ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ରାଜ୍ୟସଭାରେ ଆଜି ସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ। ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ […]

ଭୁବନେଶ୍ବର: ରାଜ୍ୟସଭାରେ ଆଜି ସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ଯବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ଯାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ଯର ଦୁର୍ଗମ ଅଞ୍ଚଳରେ ସାର ନ ପହଞ୍ଚିବାର କୌଣସି ସୂଚନା ନାହିଁ। ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ଯ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ଯାଣ ବିଭାଗ ପକ୍ଷରୁ ସବୁ ରାଜ୍ଯ ସରକାରଙ୍କ ସହ ଆଲୋଚନା କରି ଆବଶ୍ଯକ ପରିମାଣର ସାର ସମ୍ପର୍କରେ ତଥ୍ଯ ହାସଲ କରାଯାଏ। ନିୟମିତ ବ୍ଯବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

10 Dec 2024 By The Sakala

ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ରାଜ୍ୟସଭାରେ ଆଜି ସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ।

ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ଯବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ଯାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ଯର ଦୁର୍ଗମ ଅଞ୍ଚଳରେ ସାର ନ ପହଞ୍ଚିବାର କୌଣସି ସୂଚନା ନାହିଁ। ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ଯ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ଯାଣ ବିଭାଗ ପକ୍ଷରୁ ସବୁ ରାଜ୍ଯ ସରକାରଙ୍କ ସହ ଆଲୋଚନା କରି ଆବଶ୍ଯକ ପରିମାଣର ସାର ସମ୍ପର୍କରେ ତଥ୍ଯ ହାସଲ କରାଯାଏ। ନିୟମିତ ବ୍ଯବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ଯାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର