୨୦୩୪ ସୁଦ୍ଧା ଓଡ଼ିଶା ହେବ ଶ୍ରେଷ୍ଠ ରାଜ୍ୟ, ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗ୍ୟାରେଣ୍ଟି

The Sakala Picture
Published On

ଭୁବନେଶ୍ୱର: ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗ୍ୟାରେଣ୍ଟି । ନବୀନ ଗ୍ୟାରେଣ୍ଟି ଓଡ଼ିଶାକୁ ୨୦୩୪ ସୁଦ୍ଧା ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ଏଥିରେ ଲକ୍ଷ୍ଯ ରଖାଯାଇଛି । ତେବେ ଇସ୍ତାହାରରେ ପଞ୍ଚମ ଗ୍ୟାରେଣ୍ଟି ହେଉଛି ଆଦିବାସୀ ବିକାଶ । ୨୦୧୧ ଜନଗଣନା ଅନୁସାରେ ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଅଛନ୍ତି । ୯.୨% ଆଦିବାସୀ ଓଡ଼ିଶାରେ ଅଛନ୍ତି । ଶ୍ରେଷ୍ଠ ରାଜ୍ୟ ପାଇଁ ଆଦିବାସୀ ସଶକ୍ତିକରଣ ଆବଶ୍ୟକ । ହେଲେ କେନ୍ଦ୍ର […]

ଭୁବନେଶ୍ୱର: ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗ୍ୟାରେଣ୍ଟି । ନବୀନ ଗ୍ୟାରେଣ୍ଟି ଓଡ଼ିଶାକୁ ୨୦୩୪ ସୁଦ୍ଧା ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ଏଥିରେ ଲକ୍ଷ୍ଯ ରଖାଯାଇଛି । ତେବେ ଇସ୍ତାହାରରେ ପଞ୍ଚମ ଗ୍ୟାରେଣ୍ଟି ହେଉଛି ଆଦିବାସୀ ବିକାଶ । ୨୦୧୧ ଜନଗଣନା ଅନୁସାରେ ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଅଛନ୍ତି । ୯.୨% ଆଦିବାସୀ ଓଡ଼ିଶାରେ ଅଛନ୍ତି । ଶ୍ରେଷ୍ଠ ରାଜ୍ୟ ପାଇଁ ଆଦିବାସୀ ସଶକ୍ତିକରଣ ଆବଶ୍ୟକ । ହେଲେ କେନ୍ଦ୍ର ସରକାର ଆଦିବାସୀ ଆଳରେ ଭୋଟ ମାଗୁଛନ୍ତି ସିନା କରିଛନ୍ତି କଣ ବୋଲି ପ୍ରେସମିଟ କରି ବିଜେଡି ବର୍ଷିଛି । କିଛି ଦିନ ହେବ ପଲିଟିକାଲ ଟୁରିଷ୍ଟ ଭାବେ ଆସିକି ଓଡ଼ିଶାକୁ ଏକ ନମ୍ବର ରାଜ୍ଯ କରିବାକୁ ପ୍ରତିଶୃତି ଦେଉଛନ୍ତି । ହେଲେ ବିଜେଡି ପଚାରିଛି, ଆଦିବାସୀ ପାଇଁ ସ୍ୱତନ୍ତ୍ର ବିଭାଗ କରାଯାଇଛି । ଓଡ଼ିଶାର ହୋ ମୁଣ୍ଡାରୀ, କୁଇ, ସୋହରା ଭାଷାକୁ କାହିଁକି ଅଷ୍ଟମ ଅନୁଛେଦରେ ସାମିଲ କରାଗଲା ନାହିଁ ? ବିଜେଡି ସାଂସଦ ବାରମ୍ବାର ସଂସଦରେ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଵି ଚିଠି ଲେଖିଛନ୍ତି  ହେଲେ କାହିଁକି କାର୍ଯ୍ଯକାରୀ କଲେନି ବୋଲି ବିଜେଡି ପ୍ରଶ୍ନ କରିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

୧୬୯ ଆଦିବାସୀଙ୍କୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ହେଲେ ନିର୍ବାଚନ ପାଇଁ ଏହିଥର ସଂସଦରେ ୪୦ ସମ୍ପ୍ରଦାୟକୁ ମାନ୍ୟତା ଦେଲେ କେନ୍ଦ୍ର ସରକାର । ଆଦିବାସୀ ବିଶ୍ଵବିଦ୍ୟାଳୟ ଆନ୍ଧ୍ରପ୍ରଦେଶର ବିଜୟନଗର, ଅମରକଣ୍ଟକ ହେଲା। ହେଲେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଥିବା ସତ୍ତ୍ବେ ଓଡ଼ିଶାରେ ହେଲାନି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ନାହିଁ ବୋଲି ସଂସଦରେ ଉତ୍ତର ଦେଇଥିଲେ । ଯଦି ଆଦିବାସୀଙ୍କ ପାଇଁ ହୃଦୟ କାନ୍ଦୁଛି ତେବେ ଏହି ଡ୍ରାମା କାହିଁକି ? ଯଦି କେନ୍ଦ୍ରର ବିଜେପି ଆଦିବାସୀ ଉନ୍ନତି ଚାହୁଁଛି, ତେବେ ଓଡିଶାକୁ ତା ଭାଗର ଅନୁଦାନ କାହିଁକି ମିଳିଲା ନାହିଁ? ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ କଣ କରିଛି କେନ୍ଦ୍ର ? କେନ୍ଦୁପତ୍ର ଉପରୁ GST ହଟାଇଲେ ନାହିଁ । ନବୀନ କେରି ପିଛା ଦୁଇ ଟଙ୍କା ବୋନସ ଓ ଅନ୍ୟ ସୁବିଧା ଓ ବିକାଶ ପ୍ୟାକେଜ ଦେବେ । ଯାହା 9 ଲକ୍ଷ ଚାଷୀଙ୍କୁ ଲାଭ ଦେବ । . ମୁଖ୍ୟମନ୍ତ୍ରୀ ୫୦ ହଜାର ମାମଲା ଆଦିବାସୀଙ୍କ ବିରୋଧରେ ଉଠାଇ ଦେଇଛନ୍ତି. ମୁଖ୍ୟମନ୍ତ୍ରୀ ଯେବେ ଆଦିବାସୀ ବିକାଶ ପାଇଁ ବାତାବରଣ ସୃଷ୍ଟି କରୁଛନ୍ତି, ବିଜେପିକୁ କାହିଁକି ବାଧୁଛି. ବିଜେପି ଆଦିବାସୀଙ୍କୁ ନିର୍ବାଚନ ପାଇଁ ଭଣ୍ଡେଇବା ପାଇଁ ଚାହୁଁଛନ୍ତି. ଟିମ ପଠାଇ ଭଣ୍ଡାଉଛନ୍ତି ଯେ ମୟୂରଭଞ୍ଜରେ ବିଶ୍ୱବିଦ୍ୟାଳୟ ହୋଇ ପାରିବ କି? ଓଡ଼ିଶା ସରକାର ତିନୋଟି ମେଡିକାଲ କଲେଜକୁ ଆଦିବାସୀ ନେତାଙ୍କ ନାଁରେ ନାମିତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ପୃଥିବୀର ସବୁଠାରୁ ବଡ଼ ହକି ଷ୍ଟାଡିୟମକୁ ବିର୍ସା ମୁଣ୍ଡାଙ୍କ ନାଁରେ କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନ୍ୟ କୌଣସି ରାଜ୍ୟରେ ନାହିଁ । ମଧ୍ୟପ୍ରଦେଶରେ ବିଜେପି ସରକାର ଓ ଆଦିବାସୀ ଅଛନ୍ତି । ହେଲେ SDC ନାହିଁ । ଓଡ଼ିଶା ଆଦିବାସୀଙ୍କ ଅର୍ଥନୀତି, ସଂସ୍କୃତି, ଭଗବାନ, ପରମ୍ପରାର ବିକାଶ ପାଇଁ କଣ କରିଛ ବୋଲି ବିଜେପିକୁ ବିଜେଡି ପ୍ରଶ୍ନ କରିଛି । ବିଜେପି ଫମ୍ପା ଭାଷଣ ଦେଉଛି । ହେଲେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ କାମ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଓ ପୋଷ୍ଟ-ମାଟ୍ରିକ ସୁବିଧା ଆହୁରି ବ୍ୟାପକ କରାଯିବ । ୧୦ ବର୍ଷରେ ଆଦିବାସୀ ଯୁବକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୧ ହଜାର କୋଟି ମିଳିବ। ଓଡିଶା ସରାକରଙ୍କ ନିଜସ୍ୱ ଲାଭ ଯୋଜନାରେ କ୍ଷୁଦ୍ର ଜଙ୍ଗଲୀ ଦ୍ରବ୍ୟର ମାର୍କେଟିଙ୍ଗ କରାଯିବ । କାରଣ କେନ୍ଦ୍ର କଲାନି ବୋଲି ବିଜେଡି ସରକାର କରିବ । ଆଦିବାସୀଙ୍କୁ ସରକାରୀ ଚାକିରିରେ ସାମିଲ କରାଯିବ। ଭୁବନେଶ୍ୱରରେ ଆଦିବାସୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ମିଳିବ । ଆଦିବାସୀ ସଂଗ୍ରହାଳୟ ହେବ। ୨୦୨୨ରୁ ସଂସ୍କୃତି କାଉନସିଲ ଅଛି। ଆଦିବାସୀ ସଶକ୍ତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପରାମର୍ଶକରି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି । ଯାହା ଓଡ଼ିଶା ପାଇଁ ଗର୍ବ । ଆଦିବାସୀଙ୍କ ସାମଗ୍ରିକ ବିକାଶ ହେଲେ ଦେଶ ଆଗେଇବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର