ମାଡ଼ି ଚାଲିଛି ଦ୍ୱିତୀୟ ଲହର: କ୍ୱାରେଣ୍ଟାଇନ୍‍ ବଦଳରେ ବାହାରେ ବୁଲୁଛନ୍ତି ଫେରନ୍ତା ପ୍ରବାସୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିଲେ ହେଁ ଘରବାହୁଡ଼ା ପ୍ରବାସୀ ପୁଣି ଥରେ ଚିନ୍ତାର କାରଣ ପାଲଟିଛନ୍ତି। ଗତ ତିନିଦିନ ଭିତରେ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ କୋଭିଡ୍‍ ସଂକ୍ରମଣ ବେଶ୍‍ ଅଧିକ ରହିଛି। ପରିସ୍ଥିତିକୁ ଦେଖି ୧୦ ଜିଲ୍ଲାରେ ରାତ୍ରି କର୍ଫ୍ୟୁ୍‍ ଲାଗୁ କରାଯାଇଛି; ତଥାପି ଦୈନିକ ସଂକ୍ରମଣ ସଂଖ୍ୟା କମିବାର ନାଁ […]

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିଲେ ହେଁ ଘରବାହୁଡ଼ା ପ୍ରବାସୀ ପୁଣି ଥରେ ଚିନ୍ତାର କାରଣ ପାଲଟିଛନ୍ତି। ଗତ ତିନିଦିନ ଭିତରେ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବେ କୋଭିଡ୍‍ ସଂକ୍ରମଣ ବେଶ୍‍ ଅଧିକ ରହିଛି। ପରିସ୍ଥିତିକୁ ଦେଖି ୧୦ ଜିଲ୍ଲାରେ ରାତ୍ରି କର୍ଫ୍ୟୁ୍‍ ଲାଗୁ କରାଯାଇଛି; ତଥାପି ଦୈନିକ ସଂକ୍ରମଣ ସଂଖ୍ୟା କମିବାର ନାଁ ଧରୁ ନାହିଁ। ସରକାର ଓ ଜିଲ୍ଲା ପ୍ରଶାସନ ବାରଣ ସତ୍ତ୍ବେ ବହୁ ସଂଖ୍ୟାରେ ଲୋକ ନିଜ ନିଜ ଜିଲ୍ଲାକୁ ଫେରୁଛନ୍ତି। ତେବେ ଜିଲ୍ଲାସ୍ତରରେ ଯେପରି ଟ୍ରେସିଂ ଓ ସର୍ଭିଲାନ୍ସ ହେବା କଥା ତାହା ହେଉନଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

ବେସରକାରୀ ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲାକୁ ୫ହଜାରରୁ ଅଧିକ ଲୋକ ଫେରିଛନ୍ତି। ଅନ୍ୟ ସମସ୍ୟା ହେଲା ବର୍ତ୍ତମାନ ଦେଶର ଯେଉଁ ରାଜ୍ୟ ଓ ସହରରେ ଦ୍ୱିତୀୟ ଲହର ଆରମ୍ଭ ହୋଇଛି ସେଠାରେ ବହୁ ସଂଖ୍ୟକ ଓଡ଼ିଆ ରହୁଛନ୍ତି। ଏପରିକି ଛତିଶଗଡ଼ରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା କିଛି କମ୍‍ ନୁହେଁ। ଚିନ୍ତାର ବିଷୟ ହେଉଛି, ପ୍ରଶାସନ ଜିଲ୍ଲା ତଥା ରାଜ୍ୟ ସୀମା, ମୁଖ୍ୟ ରାସ୍ତା ଓ ବଜାର ଘାଟ ଉପରେ ନଜର ରଖିଛି; କିନ୍ତୁ ଗାଁ ଗଣ୍ଡା ପୂରା ମୁକୁଳା ପଡ଼ିଛି। କିଏ କୁଆଡ଼େ ଯାଉଛି ତା ଜଗିବାକୁ କେହି ନାହିଁ। ପ୍ରଶାସନ ମଧ୍ୟ ସବୁ ଜାଗାରେ ଲୋକଙ୍କୁ ଜଗିବା ସମ୍ଭବ ନୁହେଁ। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍) ନିର୍ଦ୍ଦେଶକ ଡଃ ଅଜୟ ପରିଡ଼ା କହିଛନ୍ତି ଯେ ପରିସ୍ଥିତିକୁ ଦେଖି ଜିଲ୍ଲାସ୍ତରରେ କୋଭିଡ୍‍ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇ ସାରିଛନ୍ତି। ୧୦ ଜିଲ୍ଲାରେ କଟକଣା ଲାଗୁ ହୋଇଛି; କିନ୍ତୁ ଏହା ଯଥେଷ୍ଟ ନୁହେଁ। ତେଣୁ ଜନସାଧାରଣ ନିଜ କର୍ତ୍ତବ୍ୟକୁ ବୁଝିବା ଉଚିତ।

ଆହୁରି ପଢ଼ନ୍ତୁ: ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାରୁ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପ୍ରବାସୀ ଓଡ଼ିଆ ଶ୍ରମିକ ସୁରକ୍ଷା ସଂଗଠନର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି, ଅନ୍ୟ ରାଜ୍ୟରେ ଯେପରି ସ୍ଥିତି ଦେଖାଦେଇଛି ସେଠାରେ ରହିବା ପାଇଁ ଅନେକ ପ୍ରବାସୀ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହି ମାସରେ ଯଦି ସଂକ୍ରମଣ ଶୀର୍ଷରେ ପହଞ୍ଚେ ତେବେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଶାକୁ ଫେରିବା ସମ୍ଭାବନା ଅଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବହୁ ଲୋକଙ୍କ ଘରେ ଅଲଗା ରହିବା ବ୍ୟବସ୍ଥା ନାହିଁ। ନୂଆ ଷ୍ଟେନ୍‍ରେ ଲକ୍ଷଣ ପ୍ରକାଶ ପାଉନଥିବାରୁ ସନ୍ଦିଗ୍ଧ କିମ୍ବା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହଜ ନୁହେଁ। ତେଣୁ ଗ୍ରାମାଞ୍ଚଳରେ ସନ୍ଦିଗ୍ଧଙ୍କ ଚିହ୍ନଟ ସହ ଟିଏମ୍‍ସି, କ୍ୱାରେଣ୍ଟାଇନ୍‍ ସେଣ୍ଟର ଆଦି ପ୍ରସ୍ତୁତ କରିବା ସହ ସରପଞ୍ଚସ୍ତରରେ ବ୍ୟାପକ ପଦକ୍ଷେପ ନେବାର ଆବଶ୍ୟକତା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ୫ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp