ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଚାଲାକି, ଖସୁଛି ହୀରାକୁଦର ଜଳସ୍ତର

The Sakala Picture
Published On

ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ । ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର […]

ସମ୍ୱଲପୁର : ପାଣି ଛାଡ଼ିବା ନାଁରେ ଛତିଶଗଡ଼ର ଧର୍ମକୁ ଆଖିଠାର । ହୀରାକୁଦରେ ପାଣି କମୁଥିବା ନେଇ ଅଭିଯୋଗ ପରେ ଚାଲାକି ଦେଖାଇଛି ଛତିଶଗଡ଼ । କଲମା ଗେଟ୍ ଖୋଲିବା ନାଁରେ କରିଛି ପ୍ରହସନ । ୨୦ଟି ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ମାତ୍ର ଗୋଟିଏ ଫୁଟ ଲେଖାଏଁ ଖୋଲାଯାଇଛି । ଫଳରେ ଗୋଟିଏ ଗେଟରେ ଯେତିକି ପାଣି ଆସିବା କଥା ସେତିକି ଆସୁନାହିଁ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା 'ଅର୍ଣ୍ଣବ': ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଇଁ ରେଡ୍ ଆଲର୍ଟ ଜାରି

ଛତିଶଗଡ଼ ପାଣି ଅଟକାଇବା ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି । ୬୦୦ ଫୁଟକୁ ଖସିଆସିଛି ହୀରାକୁଦର ଜଳସ୍ତର । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୦୭ ଫୁଟ ରହିଥିଲା । ଫଳରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭ ଫୁଟ କମ ପାଣି ରହିଛି । ହୀରାକୁଦ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଛତିଶଗଡ଼ ୧୩ଟି ଗେଟ୍ ଖୋଲିଥିବାବେଳେ ଏବେ ୨୦ଟି ଗେଟ ଖୋଲିଛି । ମାତ୍ର ଏଥିରେ ୧ ଫୁଟ ଉଚ୍ଚତାର ପାଣି ଆସୁଛି ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ OCS ମୁଖ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ: ନୂଆ ତାରିଖ ଘୋଷଣା କଲା OPSC

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର