର୍ମଚାରୀ ରଖାଯାଇଥିଲା । ଜିଲ୍ଲାର ଏକୋଣରୁ ସେକୋଣକୁ ସପ୍ଲାଏ ହେଉଥିଲା । ତେବେ ଏବେ ମଧ୍ୟ ପ୍ରାୟ ୨୪ଟି ଛୋଟବଡ଼ ନକଲି ମଦ ଫାକ୍ଟ୍ରି କେନ୍ଦ୍ରାପଡା ଜିଲ୍ଲାରେ ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତଥାପି ମଧ୍ୟ ଅବକାରୀ ଓ ସ୍ଥାନୀୟ ପୋଲିସ କର୍ମଚାରୀ କିଭଳି ଜାଣି ପାରୁନଥିଲେ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

https://www.thesakala.in/latest-odisha-news/counterfeit-liquor-factory-confiscation-of-preparations-with-counterfeit-liquor-in-kendrapara/article-5159
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର