ମନୋରଞ୍ଜନ
ଓଡ଼ିଶା
ବିଧାନସଭାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ: ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିଧାନସଭାରେ ପୁଣି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧାଙ୍କୁ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନର ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ ବୋଲି ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋ ଦିବଂଗତ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ । ମୋ ଚିକିତ୍ସା ପାଇଁ ମୋ ଭଉଣୀ ଶ୍ରଦ୍ଧାକୁ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାକୁ କୌଣସି ସରକାରୀ ବାସଭବନ ଦିଆଯାଇ ନାହିଁ। […]
ଭୁବନେଶ୍ବର: ବିଧାନସଭାରେ ପୁଣି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧାଙ୍କୁ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନର ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ ବୋଲି ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋ ଦିବଂଗତ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ । ମୋ ଚିକିତ୍ସା ପାଇଁ ମୋ ଭଉଣୀ ଶ୍ରଦ୍ଧାକୁ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାକୁ କୌଣସି ସରକାରୀ ବାସଭବନ ଦିଆଯାଇ ନାହିଁ। ବିରୋଧୀ ଅପପ୍ରଚାର କରୁଛନ୍ତି। ଅଯଥା ପ୍ରସଙ୍ଗରେ ଗୃହର ମୂଲ୍ୟବାନ ସମୟ ନଷ୍ଟ କରା ନ ଯାଉ। ଜନସ୍ବାର୍ଥ ଆଲୋଚନା ପାଇଁ ଗୃହର ମୂଲ୍ୟବାନ ସମୟ ବ୍ୟବହାର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆହୁରି ପଢ଼ନ୍ତୁ: ଧାନରେ କଟନୀ ଛଟନୀ ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆସନ୍ତା ୧୬ରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଲା ବିଜେଡି
ଏଥିସହ ଆଜି ବିଧାସଭାର ମୌସୁମୀ ଅଧିବେଶନ ସରିଛି। ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ସହ ୧୩ ବିଲ୍ ପାରିତ ହୋଇଛି ।





