ବିଡ଼ିଓ ସିଡିଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ରାଜ୍ୟବାସୀଙ୍କୁ ହତୋତ୍ସାହିତ କରିଛି: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ବିଡ଼ିଓ ଓ ସିଡିଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କୁ ହତୋତ୍ସାହିତ କରିଛି ବୋଲି ଶଙ୍ଖଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟରେ ବିକାଶ କାମ ତ୍ୱରାନ୍ୱିତ ହୋଇପାରୁନଥିବା ସ୍ୱୀକାର କରିଥିବା ବେଳେ ଅଧିକାରୀ ମାନେ ତାଙ୍କୁ ଅବମାନନା କରୁଥିବା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, […]

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ବିଡ଼ିଓ ଓ ସିଡିଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କୁ ହତୋତ୍ସାହିତ କରିଛି ବୋଲି ଶଙ୍ଖଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟରେ ବିକାଶ କାମ ତ୍ୱରାନ୍ୱିତ ହୋଇପାରୁନଥିବା ସ୍ୱୀକାର କରିଥିବା ବେଳେ ଅଧିକାରୀ ମାନେ ତାଙ୍କୁ ଅବମାନନା କରୁଥିବା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରୀ ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ସମୟରେ ଅଧିକାରୀମାନେ ଟିଭି ବନ୍ଦ କରିଦେଇ ଲୋକଙ୍କୁ ଚାଲିଯିବାକୁ କହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଯଦି ସତ ତାହେଲେ ଏହା ଅତ୍ୟନ୍ତ ସାଙ୍ଘାତିକ ଏବଂ ଏହା କ୍ରିମିନାଲ ନେଗ୍‌ଲିଜେନ୍ସ ବୋଲି ବିଚାର କରାଯିବ। ପ୍ରଶାସନିକ କଳ କାର୍ଯ୍ୟ କରିବାର ଏକ ନିର୍ଦ୍ଦିଷ୍ଟ ସରକାରୀ ବ୍ୟବସ୍ଥା ଅଛି। ପ୍ରୋଟୋକଲ ଅନୁଯାୟୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା। ତେଣୁ ମୁଖ୍ୟମନ୍ତ୍ରୀ ସଭା ସମିତିରେ ଅସହାୟତା ପ୍ରକାଶ କରିବା ପରିବର୍ତ୍ତେ ଅବମାନନା କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନିଜ ନେତୃତ୍ୱର ପରିଚୟ ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍: ୨୭ ଅଗଷ୍ଟ ନୁହେଁ, ୨୮ରେ ମିଳିବ ପଞ୍ଚମ କିସ୍ତି

ମୁଖ୍ୟମନ୍ତ୍ରୀଙ୍କ ଅସହାୟତା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ରାଜ୍ୟର ସର୍ବୋଚ୍ଚ କର୍ତ୍ତା ଯଦି ଅସହାୟ ହେବେ, ତାହେଲେ ସାଢେ଼ ୪ କୋଟି ଓଡିଶାବାସୀ କାହା ଉପରେ ଭରସା କରିବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ୟୁପି ପୋଲିସର ଛାପା; ଦୋନମ୍ବରି କାମରେ ଲିପ୍ତ ଥିବା ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ

ଡ. ମହାନ୍ତି ଆହୁରି କହିଥିଲେ, ଆଜି ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି, ରାଜ୍ୟରେ ବିଜେପି ସରକାର ଲୋକଙ୍କୁ ସୁଶାସନ ଦେବାରେ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନିକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡିଛି। ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅହେତୁକ ବୃଦ୍ଧି ପାଇଛି। ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ନିଜେ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ କଳ ଉପରେ ନିୟନ୍ତ୍ରଣ ରଖି ଶାସନ ବ୍ୟବସ୍ଥାକୁ ସଜାଡନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର