ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ । ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମ ଓଡ଼ିଶା ବାସୀ । ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ଯ । ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ । ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମ ଓଡ଼ିଶା ବାସୀ । ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ଯ । ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିଆସୁଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଚାଷୀଙ୍କ ପଡି ରହିଥିବା ଫସଲ ବୀମା ଦେୟ ପ୍ରଦାନ ଲାଗି କହିଛନ୍ତି । ଯାହା ଦ୍ୱାରା ଓଡିଶାର କୃଷକମାନେ ସେମାନଙ୍କର ଫସଲ ବୀମା ଦେୟ ପାଇପାରିବେ । ତେବେ ଆଶ୍ଚର୍ଯ୍ଯଜନକ କଥା ହେଉଛି ବିଜେପି ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରୁଛି ଏବଂ ଫସଲ ବୀମା ଦେୟ ପ୍ରଦାନ ନକରିବାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦୁଛି । କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ଏବଂ ଓଡିଶା ଚାଷୀଙ୍କର ପଡି ରହିଥିବା ବୀମା ଅର୍ଥ ମଞ୍ଜୁର କରିବାକୁ ଦିଲ୍ଲୀ ସରକାରଙ୍କୁ କହିବା ଉଚିତ୍‍ । ଯଦି ବିଜେପି ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ସେମାନଙ୍କର ପଡି ରହିଥିବା ଫସଲ ବୀମା ଅର୍ଥ ଶୀଘ୍ର ଦେବାରେ ବିଫଳ ହୁଏ, ତେବେ ଏହି ମିଥ୍ୟା ତଥା ଶୋଷଣ ପାଇଁ ଲକ୍ଷ ଲକ୍ଷ କୃଷକ ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ଆଚାର୍ଯ୍ୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

13 Nov 2022 By The Sakala

ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ: ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ । ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମ ଓଡ଼ିଶା ବାସୀ । ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ଯ । ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଚାଷୀଙ୍କ ପଡି ରହିଥିବା ଫସଲ ବୀମା ଦେୟ ପ୍ରଦାନ ଲାଗି କହିଛନ୍ତି । ଯାହା ଦ୍ୱାରା ଓଡିଶାର କୃଷକମାନେ ସେମାନଙ୍କର ଫସଲ ବୀମା ଦେୟ ପାଇପାରିବେ । ତେବେ ଆଶ୍ଚର୍ଯ୍ଯଜନକ କଥା ହେଉଛି ବିଜେପି ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରୁଛି ଏବଂ ଫସଲ ବୀମା ଦେୟ ପ୍ରଦାନ ନକରିବାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦୁଛି । କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ।

କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ଏବଂ ଓଡିଶା ଚାଷୀଙ୍କର ପଡି ରହିଥିବା ବୀମା ଅର୍ଥ ମଞ୍ଜୁର କରିବାକୁ ଦିଲ୍ଲୀ ସରକାରଙ୍କୁ କହିବା ଉଚିତ୍‍ । ଯଦି ବିଜେପି ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ସେମାନଙ୍କର ପଡି ରହିଥିବା ଫସଲ ବୀମା ଅର୍ଥ ଶୀଘ୍ର ଦେବାରେ ବିଫଳ ହୁଏ, ତେବେ ଏହି ମିଥ୍ୟା ତଥା ଶୋଷଣ ପାଇଁ ଲକ୍ଷ ଲକ୍ଷ କୃଷକ ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ଆଚାର୍ଯ୍ୟ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର