ବରଦାନ ସାଜିଛି ବିଏସ୍‌କେୱାଇ, ରାଜ୍ୟ ବାହାର ହସ୍ପିଟାଲ୍‌ରେ ପ୍ରବାସୀଙ୍କୁ ମାଗଣା ଚିିକିତ୍ସା

The Sakala Picture
Published On

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍‌‌କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି। ନିଜ ରାଜ୍ୟ ଠାରୁ ସହସ୍ର ଯୋଜନ ଦୂରରେ ଥାଇ ମଧ୍ୟ ଓଡ଼ିଆ ଲୋକଟିଏ ନିଜର କିମ୍ବା ନିଜ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାହା ଆଗରେ […]

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍‌‌କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି। ନିଜ ରାଜ୍ୟ ଠାରୁ ସହସ୍ର ଯୋଜନ ଦୂରରେ ଥାଇ ମଧ୍ୟ ଓଡ଼ିଆ ଲୋକଟିଏ ନିଜର କିମ୍ବା ନିଜ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାହା ଆଗରେ ହାତ ପାତିବାକୁ ବାଧ୍ୟ ହେଉନାହିଁ। ପ୍ରତି ମାସରେ ରାଜ୍ୟ ବାହାରେ ବିଏସ୍‌‌କେୱାଇ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ବୃଦ୍ଧିପାଉଛି।

ଆହୁରି ପଢ଼ନ୍ତୁ: ଏସ୍ ଜୟଶଙ୍କରଙ୍କ ମାଷ୍ଟରଷ୍ଟ୍ରୋକ୍: ଇରାନ ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କରକୁ ମିଳିଲା ସୁରକ୍ଷିତ ମାର୍ଗ

ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମାସ ଭିତରେ ରାଜ୍ୟ ସରକାର ରାଜ୍ୟ ବାହାରେ ରହୁଥିବା ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୯୪.୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ମାସକୁ ୧୦ ହଜାରରୁ ଅଧିକ ବିଏସ୍‌‌କେୱାଇଙ୍କୁ ରାଜ୍ୟ ବାହାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୭୩୬ କୋଟି ଟଙ୍କା ବ୍ୟୟ ହୋଇଛି। ଗତବର୍ଷ ରାଜ୍ୟ ବାହାରେ ୨୮ ହଜାର ହିତାଧିକାରୀଙ୍କ ଚିକିତ୍ସାରେ ୩୯ କୋଟି ବ୍ୟୟ ହୋଇଥିଲା।

ଆହୁରି ପଢ଼ନ୍ତୁ: ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଜଳଖିଆ ଦୋକାନ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୩ ଜାନୁଆରୀରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ସମୁଦାୟ ୭୯,୩୩୬୫ ରୋଗୀଙ୍କୁ ବିଏସ୍‌‌କେୱାଇ ଅଧୀନରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏଥିପାଇଁ ୧୭୩୬ କୋଟିରୁ ଅଧିକ ବ୍ୟୟ କରାଯାଇଛି। ତେବେ ଏହି ସମୟ ଭିତରେ ରାଜ୍ୟ ବାହାରେ ଥିବା ଘରୋଇ ଡାକ୍ତରଖାନାରେ ୬୬,୯୧୧ ଜଣ ହିତାଧିକାରୀଙ୍କ ଉନ୍ନତ ଚିକିତ୍ସା ବାବଦରେ ୧୯୪.୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଯଦି କେବଳ ରାଜ୍ୟ ବାହାରେ ଚିକିତ୍ସା ପାଇଥିବା ବିଏସ୍‌‌କେୱାଇ ହିତାଧିକାରୀ ସଂଖ୍ୟା ଦେଖାଯାଏ ତା ହେଲେ ଚଳିତ ବର୍ଷ ଜାନୁଆରୀରେ ୬୨୯୫ ଜଣଙ୍କ ଚିକିତ୍ସା ବାବଦରେ ୧୮ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ଆହୁରି ପଢ଼ନ୍ତୁ: କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ

ଏହା ପରଠାରୁ ହିତାଧିକାରୀ ଏବଂ ବ୍ୟୟ ପରିମାଣ ବଢ଼଼ିବଢ଼଼ି ଚାଲିଛି। ଜୁଲାଇ ମାସରେ ୯୫୮୬ ଜଣଙ୍କ ଚିକିତ୍ସା ବାବଦରେ ସରକାର ୨୬ କୋଟି ୪ ଲକ୍ଷ ଏବଂ ଅଗଷ୍ଟ ମାସରେ ୧୧,୨୪୯ ଜଣଙ୍କ ଚିକିତ୍ସା ପାଇଁ ୩୨ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ଉଭୟ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜାନୁଆରୀ ମାସରେ ୮୯,୩୪୫ ଜଣଙ୍କ ଚିକିତ୍ସାରେ ୧୯୬ କୋଟି ଟଙ୍କା ବ୍ୟୟ ହୋଇଥିଲା ବେଳେ ଅଗଷ୍ଟ ମାସରେ ୧ ଲକ୍ଷ ୨୩ ହଜାର ୧୪୪ ଜଣ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୨୬୬ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରୁ ଲୋକେ ଅନ୍ୟ ରୋଜଗାର ପାଇଁ ଅନ୍ୟ ରାଜ୍ୟରେ ଅଛନ୍ତି।

ସେମାନଙ୍କ ମଧ୍ୟରୁ ସିଂହଭାଗ ପ୍ରବାସୀ ଓଡ଼ିଆଙ୍କୁ ବିଏସ୍‌‌କେୱାଇରେ ସାମିଲ କରାଯାଇଛି। ତେଣୁ ରାଜ୍ୟ ବାହାରେ ଥିଲେ ସୁଦ୍ଧା ସେମାନଙ୍କୁ ବିଏସ୍‌‌କେୱାଇରେ ନିଃଶୁଳ୍କ ଚିକିତ୍ସା ମିଳୁଛି। ସେହିପରି ରାଜ୍ୟରୁ ଅନେକ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରେ ଥିବା ଡାକ୍ତରଖାନା ନିଆଯାଉଛି। ଓଡ଼ିଶା ବାହାରେ ଥିବା ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାକୁ ବିଏସ୍‌‌କେୱାଇ ତାଲିକାଭୁକ୍ତ କରାଯାଇଛି। ସେହିପରି ବିଏସ୍‌‌କେୱାଇ ହିତାଧିକାରୀଙ୍କୁ ରାଜ୍ୟ ବାହାରେ ବିନା ସମସ୍ୟାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବିଶେଷ ପଦକ୍ଷେପ ନିଆଯାଇଛି।

04 Sep 2023 By The Sakala

ବରଦାନ ସାଜିଛି ବିଏସ୍‌କେୱାଇ, ରାଜ୍ୟ ବାହାର ହସ୍ପିଟାଲ୍‌ରେ ପ୍ରବାସୀଙ୍କୁ ମାଗଣା ଚିିକିତ୍ସା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍‌‌କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି। ନିଜ ରାଜ୍ୟ ଠାରୁ ସହସ୍ର ଯୋଜନ ଦୂରରେ ଥାଇ ମଧ୍ୟ ଓଡ଼ିଆ ଲୋକଟିଏ ନିଜର କିମ୍ବା ନିଜ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାହା ଆଗରେ ହାତ ପାତିବାକୁ ବାଧ୍ୟ ହେଉନାହିଁ। ପ୍ରତି ମାସରେ ରାଜ୍ୟ ବାହାରେ ବିଏସ୍‌‌କେୱାଇ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ବୃଦ୍ଧିପାଉଛି।

ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମାସ ଭିତରେ ରାଜ୍ୟ ସରକାର ରାଜ୍ୟ ବାହାରେ ରହୁଥିବା ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୯୪.୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ମାସକୁ ୧୦ ହଜାରରୁ ଅଧିକ ବିଏସ୍‌‌କେୱାଇଙ୍କୁ ରାଜ୍ୟ ବାହାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୭୩୬ କୋଟି ଟଙ୍କା ବ୍ୟୟ ହୋଇଛି। ଗତବର୍ଷ ରାଜ୍ୟ ବାହାରେ ୨୮ ହଜାର ହିତାଧିକାରୀଙ୍କ ଚିକିତ୍ସାରେ ୩୯ କୋଟି ବ୍ୟୟ ହୋଇଥିଲା।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୩ ଜାନୁଆରୀରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ସମୁଦାୟ ୭୯,୩୩୬୫ ରୋଗୀଙ୍କୁ ବିଏସ୍‌‌କେୱାଇ ଅଧୀନରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏଥିପାଇଁ ୧୭୩୬ କୋଟିରୁ ଅଧିକ ବ୍ୟୟ କରାଯାଇଛି। ତେବେ ଏହି ସମୟ ଭିତରେ ରାଜ୍ୟ ବାହାରେ ଥିବା ଘରୋଇ ଡାକ୍ତରଖାନାରେ ୬୬,୯୧୧ ଜଣ ହିତାଧିକାରୀଙ୍କ ଉନ୍ନତ ଚିକିତ୍ସା ବାବଦରେ ୧୯୪.୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଯଦି କେବଳ ରାଜ୍ୟ ବାହାରେ ଚିକିତ୍ସା ପାଇଥିବା ବିଏସ୍‌‌କେୱାଇ ହିତାଧିକାରୀ ସଂଖ୍ୟା ଦେଖାଯାଏ ତା ହେଲେ ଚଳିତ ବର୍ଷ ଜାନୁଆରୀରେ ୬୨୯୫ ଜଣଙ୍କ ଚିକିତ୍ସା ବାବଦରେ ୧୮ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ଏହା ପରଠାରୁ ହିତାଧିକାରୀ ଏବଂ ବ୍ୟୟ ପରିମାଣ ବଢ଼଼ିବଢ଼଼ି ଚାଲିଛି। ଜୁଲାଇ ମାସରେ ୯୫୮୬ ଜଣଙ୍କ ଚିକିତ୍ସା ବାବଦରେ ସରକାର ୨୬ କୋଟି ୪ ଲକ୍ଷ ଏବଂ ଅଗଷ୍ଟ ମାସରେ ୧୧,୨୪୯ ଜଣଙ୍କ ଚିକିତ୍ସା ପାଇଁ ୩୨ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ଉଭୟ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଜାନୁଆରୀ ମାସରେ ୮୯,୩୪୫ ଜଣଙ୍କ ଚିକିତ୍ସାରେ ୧୯୬ କୋଟି ଟଙ୍କା ବ୍ୟୟ ହୋଇଥିଲା ବେଳେ ଅଗଷ୍ଟ ମାସରେ ୧ ଲକ୍ଷ ୨୩ ହଜାର ୧୪୪ ଜଣ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୨୬୬ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରୁ ଲୋକେ ଅନ୍ୟ ରୋଜଗାର ପାଇଁ ଅନ୍ୟ ରାଜ୍ୟରେ ଅଛନ୍ତି।

ସେମାନଙ୍କ ମଧ୍ୟରୁ ସିଂହଭାଗ ପ୍ରବାସୀ ଓଡ଼ିଆଙ୍କୁ ବିଏସ୍‌‌କେୱାଇରେ ସାମିଲ କରାଯାଇଛି। ତେଣୁ ରାଜ୍ୟ ବାହାରେ ଥିଲେ ସୁଦ୍ଧା ସେମାନଙ୍କୁ ବିଏସ୍‌‌କେୱାଇରେ ନିଃଶୁଳ୍କ ଚିକିତ୍ସା ମିଳୁଛି। ସେହିପରି ରାଜ୍ୟରୁ ଅନେକ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରେ ଥିବା ଡାକ୍ତରଖାନା ନିଆଯାଉଛି। ଓଡ଼ିଶା ବାହାରେ ଥିବା ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାକୁ ବିଏସ୍‌‌କେୱାଇ ତାଲିକାଭୁକ୍ତ କରାଯାଇଛି। ସେହିପରି ବିଏସ୍‌‌କେୱାଇ ହିତାଧିକାରୀଙ୍କୁ ରାଜ୍ୟ ବାହାରେ ବିନା ସମସ୍ୟାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବିଶେଷ ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର