ଆଜି ରାଜଧାନୀର ସବୁଠାରୁ ବଡ଼ ଉଚ୍ଛେଦ; ମାଟିରେ ମିଶିବ ସାଲିଆସାହି, ଉତ୍ତେଜନା ଆଶଙ୍କାରେ ୭ ପ୍ଲାଟୁନ୍‌ ଫୋର୍ସ ମୁତୟନ

ବିଜେପିର ଜମି ଦେବା ନିର୍ବାଚନୀ ପ୍ରତିଶ୍ରୁତିକୁ ଗଣ୍ଠି କରିଛନ୍ତି ବସ୍ତିବାସିନ୍ଦା

Deviprasad Mohanty Picture
Published On

ଭୁବନେଶ୍ୱର: ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆସାହିକୁ ଉଚ୍ଛେଦ କରିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଏହି ଉଚ୍ଛେଦ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ମଙ୍ଗଳବାର ପ୍ରାୟ ୫୨୧ଟି ଘରକୁ ଭାଙ୍ଗିବାକୁ ଟାର୍ଗେଟ କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସମରସଜ୍ଜା। ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି। ଏହି ଉଚ୍ଛେଦରେ ବିଏମ୍‌ସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ଏବଂ ପୁଲିସ ବିଭାଗ ସାମିଲ ହେବ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନାକୁ ଆଖିଆଗରେ ରଖି ୭ପ୍ଲାଟୁନ୍‌ ଫୋର୍ସ ମୁତୟନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ବିଏମ୍‌ସି ପକ୍ଷରୁ ଭଙ୍ଗାଯିବାକୁ ଥିବା ଘରଗୁଡ଼ିକୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକଙ୍କୁ  ଅପରାହ୍ଣରେ ଏସମ୍ପର୍କରେ ଅବଗତ କରାଯାଇଥିଲା। ଡାକବାଜୀ ଯନ୍ତ୍ର ଘର ଘର ବୁଲି ଏସମ୍ପର୍କରେ ଅବଗତ କରାଇଛି। ନିଜ ନିଜର ଆସବାବପତ୍ର ବାହାର କରିବାକୁ କୁହାଯାଇଛି। ବିଏମ୍‌ସିର ଡାକବାଜୀ ଯନ୍ତ୍ର ପ୍ରଚାର କରିବା ପରେ ସାଲିଆସାହିରେ ଚାପା ଉତ୍ତେଜନା ଦେଖାଦେଇଛି। ଥଇଥାନ ନ କରି କେମିତି ଉଚ୍ଛେଦ କରାଯିବ। ଏହା ଆଇନ୍‌ ବିରୋଧୀ ବୋଲି ବସ୍ତିବାସିନ୍ଦା କହିଛନ୍ତି। ତେବେ ଉଚ୍ଛେଦ ହେଲେ ଘର ନୁହେଁ ଜମି ଦିଆଯିବ ବୋଲି ବିଜେପି ୨୦୨୪ରେ  ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା। ହେଲେ ଭୋଟ୍‌ ନେଇ ସରକାରକୁ ଆସିଲା ପରେ ପ୍ରତିଶ୍ରୁତି ପାଳନ କାହିଁକି କରୁନାହିଁ ବୋଲି ବସ୍ତିବାସିନ୍ଦା ଗଣ୍ଠି ବାନ୍ଧିଛନ୍ତି। ବାମ ସମାନ୍ତରାଳ ରାସ୍ତା ପାଇଁ ଶହେରୁ ଊର୍ଦ୍ଧ୍ବ ଘରକୁ ପୂର୍ବରୁ ଭଙ୍ଗାଯାଇଛି। ଏମାନଙ୍କୁ  ବୁଦ୍ଧବିହାରରେ ଥଇଥାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ

ହେଲେ ଅନ୍ୟଯେଉଁମାନେ ରହିଯାଇଥିଲେ ସେମାନଙ୍କୁ ଆସନ୍ତାକାଲି ଉଚ୍ଛେଦ କରାଯିବ। ଘର ଭାଙ୍ଗିବାକୁ ଥିବା ବସ୍ତି ବାସିନ୍ଦା ଘର ନୁହେଁ ରାଜଧାନୀରେ ଜମିଦାବି କରୁଛନ୍ତି। ଏଥିପାଇଁ ସେମାନେ ଏହି ଘର ଛାଡିବାକୁ ନାରାଜ। ତେବେ ପ୍ରଶାସନ ଏମାନଙ୍କୁ ଜମି ଦେବା ସପକ୍ଷରେ ନାହିଁ। ଯାହା ଉତ୍ତେଜନା ପ୍ରମୁଖ କାରଣ ପାଲଟିବ। ଏହାକୁ ବିରୋଧ କରିବାକୁ ହଜାର ସଂଖ୍ୟାରେ ଲୋକେ ଏକତ୍ରିତ ହେବେ ବୋଲି ବସ୍ତିନେତାମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ​ଓଡ଼ିଶା ପାଇଁ ନୈରାଶ୍ୟଜନକ ବଜେଟ୍: ନବୀନ ପଟ୍ଟନାୟକ

ସକାଳା ୭ଟାରୁ ସାଲିଆସାହି ଆରମ୍ଭ ହେବ ବସ୍ତି ଉଚ୍ଛେଦ କାର୍ଯ୍ୟକ୍ରମ। ଏଥିପାଇଁ ବ୍ୟାପକ ପରିମାଣରେ ଟ୍ରକ୍‌ ଏବଂ ଜେସିବି ମୁତୟନ କରାଯିବ। ବିଏମ୍‌ସି ପକ୍ଷରୁ ୬୦ ଜଣିଆ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌। ଶହେ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ କରାଯିବ। ପ୍ରତ୍ୟେକ ଜୋନ୍‌ର ଜୋନାଲ ଅଫିସର ଏବଂ ବିଏମ୍‌ସିର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବାକୁ ବିଏମ୍‌ସି କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଆଲୋଚନା ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦମକଳ ଏବଂ ଆମ୍ବୁଲାନ୍ସ ମୁତୟନ କରାଯିବ। ଏହାସହ ଉଚ୍ଛେଦ ହେଉଥିବା ପରିବାର ଲୋକଙ୍କୁ ବୁଦ୍ଧବିହାର ସ୍ଥିତି ଅସ୍ଥାୟୀ ଟ୍ରାଞ୍ଜିଟ୍‌ ହାଉସ୍‌ରେ ଥଇଥାନ କରାଯିବ। ପରବର୍ତ୍ତୀ ସମୟରେ ଘର ଯୋଗାଇ ଦିଆଯିବ। ସେହିପରି ବିଡିଏ ପକ୍ଷରୁ ୬ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଘଟଣାସ୍ଥଳରେ ମୁତୟନ ରହିବେ ବୋଲି ସୂଚନା ମିଳିଛି।


ମହଙ୍ଗା ପଡ଼ିଲା ବିଜେପିର ଜମି ଦେବା ନିର୍ବାଚନ ପ୍ରତିଶ୍ରୁତିସାଲିଆସାହିରେ ବସ୍ତି ଭାଙ୍ଗିଲେ ଘର ଦେଇ ଥଇଥାନ କରାଯିବ। ଏଥିପାଇଁ ବୁଦ୍ଧବିହାରରେ ଆବାସ ଘର ନିର୍ମାଣ କରି ଥିଲେ ପୂର୍ବତନ ବିଜେଡି ସରକାର। ହେଲେ ବସ୍ତିବାସିନ୍ଦାଙ୍କ ଭୋଟ୍‌ ହାତେଇବାକୁ ନିର୍ବାଚନ ବେଳେ ବିଜେପି ଏହାକୁ ସ୍ଥାନୀୟ ଅଞ୍ଚଳରେ ନିର୍ବାଚନର ଏକ ମୁଦ୍ଦା ବନାଇଲା। ଘର ନୁହେଁ ଆମେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ଜମି ଦେବୁ। ତାହାପୁଣି ରାଜଧାନୀରେ ୬ ଶହ ବର୍ଗଫୁଟ୍‌ର ଜମି। ଏଥିପାଇଁ ପ୍ରଚାରପତ୍ର ଲୋଖାଯାଇ ଘରେ ଘରେ ବଣ୍ଟାଗଲା। ଲୋକଙ୍କୁ ଜମି ପାଇଁ ଉସୁକାଇଲା। ଭୁବନେଶ୍ୱର ଏମ୍‌ପି ଜାତୀୟସ୍ତରର ଜଣେ ତାରକା ଏମ୍‌ପିଙ୍କୁ ଧରି ସାଲିଆସାହିରେ ଏଭଳି ପ୍ରତିଶ୍ରୁତି ଦେଲେ। ହେଲେ ସରକାରକୁ ଆସିଲା ପରେ ମୁଣ୍ଡରେ ବୁଦ୍ଧି ପସିଲା। ପୂର୍ବ ସରକାର ଯାହା କରୁଥିଲେ ତାହା ଠିକ୍‌ ବୋଲି କହିଲା। ଜମି ଦେଇ ନୁହେଁ ଘର ଦିଆଯାଇ ଥଇଥାନ କରାଯିବ ବୋଲି ପ୍ରଶାସନ ଦ୍ୱାରା କୁହାଇଲା। କିନ୍ତୁ ବସ୍ତି ବାସିନ୍ଦା ଛାଡିବାକୁ ନାରାଜ। ପ୍ରତିଶ୍ରୁତି ଦେଇଛ ମାନେ ଜମି ଦେବ। ନ ହେଲେ ବିଜେପି ନେତାଙ୍କ ଘର ଘେରିବୁ ବୋଲି ବସ୍ତିବାସିନ୍ଦା ଅଡ଼ିବସିଛନ୍ତି।

ରାସ୍ତାର ନକ୍ସା ବଦଳାଯାଉ ଆମେ ବାମ ପାଶ୍ୱର୍ ସମାନ୍ତରାଳ ରାସ୍ତାର ବିରୋଧ କରୁ ନାହୁଁ। ବସ୍ତି ବାସିନ୍ଦା ସହରର ଜୀବନ ରେଖା, ତେଣୁ ସେମାନଙ୍କୁ କର୍ମସ୍ଥଳୀ ନିକଟରେ ବାସସ୍ଥାନ ଯୋଗାଇ ଦେବା ସରକାରଙ୍କର ଦାୟିତ୍ୱ। ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଉ। ଜଙ୍ଗଲ ଜମିରେ ଅନ୍ୟ କିଛି ହୋଇପାରିବ ନାହିଁ କିନ୍ତୁ ରାସ୍ତା କେମିତି ହୋଇପାରିବ। ପ୍ରଥମେ ଏହି ବସ୍ତିରେ ଦୀର୍ଘ ଦିନ ଧରି ଶ୍ରମଜୀବୀ ଲୋକ ରହୁଛନ୍ତି। ତା ପରେ ରାସ୍ତା ନିର୍ମାଣ ହେଉଛି। ତେଣୁ ରାସ୍ତାର ନକ୍ସା ବଦଳାଯାଉ। ବଳପୂର୍ବକ ବସ୍ତି ଉଚ୍ଛେଦ ନ କରାଯାଉ ବୋଲି ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା କହିଛନ୍ତି।

ସବୁ ଆଲୋଚନା ବିଫଳ

ବିଏମ୍‌ସି ବସ୍ତି ନେତାଙ୍କୁ ନେଇ ଆଲୋଚନା କରିବାକୁ ଚାହୁଁଥିଲା। ହେଲେ ଆଲୋଚନା ବିଫଳ ହେଲା। ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସୋମବାର ପୁଲିସ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିବାକୁ ଡାକିଥିଲା। କୁହାଯାଇଥିଲା ଡିସିପି ଆଲୋଚନା କରିବେ। ହେଲେ ନାଆ ଥାନା ଅଧିକାରୀ। ନାଆ ଡିସିପି କେହି ଆସିଲେନି। ବହୁତ ଲୋକ କ’ଣ ପାଇଁ ଆସିଛ ବୋଲି କହି ନୂଆପଲ୍ଲୀ ଥାନା ସେମାନଙ୍କୁ ଫେରାଇ ଦେଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp