ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ମହାଦୁର୍ନୀତି : ରାସ୍ତା ନ କରି ଅଢ଼େଇ କୋଟି ଚଳୁ

The Sakala Picture
Published On

କେନ୍ଦ୍ରାପଡା: ରାସ୍ତା କଲେ ନାହିଁ । ରାସ୍ତା ପାଇଁ ଯାଇଥିବା କୋଟି କୋଟି ଟଙ୍କା ମିଳିମିଶିି ଖାଇଗଲେ । ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ଫସେଇ ଜେଲ୍ ପଠାଇବା ଧମକ ଦେଲେ । କଥାଟି ଅଡୁଆ ଲାଗିଲେ ବି ସତ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଳା ରାଜନଗର ଅଞ୍ଚଳରେ । ରାସ୍ତା ନ କରି ଫଳକ ମାରି ପାଖାପାଖି ଅଢ଼େଇ କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ଅଭିଯୋଗ ପରେ ଏବେ […]

କେନ୍ଦ୍ରାପଡା: ରାସ୍ତା କଲେ ନାହିଁ । ରାସ୍ତା ପାଇଁ ଯାଇଥିବା କୋଟି କୋଟି ଟଙ୍କା ମିଳିମିଶିି ଖାଇଗଲେ । ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ଫସେଇ ଜେଲ୍ ପଠାଇବା ଧମକ ଦେଲେ । କଥାଟି ଅଡୁଆ ଲାଗିଲେ ବି ସତ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଳା ରାଜନଗର ଅଞ୍ଚଳରେ । ରାସ୍ତା ନ କରି ଫଳକ ମାରି ପାଖାପାଖି ଅଢ଼େଇ କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ଅଭିଯୋଗ ପରେ ଏବେ ରାସ୍ତା କରିବେ ବୋଲି ପ୍ରଶାସନିକ ବାବୁମାନେ ପ୍ରତିଶ୍ରୁତି ଦେଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ର ଏକମାଣିଆ ପଞ୍ଚାୟତ ଚାରି ପଟେ ଘେରି ରହିଛି ନଦୀ । ଏହି ପଞ୍ଚାୟତରେ ୩ଟି ଗାଁ ରହିଛି । ପ୍ରାୟ ୫ ହଜାରୁ ଅଧିକ ଲୋକ ବସବାସ କରନ୍ତି । ଲୋକମାନେ ଯିବା ଆସିବା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି । ରାସ୍ତା କଥା ନ କହିବା ଭଲ । ପକ୍କା ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨ କୋଟି ୩୧ ଲକ୍ଷ ୮୦ ହଜାର ୧୮୮ ଟଙ୍କା ମଞ୍ଚୁର ହେଲା । ରାଜନଗର ବ୍ଲକ୍ କେରଡାଗଡ଼ ଘାଟ ରାସ୍ତା ଦେଇ ଏହି ୩ ଟି ଗାଁର ଲୋକମାନେ ଯିବାଆସିବା କରନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ହେବ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, କେବଳ ବାହାର କାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ

ଆହୁରି ପଢ଼ନ୍ତୁ: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ଏକମାଣିଆ ପଞ୍ଚାୟତର ଏକମାଣିଆ, ନଳପାହି ଓ ଦକ୍ଷିଣଡିଆ ଆଦି ୩ଟି ଗାଁକୁ ଚାରିପଟୁ ବ୍ରାହ୍ମଣୀ ଓ ହଂସୁଆ ନଦୀ ଘେରିରହିଛି କ୍ଷ ତେବେ ରାସ୍ତା ନଥିବାରୁ ଲୋକେ ପାଣି କାଦୁଅରେ ପଚ ପଚ ହେବାକୁ ପଡୁଛି । ତେବେ ମଞ୍ଚୁର ଟଙ୍କାରେ ୩ କି.ମି ୭୫୦ ମିଟର ରାସ୍ତାର ବ୍ୟବସ୍ଥା ଥିଲା । କେରଡାଗଡ଼ ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଘାଟ ପର୍ୟ୍ୟନ୍ତ ୭୦୦ ମିଟର ଓ ବାକି ୩ କି.ମି ୫୦ ମିଟର ନଦୀ ଆରପାରିରେ ଦକ୍ଷିଣଡିଆ ଗାଁ ଦେଇ ରାସ୍ତା ନିର୍ମାଣ ହେବାର ଥିଲା । ଏହି ରାସ୍ତା ୨୦୧୭ରୁ ଏପ୍ରିଲ୍ ୧୭ରୁ ୨୦୧୮ ଜାନୁଆରୀ ୨୦୧୮ରେ ଶେଷ ହେବାର ଥିଲା । ଠିକ୍ ସମୟରେ କାମ ଆରମ୍ଭ ହେଲା । ମାତ୍ର ୭ ଶହ ମିଟର ରାସ୍ତା କାମ ସରିଛି । ହେଲେ ଦକ୍ଷଣଡିଆ ରାସ୍ତା କଥା ଦୁରେ ଥାଉ ମାଟି ମୁଠେ ବି ପଡି ନାହିଁ । କିନ୍ତୁ ଫଳକ ମରାଯାଇଛି ୩ କି.ମି ୭୫୦ ମିଟର ରାସ୍ତାର କାମ ହୋଇଛି ବୋଲି । ସବୁଠାରୁ ବଡ଼ କଥା ହେଲା ଯେଉଁଠାରେ ଫଳକ ମରା ହେବା କଥା ସେଠାରେ ନ ମାରି ସେହି ସ୍ଥାନରୁ ୪ କିଲୋମିଟର ଦୂର ଅନ୍ୟ ଏକ ପଞ୍ଚାୟତର ଜଙ୍ଗଲିଆ ଜାଗାରେ ମାରି ଦେଇଛନ୍ତି । ତା’ଛଡା ପ୍ରତି ବର୍ଷ ରାସ୍ତା ମରାମତି ପାଇଁ ଆସୁଥିବା ଅର୍ଥ ଆଣି ଆତ୍ମସାତ ମଧ୍ୟ କରିଦେଇଛନ୍ତି । ଠିକାଦାରଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ସମସ୍ତେ ଏଥିରେ ସାମିଲ ଥିବା ଜଣାପଡିଛି । ଆଶ୍ଚର୍ୟ୍ୟର କଥା ହେଉଛି ରାସ୍ତା କଥା ପଞ୍ଚାୟତ ଲୋକ ଅନେକ ଥର ଜିଲ୍ଳାପାଳ, ଆଳି ଓ ରାଜନଗର ବିଧାୟକଙ୍କୁ ଜଣାଇଛନ୍ତି । ହେଲେ ତାଙ୍କ କଥାକୁ କେହି ଶୁଣୁନାହାନ୍ତି । ପଞ୍ଚାୟତ ଲୋକଙ୍କ ଅଭିଯୋଗ ରାସ୍ତା ନ କରି ମିଳିମିଶି ଟଙ୍କା ଖାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

ଗତ କିଛିଦିନ ତଳେ ରାସ୍ତା ଅଛି କି ନାହିଁ ସେ ବିଷୟରେ ଯାଞ୍ଚ କରିବାକୁ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ ଓ ଅନ୍ୟ ଅଧିକାରୀମାନେ ଯାଇଥିଲେ । ଦକ୍ଷିଣଡ଼ିଆ ଗାଁରେ ବୁଲି ରାସ୍ତା ଖୋଜିଥିଲେ ହେଲେ ପାଇନଥିଲେ । କେରଡାଗଡ ପଟେ ମାତ୍ର ୭ ଶହ ମିଟର ରାସ୍ତା ପାଇଥିଲେ । ହେଲେ ବାକି ରାସ୍ତା ପାଇ ନଥିଲେ । ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ହେବ । ଏହି ହରିଲୁଟ୍‌ରେ ଯେଉଁମାନେ ସାମିଲ୍ ଅଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠନ ହେବ । ଏବେ ଦେଖିବା ବାକି ରହିଲା ରାସ୍ତା ହେବ ନାଁ ପ୍ରତିଶ୍ରୁତି ଦେଇ କାମ ସାରିଦେବେ ।

21 Aug 2021 By The Sakala

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ମହାଦୁର୍ନୀତି : ରାସ୍ତା ନ କରି ଅଢ଼େଇ କୋଟି ଚଳୁ

କେନ୍ଦ୍ରାପଡା: ରାସ୍ତା କଲେ ନାହିଁ । ରାସ୍ତା ପାଇଁ ଯାଇଥିବା କୋଟି କୋଟି ଟଙ୍କା ମିଳିମିଶିି ଖାଇଗଲେ । ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ଫସେଇ ଜେଲ୍ ପଠାଇବା ଧମକ ଦେଲେ । କଥାଟି ଅଡୁଆ ଲାଗିଲେ ବି ସତ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଳା ରାଜନଗର ଅଞ୍ଚଳରେ । ରାସ୍ତା ନ କରି ଫଳକ ମାରି ପାଖାପାଖି ଅଢ଼େଇ କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ଅଭିଯୋଗ ପରେ ଏବେ ରାସ୍ତା କରିବେ ବୋଲି ପ୍ରଶାସନିକ ବାବୁମାନେ ପ୍ରତିଶ୍ରୁତି ଦେଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ର ଏକମାଣିଆ ପଞ୍ଚାୟତ ଚାରି ପଟେ ଘେରି ରହିଛି ନଦୀ । ଏହି ପଞ୍ଚାୟତରେ ୩ଟି ଗାଁ ରହିଛି । ପ୍ରାୟ ୫ ହଜାରୁ ଅଧିକ ଲୋକ ବସବାସ କରନ୍ତି । ଲୋକମାନେ ଯିବା ଆସିବା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି । ରାସ୍ତା କଥା ନ କହିବା ଭଲ । ପକ୍କା ରାସ୍ତା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨ କୋଟି ୩୧ ଲକ୍ଷ ୮୦ ହଜାର ୧୮୮ ଟଙ୍କା ମଞ୍ଚୁର ହେଲା । ରାଜନଗର ବ୍ଲକ୍ କେରଡାଗଡ଼ ଘାଟ ରାସ୍ତା ଦେଇ ଏହି ୩ ଟି ଗାଁର ଲୋକମାନେ ଯିବାଆସିବା କରନ୍ତି ।

ଏକମାଣିଆ ପଞ୍ଚାୟତର ଏକମାଣିଆ, ନଳପାହି ଓ ଦକ୍ଷିଣଡିଆ ଆଦି ୩ଟି ଗାଁକୁ ଚାରିପଟୁ ବ୍ରାହ୍ମଣୀ ଓ ହଂସୁଆ ନଦୀ ଘେରିରହିଛି କ୍ଷ ତେବେ ରାସ୍ତା ନଥିବାରୁ ଲୋକେ ପାଣି କାଦୁଅରେ ପଚ ପଚ ହେବାକୁ ପଡୁଛି । ତେବେ ମଞ୍ଚୁର ଟଙ୍କାରେ ୩ କି.ମି ୭୫୦ ମିଟର ରାସ୍ତାର ବ୍ୟବସ୍ଥା ଥିଲା । କେରଡାଗଡ଼ ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଘାଟ ପର୍ୟ୍ୟନ୍ତ ୭୦୦ ମିଟର ଓ ବାକି ୩ କି.ମି ୫୦ ମିଟର ନଦୀ ଆରପାରିରେ ଦକ୍ଷିଣଡିଆ ଗାଁ ଦେଇ ରାସ୍ତା ନିର୍ମାଣ ହେବାର ଥିଲା । ଏହି ରାସ୍ତା ୨୦୧୭ରୁ ଏପ୍ରିଲ୍ ୧୭ରୁ ୨୦୧୮ ଜାନୁଆରୀ ୨୦୧୮ରେ ଶେଷ ହେବାର ଥିଲା । ଠିକ୍ ସମୟରେ କାମ ଆରମ୍ଭ ହେଲା । ମାତ୍ର ୭ ଶହ ମିଟର ରାସ୍ତା କାମ ସରିଛି । ହେଲେ ଦକ୍ଷଣଡିଆ ରାସ୍ତା କଥା ଦୁରେ ଥାଉ ମାଟି ମୁଠେ ବି ପଡି ନାହିଁ । କିନ୍ତୁ ଫଳକ ମରାଯାଇଛି ୩ କି.ମି ୭୫୦ ମିଟର ରାସ୍ତାର କାମ ହୋଇଛି ବୋଲି । ସବୁଠାରୁ ବଡ଼ କଥା ହେଲା ଯେଉଁଠାରେ ଫଳକ ମରା ହେବା କଥା ସେଠାରେ ନ ମାରି ସେହି ସ୍ଥାନରୁ ୪ କିଲୋମିଟର ଦୂର ଅନ୍ୟ ଏକ ପଞ୍ଚାୟତର ଜଙ୍ଗଲିଆ ଜାଗାରେ ମାରି ଦେଇଛନ୍ତି । ତା’ଛଡା ପ୍ରତି ବର୍ଷ ରାସ୍ତା ମରାମତି ପାଇଁ ଆସୁଥିବା ଅର୍ଥ ଆଣି ଆତ୍ମସାତ ମଧ୍ୟ କରିଦେଇଛନ୍ତି । ଠିକାଦାରଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ସମସ୍ତେ ଏଥିରେ ସାମିଲ ଥିବା ଜଣାପଡିଛି । ଆଶ୍ଚର୍ୟ୍ୟର କଥା ହେଉଛି ରାସ୍ତା କଥା ପଞ୍ଚାୟତ ଲୋକ ଅନେକ ଥର ଜିଲ୍ଳାପାଳ, ଆଳି ଓ ରାଜନଗର ବିଧାୟକଙ୍କୁ ଜଣାଇଛନ୍ତି । ହେଲେ ତାଙ୍କ କଥାକୁ କେହି ଶୁଣୁନାହାନ୍ତି । ପଞ୍ଚାୟତ ଲୋକଙ୍କ ଅଭିଯୋଗ ରାସ୍ତା ନ କରି ମିଳିମିଶି ଟଙ୍କା ଖାଇ ଦେଇଛନ୍ତି ।

ଗତ କିଛିଦିନ ତଳେ ରାସ୍ତା ଅଛି କି ନାହିଁ ସେ ବିଷୟରେ ଯାଞ୍ଚ କରିବାକୁ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ ଓ ଅନ୍ୟ ଅଧିକାରୀମାନେ ଯାଇଥିଲେ । ଦକ୍ଷିଣଡ଼ିଆ ଗାଁରେ ବୁଲି ରାସ୍ତା ଖୋଜିଥିଲେ ହେଲେ ପାଇନଥିଲେ । କେରଡାଗଡ ପଟେ ମାତ୍ର ୭ ଶହ ମିଟର ରାସ୍ତା ପାଇଥିଲେ । ହେଲେ ବାକି ରାସ୍ତା ପାଇ ନଥିଲେ । ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ହେବ । ଏହି ହରିଲୁଟ୍‌ରେ ଯେଉଁମାନେ ସାମିଲ୍ ଅଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠନ ହେବ । ଏବେ ଦେଖିବା ବାକି ରହିଲା ରାସ୍ତା ହେବ ନାଁ ପ୍ରତିଶ୍ରୁତି ଦେଇ କାମ ସାରିଦେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର