ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

Madhusudan Das Picture
Published On

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା । ପ୍ରଥମେ ତାଳଧ୍ବଜ ରଥ ଟାଣିଲେ ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ସାରା ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ପୂରା ଶ୍ରୀକ୍ଷେତ୍ର । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ରଥଟଣା । ବାହୁଡ଼ା ଯାତ୍ରାର ଏହି ଅନନ୍ୟ ମୁହୂର୍ତ୍ତକୁ ଆଖିପୁରାଇ ଦେଖିବା ଏବଂ ରଥଦଉଡ଼ି ଟିକିଏ ଛୁଇଁ ଆତ୍ମାକୁ ପବିତ୍ର କରିବା ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ସୃଷ୍ଟି ହୋଇଛି । ଶରଧାବାଲିରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରା ସିଂହଦ୍ୱାରରେ ପହଞ୍ଚିବା ପରେ ସେଠାରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ । 

ଆହୁରି ପଢ଼ନ୍ତୁ: ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି ବେଦାନ୍ତ ଆଲୁମିନିୟମ

ମହାବାହୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହେବା ପୂର୍ବରୁ ସେ ସୁବର୍ଣ୍ଣ ଝାଡ଼ୁରେ ତିନି ରଥର ଚାରିପାଖକୁ ଓଳାଇଥିଲେ। ପ୍ରତ୍ୟେକ ରଥ ଉପରକୁ ଯାଇ ପୁରୋହିତମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ସେ ସୁବର୍ଣ୍ଣ ଝାଡ଼ୁରେ ଛେରାପହଁରା କରିଥିଲେ । ଗଜପତିଙ୍କ ଛେରାପହଁରା ନୀତି ଶେଷ ହେବା ପରେ ତିନି ରଥରେ କାଠ ଘୋଡ଼ା ଯୋଚା ଯାଇଥିଲା । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ବାହୁଡ଼ା ଯାତ୍ରାର ରଥଟଣା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର