ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୧ ହଜାର ୩୪୨ କୋଟି ଟଙ୍କା ଅନୁଦାନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷିଆ, ଗ୍ଲୋବଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି । ଓଡ଼ିଶା ସ୍କିଲ୍ […]

ଭୁବନେଶ୍ୱର: ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୧ ହଜାର ୩୪୨ କୋଟି ଟଙ୍କା ଅନୁଦାନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷିଆ, ଗ୍ଲୋବଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗତ ୫ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଯୁବଗୋଷ୍ଠୀ ପାଇଁ ଯେକୌଣସି ସ୍ଥାନର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ନୂଆ ଉପାୟ ସୃଷ୍ଟି ହୋଇଛି । ଭୁବନେଶ୍ବରରେ ବିଶ୍ବସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ, ବିଶ୍ବ ଦକ୍ଷତା କେନ୍ଦ୍ର ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯୁବଗୋଷ୍ଠୀଙ୍କ ଆଶା ଆକାଂକ୍ଷା ପୂରଣ ସହ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ଦେବାକୁ ଲକ୍ଷ୍ୟ ରହିଛି। ଯୁବପିଢ଼ିଙ୍କ ପାଇଁ ଭିତ୍ତିଭୂମି ଓ ଭବିଷ୍ୟତ ପ୍ରସ୍ତୁତ କରିବାକୁ ଯାନ୍ତ୍ରିକ କୌଶଳ ସୃଷ୍ଟି କରି ବିପୁଳ ବିନିଯୋଗ କରାଯିବ ବୋଲି କହିଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫେସନ ଏବଂ ଡିଜାଇନ, ସୌନ୍ଦର୍ୟ୍ୟ ଓ ସୁସ୍ଥତା ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ତେବେ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ।

cm-naveen

ଓ୍ବାର୍ଲଡ ସ୍କିଲ୍ ସେଣ୍ଟର ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରି ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ । ୧୩୪୨ ଦଶମିକ ୨ କୋଟି ଟଙ୍କାର ବଜେଟ୍‌ରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷ୍‌, ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି ଏହି କେନ୍ଦ୍ର। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି। ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛି। ଏହା ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବୟଂ ସଂପୂର୍ଣ୍ଣ ଅନୁଷ୍ଠାନ ଭାବେ ପରିଗଣିତ ହେବ । ଆଇଟିଆଇ ଓ ପଲିଟେକ୍ନିକ୍ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ କେନ୍ଦ୍ର ଭାବେ କାର୍ୟ୍ୟ କରିବ ।

ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡିକ ପାଇଁ ଏହା ହେବ ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ । ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ, ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫ୍ୟାସନ, ଡିଜାଇନ, ସୌନ୍ଦର୍ୟ୍ୟ ଓ ସ୍ବାସ୍ଥ୍ୟ ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।

05 Mar 2021 By The Sakala

ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୧ ହଜାର ୩୪୨ କୋଟି ଟଙ୍କା ଅନୁଦାନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷିଆ, ଗ୍ଲୋବଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି।

ଗତ ୫ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଯୁବଗୋଷ୍ଠୀ ପାଇଁ ଯେକୌଣସି ସ୍ଥାନର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ନୂଆ ଉପାୟ ସୃଷ୍ଟି ହୋଇଛି । ଭୁବନେଶ୍ବରରେ ବିଶ୍ବସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ, ବିଶ୍ବ ଦକ୍ଷତା କେନ୍ଦ୍ର ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯୁବଗୋଷ୍ଠୀଙ୍କ ଆଶା ଆକାଂକ୍ଷା ପୂରଣ ସହ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ଦେବାକୁ ଲକ୍ଷ୍ୟ ରହିଛି। ଯୁବପିଢ଼ିଙ୍କ ପାଇଁ ଭିତ୍ତିଭୂମି ଓ ଭବିଷ୍ୟତ ପ୍ରସ୍ତୁତ କରିବାକୁ ଯାନ୍ତ୍ରିକ କୌଶଳ ସୃଷ୍ଟି କରି ବିପୁଳ ବିନିଯୋଗ କରାଯିବ ବୋଲି କହିଛନ୍ତି ନବୀନ ।

ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫେସନ ଏବଂ ଡିଜାଇନ, ସୌନ୍ଦର୍ୟ୍ୟ ଓ ସୁସ୍ଥତା ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ତେବେ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ।

cm-naveen

ଓ୍ବାର୍ଲଡ ସ୍କିଲ୍ ସେଣ୍ଟର ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରି ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ । ୧୩୪୨ ଦଶମିକ ୨ କୋଟି ଟଙ୍କାର ବଜେଟ୍‌ରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷ୍‌, ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି ଏହି କେନ୍ଦ୍ର। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି। ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛି। ଏହା ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବୟଂ ସଂପୂର୍ଣ୍ଣ ଅନୁଷ୍ଠାନ ଭାବେ ପରିଗଣିତ ହେବ । ଆଇଟିଆଇ ଓ ପଲିଟେକ୍ନିକ୍ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ କେନ୍ଦ୍ର ଭାବେ କାର୍ୟ୍ୟ କରିବ ।

ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡିକ ପାଇଁ ଏହା ହେବ ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ । ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ, ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫ୍ୟାସନ, ଡିଜାଇନ, ସୌନ୍ଦର୍ୟ୍ୟ ଓ ସ୍ବାସ୍ଥ୍ୟ ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର