ଔଷଧ ଦୋକାନୀଙ୍କ ଭୁଲ ଇଂଜେକସନରୁ ୮ ବର୍ଷ ବାଳକର ମୃତ୍ୟୁ

The Sakala Picture
Published On

ଭଦ୍ରକ: ମେଡ଼ିସିନ ଦୋକାନୀ ଙ୍କ ଭୂଲ ଇଂଜେକସନ ଯୋଗୁଁ ୮ ବର୍ଷର ନାବାଳକ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରସାହି ପଞ୍ଚାୟତ ତେନ୍ତୁଲଦା ଗାଁରେ। ଘଟଣାରୁ ପ୍ରକାଶ ତେନ୍ତୁଲଦା ଗାଁର ସୁଜାତା ମହାଳିକଙ୍କର ଆଠ ବର୍ଷର ପୁଅ ସୁଶାନ୍ତ ମହାଳିକଙ୍କୁ ଜ୍ଵର ହୋଇଥିବାରୁ ସ୍ଥାନୀୟ ଓରସାହି ମାର୍କେଟରେ ଥିବା ମେଡିସିନ ଦୋକାନକୁ ଆଣିଥିଲେ। ମେଡିସିନ ଦୋକାନୀ ଜଣକ ଇଂଜେକସନ ଦେବା ପରେ ସଙ୍ଗେ ସଙ୍ଗେ ନାବାଳକ ଜଣକ ଚେତାଶୂନ୍ୟ […]

ଭଦ୍ରକ: ମେଡ଼ିସିନ ଦୋକାନୀ ଙ୍କ ଭୂଲ ଇଂଜେକସନ ଯୋଗୁଁ ୮ ବର୍ଷର ନାବାଳକ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରସାହି ପଞ୍ଚାୟତ ତେନ୍ତୁଲଦା ଗାଁରେ। ଘଟଣାରୁ ପ୍ରକାଶ ତେନ୍ତୁଲଦା ଗାଁର ସୁଜାତା ମହାଳିକଙ୍କର ଆଠ ବର୍ଷର ପୁଅ ସୁଶାନ୍ତ ମହାଳିକଙ୍କୁ ଜ୍ଵର ହୋଇଥିବାରୁ ସ୍ଥାନୀୟ ଓରସାହି ମାର୍କେଟରେ ଥିବା ମେଡିସିନ ଦୋକାନକୁ ଆଣିଥିଲେ। ମେଡିସିନ ଦୋକାନୀ ଜଣକ ଇଂଜେକସନ ଦେବା ପରେ ସଙ୍ଗେ ସଙ୍ଗେ ନାବାଳକ ଜଣକ ଚେତାଶୂନ୍ୟ ହୋଇ ପଡିଯାଇଥିଲା । ମେଡିସିନ ଦୋକାନୀ ଜଣକ ତୁରନ୍ତ ପିଲାଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁ ଆଣୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥଲା ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଦୁଇ ଡାକ୍ତର ଦେଖିବା ପରେ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକଙ୍କ ମନ ବୁଝିଲା ନାହିଁ । ପରିବାର ଲୋକେ ଭଲ ପିଲାଟାର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରି ନପାରି ଭଲ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଉଥିବା ବେଳେ ମେଡ଼ିକଲ କର୍ତ୍ତୃପକ୍ଷ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ। ପୋଲିସ ହସ୍ତକ୍ଷେପ ପରେ ପୁଣି ମେଡ଼ିକାଲକୁ ଶବ ଫେରିଥିଲା। ଶବ ଜବତ କରି ପୋଲିସ ତଦନ୍ତ ଚଳାଇଛି। ମେଡିସିନ ଦୋକାନୀର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ପୁଅର ମୃତ୍ୟୁକୁ ନେଇ ସାରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଠାରେ ପ୍ରଶ୍ନ ଉଠେ ମେଡିସିନ ଦୋକାନୀ କେଉଁ ଆଧାରରେ ନାବାଳକ କୁ ଚିକିତ୍ସା କରିଥିଲେ ଓ ଏଭଳି ଭୁଲ ଯୋଗୁଁ ଘଟିଥିବା ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

19 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର