ବିଜେଡି ବିଧାୟକଙ୍କ ମନୋବଳ ବଢ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଓ ପୁରୁଣା ବିଧାୟକଙ୍କ ବଢ଼ାଇଲେ ମନୋବଳ । ଶପଥ ନେବା ପରେ ନିଜ ନିଜ ଅଞ୍ଚଳର ବିକାଶକାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ବିଧାୟକ । ପ୍ରତ୍ୟେକ ଦିନ ନବୀନଙ୍କୁ ଭେଟି ଏନେଇ କରୁଛନ୍ତି ଆଲୋଚନା । ତେବେ ବିରୋଧୀ ଦଳରେ ରହି ଗଠନମୂଳକ ଆଲୋଚନା ମାଧ୍ୟମରେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ । ବିଜେଡି […]

ଭୁବନେଶ୍ବର: ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଓ ପୁରୁଣା ବିଧାୟକଙ୍କ ବଢ଼ାଇଲେ ମନୋବଳ । ଶପଥ ନେବା ପରେ ନିଜ ନିଜ ଅଞ୍ଚଳର ବିକାଶକାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ବିଧାୟକ । ପ୍ରତ୍ୟେକ ଦିନ ନବୀନଙ୍କୁ ଭେଟି ଏନେଇ କରୁଛନ୍ତି ଆଲୋଚନା । ତେବେ ବିରୋଧୀ ଦଳରେ ରହି ଗଠନମୂଳକ ଆଲୋଚନା ମାଧ୍ୟମରେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବିଜେଡି ବିଧାୟକଙ୍କ ପଣ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିଲେ, ଆଗକୁ ରହିବେ । ଗାଁ ଦାଣ୍ଡରୁ ବିଧାନସଭା ଯାଏଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିବେ । ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକ ଜନସେବାର ଯେଉଁ ମୂଲ୍ୟବୋଧ ଓ ଗୁରୁମନ୍ତ୍ର ଦେଇଛନ୍ତି ତାହାକୁ ବିରୋଧୀ ଦଳରେ ରହି ସତ ପ୍ରତିଶତ ପାଳନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ନୂଆ ଓ ପୁରୁଣା ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ସହ ମନୋବଳ ବଢ଼ାଇଛନ୍ତି ନବୀନ । ବିଜେଡି ଟିକେଟରୁ ପ୍ରଥମ ଥର ଦେବଗଡ଼ ନିର୍ବଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିବା ଯୁବ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ମନରେ ଏପରି ଆତ୍ମ ବିଶ୍ବାସ ଭରି ରହିଛି । ବିଧାୟକ ଭାବେ ଶପଥ ନେବା ପରେ ଅଞ୍ଚଳର ବିକାଶ ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ସଂକଳ୍ପ ନେଇଛନ୍ତି ରୋମାଞ୍ଚ । ସେହିପରି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ସାମାନ ଯୁକ୍ତି ବାଢ଼ିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ମତକୁ ସ୍ବାଗତ କରି ବିଜେଡି ବିରୋଧୀ ଦଳର ଭୂମିକାରେ ରହି କାମ କରିବା ସହ ଲୋକଙ୍କ ସ୍ବର ସାଜିବ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ଶୁଭେଚ୍ଛା ଜଣାଇବା ସହ ଆଗକୁ କେନ୍ଦୁଝର ଜିଲ୍ଲାର ବିକାଶ ଅଧିକ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ବଦ୍ରି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳ ଭୂମିକା ତୁଲାଇବ ବିଜେଡି । ହେଲେ ଓଡ଼ିଶାର ହକ ଓ ଲୋକଙ୍କ ପ୍ରସଙ୍ଗକୁ ଭୁଲି ନାହିଁ ଦଳ । ରାଜ୍ୟକୁ କିପରି ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିବ ଓ ଓଡ଼ିଶାବାସୀଙ୍କ ନାର୍ଯ୍ୟଦାବି ପୂରଣ ହେବ ସେ ଲଢେଇ ଜାରୀ ରଖିବ ଦଳ । ଏହାସହ ନୂଆ ସରକାରଙ୍କୁ ଏ ଦିଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଶଶିଭୂଷଣ ବେହେରା । ସେହିପରି ବହୁ ନେତା ଦଳର ସାଂଗଠନିକ ସ୍ଥିତିକୁ ନେଇ ସୁପ୍ରିମୋଙ୍କ ସହ ନବୀନ ନିବାସରେ କରିଛନ୍ତି ଆଲୋଚନା ।

ନିଜର ମୁଖ୍ୟମନ୍ତ୍ରୀ କାଳରେ ନବୀନ ୨୫ ବର୍ଷର ଜନସେବା କରି ଓଡ଼ିଶାକୁ ବିଶ୍ବରେ ଦେଇଛନ୍ତି ସ୍ବତନ୍ତ୍ର ପରିଚୟ । ନବୀନଙ୍କ ଶାସନ ସମୟରେ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟର ପାରାମିଟର ଉପରେ ଥିଲା ଓଡ଼ିଶା । ତେଣୁ ଏହି ଧାରା କିପରି ବଜାୟ ରହିବ, ତାହାକୁ ବିରୋଧୀ ଦଳରେ ରହି ବିଜେଡି ବିଧାୟକମାନେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

13 Jun 2024 By The Sakala

ବିଜେଡି ବିଧାୟକଙ୍କ ମନୋବଳ ବଢ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ନୂଆ ଓ ପୁରୁଣା ବିଧାୟକଙ୍କ ବଢ଼ାଇଲେ ମନୋବଳ । ଶପଥ ନେବା ପରେ ନିଜ ନିଜ ଅଞ୍ଚଳର ବିକାଶକାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ସଂକଳ୍ପ ନେଇଛନ୍ତି ବିଜେଡି ବିଧାୟକ । ପ୍ରତ୍ୟେକ ଦିନ ନବୀନଙ୍କୁ ଭେଟି ଏନେଇ କରୁଛନ୍ତି ଆଲୋଚନା । ତେବେ ବିରୋଧୀ ଦଳରେ ରହି ଗଠନମୂଳକ ଆଲୋଚନା ମାଧ୍ୟମରେ ଲୋକଙ୍କ ସୁଖ ଦୁଃଖର ସାଥୀ ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ ।

ବିଜେଡି ବିଧାୟକଙ୍କ ପଣ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିଲେ, ଆଗକୁ ରହିବେ । ଗାଁ ଦାଣ୍ଡରୁ ବିଧାନସଭା ଯାଏଁ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରିବେ । ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକ ଜନସେବାର ଯେଉଁ ମୂଲ୍ୟବୋଧ ଓ ଗୁରୁମନ୍ତ୍ର ଦେଇଛନ୍ତି ତାହାକୁ ବିରୋଧୀ ଦଳରେ ରହି ସତ ପ୍ରତିଶତ ପାଳନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ।

ନୂଆ ଓ ପୁରୁଣା ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ସହ ମନୋବଳ ବଢ଼ାଇଛନ୍ତି ନବୀନ । ବିଜେଡି ଟିକେଟରୁ ପ୍ରଥମ ଥର ଦେବଗଡ଼ ନିର୍ବଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିବା ଯୁବ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ମନରେ ଏପରି ଆତ୍ମ ବିଶ୍ବାସ ଭରି ରହିଛି । ବିଧାୟକ ଭାବେ ଶପଥ ନେବା ପରେ ଅଞ୍ଚଳର ବିକାଶ ସହ ଲୋକଙ୍କ ସମସ୍ୟା ଦୂର କରିବାକୁ ସଂକଳ୍ପ ନେଇଛନ୍ତି ରୋମାଞ୍ଚ । ସେହିପରି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ସାମାନ ଯୁକ୍ତି ବାଢ଼ିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ମତକୁ ସ୍ବାଗତ କରି ବିଜେଡି ବିରୋଧୀ ଦଳର ଭୂମିକାରେ ରହି କାମ କରିବା ସହ ଲୋକଙ୍କ ସ୍ବର ସାଜିବ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ଶୁଭେଚ୍ଛା ଜଣାଇବା ସହ ଆଗକୁ କେନ୍ଦୁଝର ଜିଲ୍ଲାର ବିକାଶ ଅଧିକ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ବଦ୍ରି ।

୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳ ଭୂମିକା ତୁଲାଇବ ବିଜେଡି । ହେଲେ ଓଡ଼ିଶାର ହକ ଓ ଲୋକଙ୍କ ପ୍ରସଙ୍ଗକୁ ଭୁଲି ନାହିଁ ଦଳ । ରାଜ୍ୟକୁ କିପରି ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିବ ଓ ଓଡ଼ିଶାବାସୀଙ୍କ ନାର୍ଯ୍ୟଦାବି ପୂରଣ ହେବ ସେ ଲଢେଇ ଜାରୀ ରଖିବ ଦଳ । ଏହାସହ ନୂଆ ସରକାରଙ୍କୁ ଏ ଦିଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଶଶିଭୂଷଣ ବେହେରା । ସେହିପରି ବହୁ ନେତା ଦଳର ସାଂଗଠନିକ ସ୍ଥିତିକୁ ନେଇ ସୁପ୍ରିମୋଙ୍କ ସହ ନବୀନ ନିବାସରେ କରିଛନ୍ତି ଆଲୋଚନା ।

ନିଜର ମୁଖ୍ୟମନ୍ତ୍ରୀ କାଳରେ ନବୀନ ୨୫ ବର୍ଷର ଜନସେବା କରି ଓଡ଼ିଶାକୁ ବିଶ୍ବରେ ଦେଇଛନ୍ତି ସ୍ବତନ୍ତ୍ର ପରିଚୟ । ନବୀନଙ୍କ ଶାସନ ସମୟରେ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟର ପାରାମିଟର ଉପରେ ଥିଲା ଓଡ଼ିଶା । ତେଣୁ ଏହି ଧାରା କିପରି ବଜାୟ ରହିବ, ତାହାକୁ ବିରୋଧୀ ଦଳରେ ରହି ବିଜେଡି ବିଧାୟକମାନେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

https://www.thesakala.in/latest-odisha-news/bjd-supremo-naveen-patnaik-boosted-the-morale-of-bjm-mlas/article-32867
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର