ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: ଶିକ୍ଷକମାନଙ୍କ କଲ୍ୟାଣ ପାଇଁ ବଜ୍ର ଯୋଜନାର କଲେ ଶୁଭାରମ୍ଭ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ଅଡିଟୋରିୟମ, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହିତ ୧୦ ଟି କର୍ମଶାଳା କେନ୍ଦ୍ର ନିର୍ମାଣ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମନ୍ତ ବିହାର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ଅଡିଟୋରିୟମ, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହିତ ୧୦ ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ଶିକ୍ଷକ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ବଜ୍ର ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି ଯୋଜନାରେ ଶିକ୍ଷକ ମାନେ ସେମାନଙ୍କର ଦିନକର ଦରମା ଏହି କଲ୍ୟାଣ ପାଣ୍ଠିକୁ ଦାନ କରିବେ ଏବଂ ଏହି ପାଣ୍ଠିରୁ ସେମାନଙ୍କ ବିଭିନ୍ନ ଆର୍ଥିକ ସମସ୍ୟା ସମୟରେ ସହାୟତା ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

ଏହି ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ, ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା (ଶିକ୍ଷା)  ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ., OAV ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର