ଶ୍ରୀମନ୍ଦିର ପାଇଁ କରୋନା ସତର୍କତା, ସପ୍ତାହରେ ଦିନେ ବନ୍ଦହେବ ଜଗାଦର୍ଶନ

The Sakala Picture
Published On

ପୁରୀ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ପୂର୍ବଭଳି ସପ୍ତାହର ଗୋଟିଏ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ। କେଉଁଦିନ ଦର୍ଶନ ବନ୍ଦ କରାଯିବ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ […]

ପୁରୀ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ପୂର୍ବଭଳି ସପ୍ତାହର ଗୋଟିଏ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ। କେଉଁଦିନ ଦର୍ଶନ ବନ୍ଦ କରାଯିବ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତମାନଙ୍କ ପାଇଁ ସାନିଟାଇଜର ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି। ଏବେ କିନ୍ତୁ କେତେଜଣ ଏହାକୁ ମାନୁନାହାନ୍ତି। ତେଣୁ ଯାଞ୍ଚ କଡ଼ାକଡ଼ି ହେବ। ସେହିପରି ସପ୍ତାହକୁ ଦିନେ ଦର୍ଶନ ବନ୍ଦ କରି ଶ୍ରୀମନ୍ଦିର ଏବଂ ଏହାର ଆଖାପାଖ ସାନିଟାଇଜ୍‍ କରାଯବା ନେଇ ପ୍ରାଥମିକ ଆଲୋଚନା ହୋଇଛି। ଏ ନେଇ ଖୁବ୍‍ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ସେବାୟତମାନେ ସଂକ୍ରମଣଠାରୁ କିପରି ଦୂରେଇ ରହିବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ଟିକାକରଣ ଆରମ୍ଭ ହୋଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ କୌଣସି ରୋଗରେ ଆକ୍ରାନ୍ତ ଥିଲେ କୋଭିଡ୍‍ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି। ରଥ ନିର୍ମାଣ ଆରମ୍ଭ ପୂର୍ବରୁ ଏହି ବୟସବର୍ଗର ଭୋଇ ଏବଂ ମହାରଣା ସେବାୟତଙ୍କୁ ମଧ୍ୟ ଟିକା ନେବା ପାଇଁ କୁହାଯାଇଛି। ଏ ଦିଗରେ ପ୍ରତ୍ୟେକ ନିଯୋଗ ସେମାନଙ୍କ ବୈଠକ ଡାକି ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

24 Mar 2021 By The Sakala

ଶ୍ରୀମନ୍ଦିର ପାଇଁ କରୋନା ସତର୍କତା, ସପ୍ତାହରେ ଦିନେ ବନ୍ଦହେବ ଜଗାଦର୍ଶନ

ପୁରୀ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ପୂର୍ବଭଳି ସପ୍ତାହର ଗୋଟିଏ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ। କେଉଁଦିନ ଦର୍ଶନ ବନ୍ଦ କରାଯିବ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତମାନଙ୍କ ପାଇଁ ସାନିଟାଇଜର ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି। ଏବେ କିନ୍ତୁ କେତେଜଣ ଏହାକୁ ମାନୁନାହାନ୍ତି। ତେଣୁ ଯାଞ୍ଚ କଡ଼ାକଡ଼ି ହେବ। ସେହିପରି ସପ୍ତାହକୁ ଦିନେ ଦର୍ଶନ ବନ୍ଦ କରି ଶ୍ରୀମନ୍ଦିର ଏବଂ ଏହାର ଆଖାପାଖ ସାନିଟାଇଜ୍‍ କରାଯବା ନେଇ ପ୍ରାଥମିକ ଆଲୋଚନା ହୋଇଛି। ଏ ନେଇ ଖୁବ୍‍ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସେବାୟତମାନେ ସଂକ୍ରମଣଠାରୁ କିପରି ଦୂରେଇ ରହିବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ଟିକାକରଣ ଆରମ୍ଭ ହୋଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ କୌଣସି ରୋଗରେ ଆକ୍ରାନ୍ତ ଥିଲେ କୋଭିଡ୍‍ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି। ରଥ ନିର୍ମାଣ ଆରମ୍ଭ ପୂର୍ବରୁ ଏହି ବୟସବର୍ଗର ଭୋଇ ଏବଂ ମହାରଣା ସେବାୟତଙ୍କୁ ମଧ୍ୟ ଟିକା ନେବା ପାଇଁ କୁହାଯାଇଛି। ଏ ଦିଗରେ ପ୍ରତ୍ୟେକ ନିଯୋଗ ସେମାନଙ୍କ ବୈଠକ ଡାକି ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର