ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ରଜରେ ଗଜ ମୃତ୍ଯୁ : ୮ ଦିନର ସଂଘର୍ଷ ପରେ ଆଖିବୁଜିଲା ଗୁଳିବିଦ୍ଧ ଦନ୍ତା

The Sakala Picture
Published On

ଭୁବନେଶ୍ବର : ଆଜି ପହିଲି ରଜ। ବିଭିନ୍ନ ପ୍ରକାରର ପିଠାପଣାରେ ଓଡ଼ିଶାର ପୁରପଲ୍ଲୀ ମହକୁଛି । ରଜପାନ ଖିଆ, ଦୋଳିରେ ଝୁଲିବା ସହ ଲୁଡୁ, ତାସ୍ ଓ ବାଗୁଡ଼ି ଖେଳ ମଧ୍ୟରେ ସମସ୍ତେ ମସ୍‌ଗୁଲ ରହିଛନ୍ତି। କୁଆଁରୀ ଝିଅମାନେ ଅତି ଆନନ୍ଦରେ ରଜରେ ନୂଆ ପୋଷାକ ପିନ୍ଧି , ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜଦୋଳିର ଆନନ୍ଦ ଉଠାଇବା ସହ ଗୀତ ଗାଉଥାନ୍ତି- “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, […]

ଭୁବନେଶ୍ବର : ଆଜି ପହିଲି ରଜ। ବିଭିନ୍ନ ପ୍ରକାରର ପିଠାପଣାରେ ଓଡ଼ିଶାର ପୁରପଲ୍ଲୀ ମହକୁଛି । ରଜପାନ ଖିଆ, ଦୋଳିରେ ଝୁଲିବା ସହ ଲୁଡୁ, ତାସ୍ ଓ ବାଗୁଡ଼ି ଖେଳ ମଧ୍ୟରେ ସମସ୍ତେ ମସ୍‌ଗୁଲ ରହିଛନ୍ତି। କୁଆଁରୀ ଝିଅମାନେ ଅତି ଆନନ୍ଦରେ ରଜରେ ନୂଆ ପୋଷାକ ପିନ୍ଧି , ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜଦୋଳିର ଆନନ୍ଦ ଉଠାଇବା ସହ ଗୀତ ଗାଉଥାନ୍ତି-

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥’’
ରଜ ଗୀତର ଆରମ୍ଭ ହୁଏ ଗଜ ଅର୍ଥାତ ହାତୀଙ୍କ ନିକଟରୁ ହେଲେ ଆଜି ହାତୀ ଅସୁରକ୍ଷିତ। ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବଢିବା ସହ ହାତୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତ ୧୦ ବର୍ଷରେ ରାଜ୍ୟରେ ବିଭିନ୍ନ କାରଣରୁ ୯୦୦ରୁ ଅଧିକ ହାତୀଙ୍କର ମୃତ୍ୟୁ ହୋଇଛି। କିଛି ହାତୀଙ୍କୁ ଶିକାର କରାଯାଇଛି, କିଛି ବିଦ୍ୟୁତ୍‍ ଆଘାତରେ, କିଛି ଟ୍ରେନ ଧକ୍କାରେ ମରିଛନ୍ତି। ବୟସାଧିକ୍ୟ ଯୋଗୁଁ କିଛି ହାତୀଙ୍କ ପ୍ରାଣ ଯାଇଛି। ହାତୀଙ୍କର ଏପରି ବର୍ଧିତ ମୃତ୍ୟୁ ପରିସଂଖ୍ୟାନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗଜରାଜଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ସ୍ୱାଭାବିକ ଉଠିଛି ଉଠିଛି ପ୍ରଶ୍ନ।

ଏହାରି ମଧ୍ୟରେ ଆଜି ଜୀବନ ସହ ୮ ଦିନର ସଂଘର୍ଷ ପରେ ଆଖିବୁଜିଛି ଗୁଳିବିଦ୍ଧ ଦନ୍ତା। ନରସିଂହପୁର ଜଙ୍ଗଲରେ ୮ଦିନ ତଳେ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ନେଇ ସୂଚନା ମିଳିଥିଲା । ଏହାକୁ ବଡମ୍ୱା ବିଧାୟକ ଦେବୀ ମିଶ୍ର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତପ୍ତରତା ପ୍ରକାଶ ପାଇଥିଲା । ଦନ୍ତାହାତୀକୁ ୬ ରାଉଣ୍ଡ ଗୁଲି ମାଡ ହୋଇଥିବା ଜଣାପଡିଥିଲା । ହାତୀ ଶରୀରର ବିଭିନ୍ନ ସ୍ଥାନରେ ବାଜିଥିଲା ଗୁଳି ।ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଲାଗିଥିଲା ଆଘାତ ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ବଡମ୍ୱା ବିଧାୟକ ଦେବୀ ମିଶ୍ର ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଏନେଇ ଜଙ୍ଗଲ ବିଭାଗ କୁ ଅବଗତ କରାଇଥିଲେ ଓ ପରେ ତତ୍ପର ହୋଇଥିଲା ପ୍ରଶାସନ ଏବଂ ହାତୀ ର ଜୀବନ ରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ବହୁ ଦିନ ଜୀବନ ସହ ସଙ୍ଘର୍ଷ କରିବା ପରେ ଶେଷ ରେ ଆଜି ଆଖି ବୁଜିଲା ଗଜ ରାଜ।  ୮ ଦିନ ଧରି ମରଣ ସହ ସଙ୍ଘର୍ଷ କରୁଥିବା ଗଜରାଜ ଆଜି ପହିଲି ରଜ ଏବଂ ମହାପ୍ରଭୁଙ୍କ ଗଜବେଶ ଦିନରେ ଆଖିବୁଜିବା ପରେ ନରସିଂହପୁର ବାସୀଙ୍କ ମନରେ ଦୁଃଖର ଲହରି ଖେଳିଯିବା ସହ ସେମାନେ ହାତୀ ମୃତ୍ୟୁ ନେଇ ବନବିଭାଗକୁ ଦାୟୀ କରିଛନ୍ତି।

ନରସିଂହପୁର ବାସୀ ବନବିଭାଗର ଏପରି କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। କିପରି ହାତୀଙ୍କୁ ଗୁଳିବିଦ୍ଧ କରାଗଲା ସେ ନେଇ କିପରି ଜାଣିପାରିଲାନି ବନବିଭାଗ? ସେତିକି ନୁହେଁ ଗୁଳିବିଦ୍ଧ ପରେ ଜଙ୍ଗଲରେ ଏତେଦିନ ଧରି ହାତୀ ବୁଲୁଥିଲା ସେ ସଂପର୍କରେ ବି ଜାଣିପାରିଲାନି ବନବିଭାଗ? ଯାହା ଜଣାପଡୁଛି ବିନବିଭାଗ ଓ ଶିକାରୀଙ୍କ ମଧ୍ୟରେ ରହିଛି ଭିତିରିଆ ସଂପର୍କ ରହିଛି ବୋଲି । ଯେଉଁଥିପାଇଁ ଗୁଳିବିଦ୍ଧ ପରେ ୮ଦିନ ଜଙ୍ଗଲରେ ହାତୀଟି ବୁଲିଲା । ଅଥଚ ବନବିଭାଗ ଜାଣିପାରିଲିନି । ହାତୀଟି ଏଣେତେଣେ ବୁଲିବା ପରେ ଯେବେ କାଦୁଆରେ ପଡିଗଲା ସେବେ ବନବିଭାଗ ତତ୍ପରତା ଦେଖାଇଲା  ବୋଲି ନରସିଂହପୁର ବାସୀ କହିଛନ୍ତି।

ଗତ ଚାରିମାସ ମଧ୍ୟରେ ନରସିଂହପୁର ବ୍ଲକର ଉଭୟ ପୂର୍ବ ଏବଂ ପଶ୍ଚିମ ବନ ବିଭାଗ ଅଧୀନରେ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ୩ଟି ଅସ୍ୱାଭାବିକ ଭାବେ ମୃତ୍ୟୁ ହେବା ସହ ୩ଟିର ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ପ୍ରକୃତରେ କଣ ନରସିଂହପୁର ଜଙ୍ଗଲରେ ଲୁରକ୍ଷିତ ନୁହଁନ୍ତି ହାତୀ ? ନାଁ ବନବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ନେଇ ନିଆଯାଉନି ପଦକ୍ଷେପ ? ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପଟେ ସରକାରୀ ତଥ୍ୟକୁ ବିଚାର କଲେ ୧୯୯୦ରୁ ୨୦୨୦ ମସିହାରେ ବାର୍ଷିକ ୩୩% ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ଭିତରେ ଏହା ୪୬%କୁ ବୃଦ୍ଧି ପାଇଥିଲା। ଯାହାକି ଏବେ ୭୮%କୁ ବୃଦ୍ଧି ପାଇଛି। ୨୦୦୦ରୁ ୨୦୧୦ ଭିତରେ ରାଜ୍ୟରେ ୪୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ୨୦୧୦ରୁ ୨୦୨୦ ଭିତରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଯାହାକି ଏବେ ୮୪୩କୁ ବୃଦ୍ଧି ପାଇଥିବା ସରକାରୀ ରେକର୍ଡରୁ ଜଣାଯାଇଛି। ପ୍ରତିବର୍ଷ ପାଖାପାଖି ୨୦ଟି ଯୁବ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୯ରେ ଏକାଥରକେ ୨୬ଟି ଯୁବ ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ମାସରୁ ୨୦୨୦ ଜୁନ୍‍ ମାସ ଭିତରେ ରାଜ୍ୟରେ ୮୯ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ଭିତରୁ ୪୦ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ୧୭ଟି ହାତୀ ଶିକାରୀ ଦ୍ୱାରା ମୃତ୍ୟୁ ହୋଇଥିବା ବେଳେ ୧୦ଟି ହାତୀ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ସେହିପରି ୪ଟି ହାତୀ ଜାତୀୟ ରାଜପଥରେ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଟ୍ରେନ୍‍ ଦୁର୍ଘଟଣାରେ ପ୍ରାଣ ହରାଇଛି।

ସେହିପରି ୨୦୨୦ରେ ରାଜ୍ୟରେ ୬୫ ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ୮ଟି ହାତୀ ବିଷ ଦିଆଯାଇ ହତ୍ୟା କରାଯାଇଛି, ଶିକାରୀ ୩ଟି ହାତୀଙ୍କୁ ମାରିଛନ୍ତି। ଅନ୍ୟ ମରିଥିବା ୧୪ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନି। ୨୦୧୮ ମସିହା ଏପ୍ରିଲରୁ ଡିସେମ୍ବର ଭିତରେ ୬୭ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୧୯ଟି ହାତୀଙ୍କର ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ୯ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ଜଣାଯାଇଛି। ୧୧ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୯ଟି ହାତୀଙ୍କର ଟ୍ରେନ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

14 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର