ଜେଲ୍‌ରେ ବିକ୍ରମ ପଣ୍ଡାଙ୍କୁ ମାରିବାକୁ ଷଡ଼ଯନ୍ତ୍ର ! ପୁଲିସ, ଡାକ୍ତର ମିଳିତ ଭାବରେ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ

Madhusudan Das Picture
Published On

ବ୍ରହ୍ମପୁର: ଜେଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି। ଏଥିପାଇଁ ପୁଲିସ, ଡାକ୍ତର  ମିଳିତ ଭାବରେ ଚକ୍ରାନ୍ତ ଚଳାଇଥିବା ସନ୍ଦେହ ଘନୀଭୂତ ହେଉଛି ବୋଲି ବିକ୍ରମଙ୍କ ପରିବାର ଏବଂ ସମର୍ଥକ ଅଭିଯୋଗ କରିଛନ୍ତି। ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିକ୍ରମଙ୍କୁ ଜେଲ କର୍ତ୍ତୃପକ୍ଷ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ବିନା ଚିକିତ୍ସାରେ ତରବରିଆ ଭାବରେ ତାଙ୍କୁ ଜେଲ୍‌କୁ ପୁଲିସ ଫେରାଇ ନେଇଛି। ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକତା ଥିବା ଓ ଏଥିପାଇଁ ବିକ୍ରମ ସମ୍ମତି ଦେବା ସତ୍ତ୍ବେ ପୁଲିସ ଏହାକୁ କର୍ଣ୍ଣପାତ କରିନାହିଁ। ଡାକ୍ତରମାନେ ବି ପୁଲିସ କଥାରେ ଘୋଷା ଶୁଆ ପରି ହଁ ଭରି ବିକ୍ରମଙ୍କୁ ପୁଣି ଜେଲ୍ ପଠାଇବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

ବିଭିନ୍ନ ରୋଗରେ ପୀଡ଼ିତ ହେବା ପରେ ବିକ୍ରମଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୫ ଦିନ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷା କରାଗଲା, ନିଦାନ ରିପୋର୍ଟରେ ରୋଗ ଚିହ୍ନଟ ହେଲା। ଜଣେ ପୂର୍ବତନ ବିଧାୟକ ଭାବରେ ତାଙ୍କର ଚିିକିତ୍ସା ବ୍ୟୟ ରାଜ୍ୟ ସରକାର ବହନ କରିବା କଥା, ମାତ୍ର ଚିକିତ୍ସା ବ୍ୟୟ ବହନ କରିବା ତ ଦୂରର କଥା; ଡ଼ାକ୍ତରଖାନାରେ ତାଙ୍କର ଚିିକିତ୍ସା ବି କରାଗଲା ନାହିଁ। ବିନା ଚିକିତ୍ସାରେ ତରବରିଆ ଭାବେ ବିକ୍ରମ ପଣ୍ଡାଙ୍କୁ ବଳପୂର୍ବକ ଜେଲ୍‌କୁ ପଠାଯିବା ପରେ ତାଙ୍କୁ ଜେଲ ମଧ୍ୟରେ ବିନା ଚିକିତ୍ସାରେ ମାରିଦେବାକୁ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ତାଙ୍କ ସମର୍ଥକ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ଅଦାଲତ ବିକ୍ରମଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ତଲବ କରିବା ପରେ ତାଙ୍କର ଚିକିତ୍ସା ପାଇଁ ୬ଜଣ ବିଶେଷଜ୍ଞଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଟିମ୍‌ର ପରାମର୍ଶ କ୍ରମେ ପୁଲିସ ଉପସ୍ଥିତିରେ ଏମ୍‌କେସିଜି ମେଡିକାଲରେ କରାଯାଇଥିବା ସିଟିସ୍କାନ, ଏମ୍‌ଆରଆଇ, ଅଲଟ୍ରାସାଉଣ୍ଡ ଓ ଏକ୍ସ-ରେ ଆଦି ରିପୋର୍ଟ ଆଧାରରେ ଚିକିତ୍ସା ଜାରି ରହିଥିଲା। ବିକ୍ରମଙ୍କ ଗଲବ୍ଲାଡରରେ ପଥୁରୀ ବାହାରିଥିଲା ଏହା ସହିତ ମଳକଣ୍ଟକ ଓ ଅର୍ଶ ରୋଗରେ ସେ ପୀଡ଼ିତ ଥିବା ଜଣାପଡ଼ିଥିଲା।  ମଳକଣ୍ଟକ ଓ ଅର୍ଶ ଭଳି ରୋଗର ପ୍ରତିକାର ପାଇଁ ଡ଼ାକ୍ତରମାନେ ଔଷଧ ଲେଖିଥିଲେ ଓ ଗଲବ୍ଲାଡର ଷ୍ଟୋନ ପାଇଁ ସର୍ଜରୀ ଆବଶ୍ୟ ଜରୁରୀ ବୋଲି କୁହାଯାଇଥିଲା। ଡ଼ାକ୍ତରୀ ଟିମ୍‌ର ଅଧ୍ୟକ୍ଷ ତଥା ଏମକେସିଜି ଅଧୀକ୍ଷକ ପ୍ରଫେସର ଡାକ୍ତର ଦୁର୍ଗାମାଧବ ଶତପଥୀ, ଡ଼ିନ୍‌ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ସୁଚିତ୍ରା ଦାଶ ମଧ୍ୟ ଏହା ସ୍ୱୀକାର କରିଥିଲେ। ଏଥିପାଇଁ ଆଜି ବିଭିନ୍ନ ପରୀକ୍ଷା କରାଯିବା ପରେ ମଙ୍ଗଳବାର କିମ୍ବା ବୁଧବାର ଲାପ୍ରୋସ୍କୋପି ସର୍ଜରୀ କରାଯିବାକୁ ଆପାତତଃ ନିଷ୍ପତ୍ତି ହୋଇଥିଲା। ମାତ୍ର ଆଜି ପୁଲିସ କର୍ତ୍ତୃପକ୍ଷ ସର୍ଜରୀ ପାଇଁ ବିକ୍ରମ ଅରାଜି ଥିବା ଦର୍ଶାଇ ତାଙ୍କୁ ମେଡିକାଲରୁ ତରବରିଆ ଭାବେ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ବିକ୍ରମଙ୍କ ନିକଟରେ ଥିବା ତାଙ୍କ ପତ୍ନୀ, ପୁଅ, ବାପା ଓ ଭଉଣୀ କାହାକୁ କିଛି ସୂଚନା ନଦେଇ ତଳ ମହଲାରେ ଡାକ୍ତରଙ୍କ ସହ ଆଲୋଚନା କରାଯିବ ବୋଲି ମିଛ କହି ବିକ୍ରମଙ୍କୁ ତଳକୁ ନିଆଯାଉଥିଲା। ଏହି ସମୟରେ କିଛି ସନ୍ଦେହ କରି ବିକ୍ରମଙ୍କ ପରିବାର ବର୍ଗ ପଚରା ଉଚରା କରିବା ପରେ ତାଙ୍କୁ ଜେଲ ନିଆଯାଉଥିବା ଜଣାପଡ଼ିଥିଲା। ଯାହାକୁ ତାଙ୍କ ପରିବାରବର୍ଗ ବିରୋଧ କରିଥିଲେ। ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବା ବିକ୍ରମଙ୍କୁ ବିନା ଚିକିତ୍ସାରେ ପୁଣି ଜେଲ୍‌ ଫେରାଇ ନିଆଯିବା ଘଟଣାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ସଶସ୍ତ୍ର ପୁଲିସ ସହାୟତାରେବିକ୍ରମଙ୍କୁ ବଳପୂର୍ବକ ଜେଲକୁ ନିଆଯାଇଥିଲା। 

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ସର୍ଜରୀ ପାଇଁ ବିକ୍ରମ ଅରାଜି ବୋଲି ପୁଲିସ କହୁଥିବାବେଳେ ଏହାକୁ ନିଜେ ବିକ୍ରମ ଅସ୍ୱୀକାର କରିଛନ୍ତି। ବଡ଼ ପାଟିରେ ତାଙ୍କର ଚିକିତ୍ସା ଓ ସର୍ଜରୀ କରାଯିବାକୁ ସେ କହୁଥିଲେ ହେଁ କେହି ତାକୁ କର୍ଣ୍ଣପାତ କରିନାହାନ୍ତି। ଯାହାକୁ ନେଇ ତାଙ୍କୁ ଜେଲରେ ମାରିଦେବାକୁ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ ଜଣେ ରୋଗୀ ହିସାବରେ ସମସ୍ତ ରିପୋର୍ଟ ସତ୍ତ୍ବେ ବିକ୍ରମଙ୍କୁ ଚିକିତ୍ସା ନକରି ଫେରାଇ ଦେବା ନିମନ୍ତେ ସେ ସିଧା  ଡାକ୍ତରୀ ଟିମକୁ ଦାୟୀ କରିଛନ୍ତି।  ବିକ୍ରମଙ୍କ ସ୍ୱାସ୍ଥ୍ୟରେ କିଛି ଅଘଟଣ ଘଟିଲେ ସେଥିପାଇଁ ଜେଲ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ପୁଲିସ ପ୍ରଶାସନ ଦାୟୀ ରହିବେ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଏନେଇ ସେ ମଙ୍ଗଳବାର କୋର୍ଟରେ ପିଟିସନ ଦାଖଲ କରିବେ ଏବଂ ଆବଶ୍ୟକ ସ୍ଥଳେ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଅପରପକ୍ଷରେ ବିକ୍ରମଙ୍କ ଚିକିତ୍ସାକୁ ନେଇ ମଧ୍ୟ ବାହ୍ୟ ଶକ୍ତିର ଚାପ କାମ କରୁଥିବା ଅଭିଯୋଗ କରିଛନ୍ତି। 

ସେପଟେ ବିକ୍ରମଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ଟିମର ଅଧ୍ୟକ୍ଷ ତଥା ଡାକ୍ତରଖାନାର ଅଧୀକ୍ଷକ ପ୍ରଫେସର ଦୁର୍ଗାମାଧବ ଶତପଥୀ କହିଛନ୍ତି ଯେ ବିକ୍ରମଙ୍କ ଗଲବ୍ଲାଡର ଷ୍ଟୋନ ପାଇଁ ସର୍ଜରୀ ଜରୁରୀ। ତେବେ ବିକ୍ରମ ସହମତି ପ୍ରକାଶ କରୁନଥିବା ନେଇ ଡାକ୍ତରୀ ଟିମ୍‌ର ରିପୋର୍ଟ ଆଧାରରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ସେ କହିଛନ୍ତି। ବିକ୍ରମଙ୍କ ପ୍ରତି ପ୍ରଶାସନର ଏଭଳି ମନୋଭାବକୁ ନେଇ ସାଧାରଣରେ ବେଶ ଆଲୋଚନା ହେବା ସହିତ ଅସନ୍ତୋଷ ଦେଖିବାକୁ ମିଳିଛି।

17 Feb 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର