ବିଜେଡିରେ ସାମିଲ ହେଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ

The Sakala Picture
Published On

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା। ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ । ସେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର […]

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା। ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ ।

ଆହୁରି ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ସେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ଉପସଭାପତି ଥିଲେ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ । କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ସାହୁ କଂଗ୍ରେସ ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇଥିଲେ । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ ପାଇଥିଲେ।ଗୋଟିଏ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନୁଗତ କୁହାଯାଉଥିବା ପ୍ରଦୀପ ସାହୁ ୯୦ ଦଶକରେ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପି ଥିଲେ। ଆଜି ନିଜ ସମର୍ଥକଙ୍କ ସହ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

15 Nov 2021 By The Sakala

ବିଜେଡିରେ ସାମିଲ ହେଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା। ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ ।

ସେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ଉପସଭାପତି ଥିଲେ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ । କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ସାହୁ କଂଗ୍ରେସ ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇଥିଲେ । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ ପାଇଥିଲେ।ଗୋଟିଏ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନୁଗତ କୁହାଯାଉଥିବା ପ୍ରଦୀପ ସାହୁ ୯୦ ଦଶକରେ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପି ଥିଲେ। ଆଜି ନିଜ ସମର୍ଥକଙ୍କ ସହ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର