ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

The Sakala Picture
Published On

ଭୁବନେଶ୍ୱର: ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଉଦୀୟମାନ ତାରକା ସ୍ୱାତୀ ଗୁଆହାଟିରେ ଅନୁଷ୍ଠିତ ୨୦୨୦ ଖେଳୋ ଇଣ୍ଡିଆ ୟୁଥ୍ ଗେମ୍ସର ସାଇକେଲିଂରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ନିକଟରେ ସ୍ୱାତୀ ବ୍ୟକ୍ତିଗତ ବର୍ଗରେ […]

ଭୁବନେଶ୍ୱର: ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଉଦୀୟମାନ ତାରକା ସ୍ୱାତୀ ଗୁଆହାଟିରେ ଅନୁଷ୍ଠିତ ୨୦୨୦ ଖେଳୋ ଇଣ୍ଡିଆ ୟୁଥ୍ ଗେମ୍ସର ସାଇକେଲିଂରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ।

ଆହୁରି ପଢ଼ନ୍ତୁ:  ବଦଳିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ନିକଟରେ ସ୍ୱାତୀ ବ୍ୟକ୍ତିଗତ ବର୍ଗରେ ୩ ହଜାର ମିଟର ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିସହ ନଭି ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ୬୦ କିମି ରୋଡ୍ ମାସ ଷ୍ଟାର୍ଟରେ ସ୍ୱାତୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଆହୁରି ପଢ଼ନ୍ତୁ: ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

ଆହୁରି ପଢ଼ନ୍ତୁ: ପୁଅର ଟାଙ୍ଗିଆ ଚୋଟରେ ବାପା ଗୁରୁତର, ଛଡ଼ାଇବାକୁ ଆସି ଯୁବକ ଆହତ

ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ୭୨ତମ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ସ୍ୱାତୀ ୧୦ କିଲୋମିଟର ସ୍କ୍ରାଚ ରେସ୍ ଓ ୨୦ କିଲୋମିଟର ପଏଣ୍ଟ ରେସରେ ରୌପ୍ୟ ଜିତିଥିଲେ । ସ୍ୱାତୀଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱାତୀ ଅନ୍ୟ ଯୁବଗୋଷ୍ଠୀଙ୍କ ଲାଗି ପ୍ରେରଣାର ଉତ୍ସ । ବିଶେଷକରି ମହିଳାମାନଙ୍କ ସଫଳତାର ପଥିକ ସ୍ୱାତୀ ।

07 Apr 2021 By The Sakala

ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଉଦୀୟମାନ ତାରକା ସ୍ୱାତୀ ଗୁଆହାଟିରେ ଅନୁଷ୍ଠିତ ୨୦୨୦ ଖେଳୋ ଇଣ୍ଡିଆ ୟୁଥ୍ ଗେମ୍ସର ସାଇକେଲିଂରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ।

ନିକଟରେ ସ୍ୱାତୀ ବ୍ୟକ୍ତିଗତ ବର୍ଗରେ ୩ ହଜାର ମିଟର ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିସହ ନଭି ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ୬୦ କିମି ରୋଡ୍ ମାସ ଷ୍ଟାର୍ଟରେ ସ୍ୱାତୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ୭୨ତମ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ସ୍ୱାତୀ ୧୦ କିଲୋମିଟର ସ୍କ୍ରାଚ ରେସ୍ ଓ ୨୦ କିଲୋମିଟର ପଏଣ୍ଟ ରେସରେ ରୌପ୍ୟ ଜିତିଥିଲେ । ସ୍ୱାତୀଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱାତୀ ଅନ୍ୟ ଯୁବଗୋଷ୍ଠୀଙ୍କ ଲାଗି ପ୍ରେରଣାର ଉତ୍ସ । ବିଶେଷକରି ମହିଳାମାନଙ୍କ ସଫଳତାର ପଥିକ ସ୍ୱାତୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର