ବିଜେପି ସରକାରରେ ଖାଲି ତଦନ୍ତ ହେଉଛି, ହେଲେ ରିପୋର୍ଟ ଆସୁନି…କି କାର୍ଯ୍ୟାନୁଷ୍ଠାନ ହେଉନି…..
ଭୁବନେଶ୍ୱର : ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ମହାପ୍ରଭୁଙ୍କ ବଳକା କାଠ ବ୍ୟବହାର ଅଭିଯୋଗ ନେଇ ନେଇ ରାଜ୍ୟବ୍ୟାପୀ କ୍ଷୋଭ ପ୍ରକାଶ ପାଉଛି। ବିବାଦର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ବାସ୍ତବତା ଓ କାର୍ଯ୍ୟାନ୍ୱୟନକୁ ନେଇ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୧୦ ମାସର ବିଜେପି ସରକାରରେ ଅନେକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଗୋଟିଏ ତଦନ୍ତର ରିପୋର୍ଟ ସାର୍ବଜନୀନ ହୋଇ ପାରିନାହିଁ । ଏହି ତଦନ୍ତଗୁଡ଼ିକର ରିପୋର୍ଟ […]
ଭୁବନେଶ୍ୱର : ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ମହାପ୍ରଭୁଙ୍କ ବଳକା କାଠ ବ୍ୟବହାର ଅଭିଯୋଗ ନେଇ ନେଇ ରାଜ୍ୟବ୍ୟାପୀ କ୍ଷୋଭ ପ୍ରକାଶ ପାଉଛି। ବିବାଦର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ବାସ୍ତବତା ଓ କାର୍ଯ୍ୟାନ୍ୱୟନକୁ ନେଇ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୧୦ ମାସର ବିଜେପି ସରକାରରେ ଅନେକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଗୋଟିଏ ତଦନ୍ତର ରିପୋର୍ଟ ସାର୍ବଜନୀନ ହୋଇ ପାରିନାହିଁ । ଏହି ତଦନ୍ତଗୁଡ଼ିକର ରିପୋର୍ଟ ସରକାରଙ୍କ ପାଖରେ ପହଞ୍ଚିଛି କି ନାହିଁ; ତାହା ମଧ୍ୟ ସନ୍ଦେହରେ। ଏପରିସ୍ଥଳେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଉପୁଜିଥିବା ବିବାଦ, ଏହାର ତଦନ୍ତ ଏବଂ ପରବର୍ତ୍ତା ପଦକ୍ଷେପକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି।
- ଏଯାଏଁ ସରିଲାନି ରଥରୁ ବଡ଼ ଠାକୁରଙ୍କ ପଡ଼ିବା ଘଟଣାର ତଦନ୍ତ
- ଏଏସ୍ଓଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପୁଅର ମାଡ଼ ତଦନ୍ତ ବାଟବଣା
- ଅଟକିଛି ଚିକିଟି ମଦମୃତ୍ୟୁ ତଦନ୍ତ
- ମାଣ୍ଡିପଙ୍କା ଜାଉଖିଆ ମୃତ୍ୟୁ ତଦନ୍ତ
- ସାର୍ବଜନୀନ ହେଲାନାହିଁ ଭରତପୁର ଘଟଣାର ତଦନ୍ତ ରିପୋର୍ଟ
ଦୀଘା ମନ୍ଦିର ଏବଂ ଏହା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଯେଉଁ ସବୁ ବିବାଦ ଉତ୍ପନ୍ନ ହୋଇଛି, ତାହାର ଶୀଘ୍ର ସମାଧାନ ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଆଗକୁ ସ୍ନାନ ଯାତ୍ରା ଓ ଏହାପରେ ରଥଯାତ୍ରା ଆସୁଥିବାରୁ ଏହାକୁ ନେଇ ସେବାୟତ, ନିଯୋଗ ମହଲରେ ଆଦୌ ସଂଶୟ ରହିବା ଉଚିତ୍ ନୁହେଁ। ତେବେ ଗତ ରଥଯାତ୍ରା ବେଳେ ବଳଭଦ୍ର ରଥ ଉପରୁ ପଡ଼ିଯିବା ଘଟଣାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏହାର ରିପୋର୍ଟ ଏଯାଏ ସାର୍ବଜନୀନ ହୋଇ ନାହିଁ। ୧୦ମାସ ହେଲା ଏହି ତଦନ୍ତ ଚାଲିଛି ଓ ଏହା ଏଯାଏ ଶେଷ ହେବାର ନାଁ ଧରୁନାହିିଁଁ। ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ। ଏହାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଲା। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବେ ଓ୧୫ ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି କୁହାଗଲା। ମାତ୍ର ୯ ମାସ ପରେ ମଧ୍ୟ ଏହି ତଦନ୍ତ କେଉଁଠି ଅଟକିଛି ତାହା ଜଣାନାହିଁ। ଇତିମଧ୍ୟରେ ତତ୍କାଳୀନ ରାଜ୍ୟପାଳ ଓଡ଼ିଶା ଛାଡ଼ି ଯାଇ ସାରିଲେଣି; ମାତ୍ର ତାଙ୍କ ପୁଅଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କିମ୍ବା ତଦନ୍ତ ରିପୋର୍ଟ ମଧ୍ୟ ପ୍ରକାଶ ପାଇଲା ନାହିଁଁ।
ଚିକିଟି ମଦମୃତ୍ୟୁ ଘଟଣାରେ ମଧ୍ୟ ଆରଡିସିସ୍ତରୀୟ ତଦନ୍ତ କରାଯିବ ବୋଲି ସରକାର ଘୋଷଣା କଲେ। ମାତ୍ର ତଦନ୍ତ କୁଆଡେ଼ ଗଲା ତାହାର ପତ୍ତା ନାହିଁ। ଗତ ୮ ମାସ ମଧ୍ୟରେ ଆର୍ଡ଼ିସି ଥରେ ବି ମଦମୃତ୍ୟୁ ପ୍ରଭାବିତ ଅଞ୍ଚଳକୁ ଯାଇ ନ ଥିବା କୁହାଯାଉଛି । ତେଣୁ ଅନ୍ୟ ଦୁଇ ପ୍ରସଙ୍ଗ ପରି ଚିକିଟି ମଦମୃତ୍ୟୁ ତଦନ୍ତ ଶୀଳତଭଣ୍ଡାରରେ ପଡ଼ି ରହିଛି । ସେହିପରି ମାଣ୍ଡିପଙ୍କା ଆମ୍ବଟାକୁଆ ଯାଉ ଘଟଣା ହେଉ ଅଥବା ଭରତପୁର ଥାନାରେ ସେନା ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା; ସରକାର କେବଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କେଉଁ ଘଟଣାରେ ମଧ୍ୟ ତଦନ୍ତ ଏଯାଏ ସରିନାହିଁ, ଯଦି ବି ଶେଷ ହୋଇଛି ତାହା ସାର୍ବଜନୀନ ହୋଇ ନାହିଁ। ତେଣୁ ଦୀଘା ଜଗନ୍ନାଥ ମନ୍ଦିର ଘଟଣାରେ ତଦନ୍ତ ନିର୍ଦ୍ଦେଶକୁ ନେଇ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।






