ମୋବାଇଲ୍‌କୁ ଆସୁଥିବା ଲୋଭନୀୟ ଲିଙ୍କ୍‌ରେ କ୍ଲିକ୍‌ କରିବା ପୂର୍ବରୁ ସାବଧାନ, ଖାଲି ହୋଇଯିବ ଆକାଉଣ୍ଟ

The Sakala Picture
Published On

ଭୁବନେଶ୍ୱର : ଅନ୍‌ଲାଇନ୍ ସପିଂ ମାୟାରେ ଏବେ ଗ୍ରାହକ ବାୟା। ପୂଜା ସମୟରେ ଗ୍ରାହକଙ୍କୁ ନିଜର କରିବାକୁ ଯାଇ ବିଭିନ୍ନ ସଂସ୍ଥା ଗୁଡିକ ୭୦%ରୁ ୮୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ସହ ବାଏ ୱାନ୍-ଗେଟ୍ ୱାନ୍ ଭଳି ରିହାତି ବର୍ଷା କରନ୍ତି । ଆଉ ଏହି ସମୟର ଫାଇଦା ନେବାକୁ ସାଇବର ଲୁଟେରାମାନେ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇରହିଛନ୍ତି। ସାଧାରଣ ଲୋକଙ୍କୁ ବିଭିନ୍ନ ନାମୀଦାମୀ କମ୍ପାନିର ଲୋଭନୀୟ ରିହାତିର ନକଲି ଲିଙ୍କ୍ ପଠାଇ ଲୁଟ୍‌ କରିବାକୁ ଯୋଜନା କରୁଛନ୍ତି। […]

ଭୁବନେଶ୍ୱର : ଅନ୍‌ଲାଇନ୍ ସପିଂ ମାୟାରେ ଏବେ ଗ୍ରାହକ ବାୟା। ପୂଜା ସମୟରେ ଗ୍ରାହକଙ୍କୁ ନିଜର କରିବାକୁ ଯାଇ ବିଭିନ୍ନ ସଂସ୍ଥା ଗୁଡିକ ୭୦%ରୁ ୮୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ସହ ବାଏ ୱାନ୍-ଗେଟ୍ ୱାନ୍ ଭଳି ରିହାତି ବର୍ଷା କରନ୍ତି । ଆଉ ଏହି ସମୟର ଫାଇଦା ନେବାକୁ ସାଇବର ଲୁଟେରାମାନେ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇରହିଛନ୍ତି। ସାଧାରଣ ଲୋକଙ୍କୁ ବିଭିନ୍ନ ନାମୀଦାମୀ କମ୍ପାନିର ଲୋଭନୀୟ ରିହାତିର ନକଲି ଲିଙ୍କ୍ ପଠାଇ ଲୁଟ୍‌ କରିବାକୁ ଯୋଜନା କରୁଛନ୍ତି। ଏଥି ସହିତ ପୂଜା ସମୟରେ ମଧ୍ୟ ପୂଜା ଶୁଭେଚ୍ଛା ନାମରେ ମଧ୍ୟ ବିଭିନ୍ନ ଲିଙ୍କ୍‌ ହ୍ବାଟସଆପ୍‌ ଓ ଫେସବୁକ୍‌କୁ ପଠାଇଥାନ୍ତି ସାଇବର ଲୁଟେରା। ଯାହକୁ କ୍ଲିିକ୍‌ କରିବା ପରେ ଆପଣଙ୍କ ପାଇଁ ବିପଦ ହୋଇପାରେ।  ତେବେ ଏଥିରୁ ଦୂରେଇ ରହିବାକୁ ପୁଲିସ୍ କମିଶନର ସୌମନ୍ଦ୍ର ପ୍ରିୟଦର୍ଶୀ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁଲିସ୍ କମିଶନର ସୌମନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ପୂଜା ସମୟରେ ମୋବାଇଲକୁ ମେସେଜ ଏବଂ ସୋସିଆଲ ମିଡିଆରେ ଆସୁଥିବା ଲୋଭନୀୟ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ।  ଲୋକମାନଙ୍କୁ ଲୋଭ ଦେଖାଇ ଆକାଉଣ୍ଟ ଖାଲି କରିବାକୁ ପ୍ଲାନ୍ କରୁଛନ୍ତି ସାଇବର ଲୁଟେରା । ଲୋଭ ନ ପଡ଼ି ସାବଧାନ ହେବାକୁ ସେ କହିଛନ୍ତି । କିଛି ଦିନ ହେବ ସୋସିଆଲ୍ ମିଡିଆ ବୁଲୁଛି ଟାଟା କମ୍ପାନୀର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ କାର୍ ଉପହାର ଦିଆଯାଉଛି। କାର୍‌ ପାଇବା ପାଇଁ ସେହି ଲିଙ୍କ୍କୁ ଖୋଲି କିଛି ପ୍ରଶ୍ନର ଉତ୍ତର ଦେଲେ କାର ମିଳିଯିବ ବୋଲି ଲେଖାଯାଇଛି। ଲିଙ୍କ୍‌ ଖୋଲିଲେ କିଛି ସହଜ ପ୍ରଶ୍ନ ଆସିବ ଯାହାର ଉତ୍ତର ଦେବା ପରେ ଆସିବ ଆପଣ କାର୍‌ ଜିତିଯାଇଛନ୍ତି। କାର୍‌ଟିକୁ ନେବା ପାଇଁ ସେହି ଲିଙ୍କ୍‌କୁ ୧୦୦ ଜଣଙ୍କୁ ସେୟାର କରିବାକୁ କୁହାଯିବ। ଯାହା ଏକ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପୁଲିସ୍ କମିଶନର କହିଛନ୍ତି।  କିଛି ସାଇବର ଅପରାଧୀ ଏମିତି କରି ଲୋକଙ୍କୁ ଲୁଟ୍‌ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଏ ସବୁ ଲିଙ୍କ୍ ଠାରୁ ଦୂରେଇ ରହିବାସହ ଅନ୍‌ଲାଇନ୍‌ ପେମେଣ୍ଟ କରିବା ସମୟରେ ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି ପୁଲିସ କମିଶସନର  ସୌମନ୍ଦ୍ର ପ୍ରିୟଦର୍ଶୀ । ଅଗଷ୍ଟ ମାସରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସାଇବର ଠକ ଲୁଟି ନେଇଥିବା ବେଳେ ସେପ୍ଟେମ୍ବର ମାସରେ ଭୁବନେଶ୍ବରରୁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି। ତେବେ ସାଇବର୍‌ ହେଲ୍ପଡେସ୍କ ଏହାର ୨୮.୮୬ ପ୍ରତିଶତ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ମାସକ ଭିତରେ ସାଇବର୍‌ ଠକମାନେ ଭୁବନେଶ୍ବରରୁ ୬୦ ଲକ୍ଷ ୪୮ ହଜାର ୪୫୩ ଟଙ୍କା ଲୁଟିଛନ୍ତି । ଏହି ଟଙ୍କାରୁ ୧୭ ଲକ୍ଷ ୪୫ ହଜାର ୬୧୪ ଟଙ୍କା ସାଇବର ହେଲ୍ପଡେସ୍କ ଫେରାଇ ଆଣିପାରିଛି। କେବଳ ୟୁପିଆଇ ସଂକ୍ରାନ୍ତ ୧୩୬, କ୍ରେଡିଟ ଓ ଡେବିଟ କାର୍ଡ ଦ୍ବାରା ୩୦ ଓ ଅନ୍ୟାନ୍ୟ ଉପାୟରେ ୬୫ ଠକେଇ ହୋଇଛି। ସେହିପରି ୭୨ଟି ନମ୍ବରକୁ ବ୍ଲକ କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର