ପ୍ରଥମ ପର୍ଯ୍ୟାୟରେ ୯୦% ବିଧାନସଭା ଆସନରେ ବିଜେଡି ଜିତୁଛି, ଓଡ଼ିଶା ବିଜେପି ହତୋତ୍ସାହିତ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍‌ କରିବାକୁ ଯାଉଛି। ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ […]

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍‌ କରିବାକୁ ଯାଉଛି। ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ ତଳେ ରହିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଚମ୍ପୁଆ ପୋଲିସର ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ

ସେହିପରି, ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା ଉଭୟ ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ, ସେକଥା କେହି ଭୁଲିନାହାନ୍ତି। ଉଭୟେ ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରିଥିଲେ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ବା ଏଏସଆଇ, ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା ଏନଏମଏ ପାଖରେ କାମକୁ ଅଟକାଇବା ପାଇଁ ସମସ୍ତ ପ୍ରକାରର ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ। ପରବର୍ତ୍ତୀ ସମୟରେ ନିଜର କିଛି ଅନୁଗତଙ୍କ ଜରିଆରେ ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ। ନାମୀଦାମୀ ଓକିଲ ଲଗାଇଥିଲେ। ହେଲେ ସବୁ ବାଧାବିଘ୍ନ ପରେ ବି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା। ସେ ଆହୁରି ମଧ୍ୟ କହିଥିଲେ, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ। ପ୍ରକଳ୍ପ କାର୍ଯ୍ୟ କରିବାର ନଥିଲା ବୋଲି ସେ ସ୍ପଷ୍ଟ ମତ ରଖିଥିଲେ। ବିଜେଡି ଯେତେବେଳେ ଆହ୍ୱାନ ଦେଲା, ନିର୍ବାଚନ ଇସ୍ତାହାରରେ ରଖନ୍ତୁ ଯେ ସେମାନେ ପରିକ୍ରମା ପ୍ରକଳ୍ପ ବନ୍ଦ କରିଦେବେ, ତାପରେ ଓଡିଶା ବିଜେପିର ନେତା କଥା ବଦଳାଇବା ଆରମ୍ଭ କରିଛନ୍ତି। ଆଉ ସେକଥା ଉଠାଉନାହାନ୍ତି। ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ସେମାନେ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ। ଏଭଳି ଦୋମୁହାଁ ଚରିତ୍ର ଦେଖି ଓଡିଶାବାସୀ ହସିବା ଆରମ୍ଭ କଲେଣି। ପ୍ରତି ୧୫ ଦିନରେ ମତ ବଦଳାଇ ସେମାନେ ନିଜର ସୁବିଧା ଅନୁସାରେ କଥା କହୁଛନ୍ତି। ଭୁଲି ଯାଉଛନ୍ତି, ତାଙ୍କର ପ୍ରତିଟି ବୟାନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଦୟାକରି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରିବାରୁ ଦୂରେଇ ରୁହନ୍ତୁ।

ଆହୁରି ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ଫେରୁଥିଲେ, ସେଦିନ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ କରାଇଥିଲେ। ଯାହା ସାଢେ ୪ କୋଟି ଓଡିଆଙ୍କୁ ଉତକ୍ଷୀପ୍ତ କରିଥିଲା। ଏହାର ଜବାବ ଓଡିଶାବାସୀ ଭୋଟରେ ଦେଇଥିଲେ। ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇଥିଲେ। ସେହିଭଳି ୨୦୧୮ରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଜନତା ମଧ୍ୟ ଏହାର ଉଚିତ ଜବାବ ନିର୍ବାଚନରେ ଦେଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଅନେକ ଅଶାଳୀନ ଟିପ୍ପଣୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଓଡିଶା ବିଜେପି ନେତାଏଁ ଖାସ କରି ଧମେନ୍ଦ୍ର ପ୍ରଧାନ କରୁଛନ୍ତି। ଯାହାକୁ ନେଇ ଓଡିଶାବାସୀ ପ୍ରତିକ୍ରିୟାଶୀଳ ହେଲେଣି। ଚଳିତ ନିର୍ବାଚନରେ ପୁଣି ବୁଦ୍ଧି ଶିଖାଇବାକୁ ନିଷ୍ପତ୍ତି ନେଇସାରିଲେଣି। ଯାହାର ଅୟମାରମ୍ଭ ଆଜିଠାରୁ ହୋଇସାରିଲାଣି ବୋଲି ଡକ୍ଟର ପଟ୍ଟନାୟକ କହିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ମୋଦକ, ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି

ଡକ୍ଟର ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, କେବଳ ଗୋଟିଏ ରାଜ୍ୟସଭା ସିଟ୍‌ ପାଇଁ ମହାନଦୀକୁ ମାରିବା ପାଇଁ ଛତିଶଗଡ ସହ ହାତ ମିଳାଇ ଷଡଯନ୍ତ୍ର କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏକଥା କାହାକୁ ଅଛପା ନାହିଁ। ଏବେ ଛତିଶଗଡର ୪୦ରୁ ୫୦ ନେତାଙ୍କୁ ଆଣି ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି ଶ୍ରୀଯୁକ୍ତ ପ୍ରଧାନ। ଏହା କ’ଣ ମିଛ କି? ଛତିଶଗଡ ପାଇଁ ଓକିଲାତି କରିଥିବେ ଶ୍ରୀଯୁକ୍ତ ପ୍ରଧାନ, ଏବେ କେବଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ପ୍ରୀତି ଦେଖାଉଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୁଲତା ଦେଓ କହିଥିଲେ, ଆମେ ଶୁଣିବାକୁ ପାଉଥିଲୁ, ଓଡିଶା ବିଜେପି ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ, ହେଲେ ଏହାପରେ ସେମାନଙ୍କର ଆଶାୟୀଙ୍କ ମଧ୍ୟରେ ଏତେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ଘଟିଲା ଯେ, ସେମାନେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ। ସେମାନେ ଭଲ ଭାବେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ। ମନମୋହନ ସାମଲଙ୍କ ଅବସ୍ଥା ଦେଖିଲେ ଆମକୁ ଦୟା ଲାଗୁଛି, ତାଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଓଡିଶା ନିବାସ ଘଟଣା ପରେ ସେ ନିଜର ଗୁରୁତ୍ୱ ହରାଇ ବସିଛନ୍ତି। ଓଡିଶା ବିଜେପିର ସଭାପତି ଭାବେ ସେ ଦଳର ମହିଳା ଭୋଟ୍‌କୁ ପ୍ରଭାବିତ କରୁଛନ୍ତି। ଓଡିଶା ବିଜେପି ଏଭଳି ଏକ ଦୟନୀୟ ସ୍ଥିତି ଦେଇ ଯାଉଛି, ଏଠି କାହା କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି, ଯାହା ଫଳରେ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରିପାରୁନାହାନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଥିଲେ, ଓଡିଶା ବିଜେପିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ବକ୍ତବ୍ୟ ଶୁଣି ଲାଗୁଥିଲା, ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତାଙ୍କର ଆଖି ସିନା ଅପରେସନ୍‌ ହୋଇଛି, ହେଲେ ଲାଗୁଛି ତାଙ୍କର ମୁଣ୍ଡରେ କିଛି ଗୋଳମାଳ ହୋଇଯାଇଛି। ସେଥିପାଇଁ ଅବାସ୍ତବ ଏବଂ ଅବାନ୍ତର କଥା ଗପି ଚାଲୁଥିଲେ। ଆମେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ।

13 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର