ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପିଟିଶାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସାମନ୍ତ ବିମଳ କୁମାର ରଣସିଂହଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

କାଣ୍ଡେଶ୍ୱର କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ବେହେରା ସଭାପତିତ୍ୱ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଅତିଥିମାନେ କହିଥିଲେ ଯେ, ଶ୍ରୀ ରଣସିଂହ ଜଣେ ମେଳାପୀ, ଛାତ୍ରବତ୍ସଳ ଓ ଦକ୍ଷ ଶିକ୍ଷକ ନେତା ଥିଲେ। ତାଙ୍କର ସ୍ପଷ୍ଟବାଦୀ ମନୋଭାବ ଏବଂ ନେତୃତ୍ୱ ଗୁଣ ଯୋଗୁଁ ଶିକ୍ଷକମାନଙ୍କ ବିଭିନ୍ନ ଦାବିକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରି ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କ ଅବସର ଶିକ୍ଷକ ସମାଜ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଶ୍ରୀ ରଣସିଂହ ସର୍ବଦା ଠିକ୍ ସମୟରେ ବିଦ୍ୟାଳୟରେ ଉପସ୍ଥିତ ହୋଇ ନିଷ୍ଠାର ସହିତ ଶିକ୍ଷାଦାନ କରୁଥିଲେ। ସେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀମାନଙ୍କର ପ୍ରିୟଭାଜନ ଥିଲେ। ଚାକିରିର ଆରମ୍ଭରୁ ଅବସର ପର୍ଯ୍ୟନ୍ତ ଗୋଟିଏ ମାତ୍ର ବିଦ୍ୟାଳୟରେ କାର୍ଯ୍ୟ କରି ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ଏହି ଅବସରରେ ଶିକ୍ଷକମାନେ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ତାଙ୍କର ଅବଶିଷ୍ଟ ଜୀବନ ସୁଖ, ଶାନ୍ତି ଓ ସୁସ୍ୱାସ୍ଥ୍ୟରେ ଅତିବାହିତ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଦାସ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ, ପ୍ରଧାନ ଶିକ୍ଷକ ଚୈତନ୍ୟ ସାହୁ, ପ୍ରଧାନ ଶିକ୍ଷକ ପ୍ରଶନ୍ନ କୁମାର ଜେନା, ପ୍ରଧାନ ଶିକ୍ଷକ ସାଧୁ ମଣ୍ଡଳ, ଶିକ୍ଷକ ସୁକାନ୍ତ କୁମାର ବିଶ୍ୱାଳ, ଶିକ୍ଷକ ସଜନ କୁମାର ଦାସ ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp