ରାଜ୍ୟସଭା ନିର୍ବାଚନ: ମନମୋହନ, ସୁଜିତ୍‌, ସଂତୃପ୍ତଙ୍କ ସହଜ ବିଜୟ; ଦିଲ୍ଲୀପଙ୍କୁ ଜିତାଇଲା ୧୧ ବିଧାୟକଙ୍କ କ୍ରସ ଭୋଟିଂ

Madhusudan Das Picture
Published On

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ। ଆକଳନ ଅନୁସାରେ ୪ଟି ଆସନରୁ ବିଜେପିର ମନମୋହନ ସାମଲ, ସୁଜିତ୍‌ କୁମାର, ବିଜେଡିର ସଂତୃପ୍ତ ମିଶ୍ର ସହଜ ବିଜୟ ହାସଲ କରିଛନ୍ତି । ମାତ୍ର ୪ର୍ଥ ଆସନରେ ବିଜେଡି ଘୋଷିତ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଉଭୟ ଦିଲ୍ଲୀପ ଓ ଦତ୍ତେଶ୍ୱର ପ୍ରଥମ ପସନ୍ଦରେ ୨୩ଟି ଲେଖାଏଁ ଭୋଟ ପାଇବାରୁ ଦ୍ୱିତୀୟ ପସନ୍ଦ ଭୋଟ ଗଣତି କରାଯାଇଥିଲା । ଏଥିରେ ଦତ୍ତେଶ୍ୱରଙ୍କଠାରୁ ଦିଲ୍ଲୀପ ଯଥେଷ୍ଟ ଅଧିକ ଭୋଟ ପାଇ ୪ର୍ଥ ପ୍ରାର୍ଥୀ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡିର ୨ ନିଲମ୍ବିତ ସଦସ୍ୟଙ୍କ ସହ ୮ ଜଣ ବିଧାୟକ ଓ କଂଗ୍ରେସର ୩ ଜଣ ବିଧାୟକ ଦିଲ୍ଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି । 

ଆହୁରି ପଢ଼ନ୍ତୁ: ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଜଳଖିଆ ଦୋକାନ

ବିଜେଡିର ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼, ଅରବିନ୍ଦ ମହାପାତ୍ର ଓ ନିକଟରେ ଦଳରୁ ନିଲମ୍ବିତ ପ୍ରଭାତ ବିଶ୍ୱାଳଙ୍କ ବିଧାୟକ ପୁତ୍ର ସୌଭିକ ବିଶ୍ୱାଳ କ୍ରସ ଭୋଟିଂ କରିପାରନ୍ତି ବୋଲି ପୂର୍ବରୁ ସବୁ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ବୈଠକରେ ଚକ୍ରମଣି କହଁର ଓ ନବ ମଲ୍ଲିକଙ୍କ ଅନୁପସ୍ଥିତି  କ୍ରସ ଭୋଟିଂକୁ ଇଙ୍ଗିତ କରିଥିଲା । ମାତ୍ର ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବସ୍ତା ବିଧାୟିକା ସୁବାସିନୀ ଜେନା ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ଦଳର ସଭାପତିଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କଟକ ବିଧାୟିକା ସୋଫିଆ ଫିରଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଦାଶରଥୀ ଗମାଙ୍ଗୋ କ୍ରସ ଭୋଟିଂ କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ଆଜି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ସକାଳ ୯ଟାରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଜାରି ରହିଥିଲା। ସନ୍ଧ୍ୟା ୬ଟାରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ପସନ୍ଦରେ ମନମୋହନ ସାମଲଙ୍କୁ ୩୫ଟି, ସୁଜିତ୍‌ କୁମାରଙ୍କୁ ୩୫ଟି, ଡ. ସଂତୃପ୍ତ ମିଶ୍ରଙ୍କୁ ୩୧ଟି, ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ଟି ଏବଂ ଦିଲ୍ଲୀପ ରାୟଙ୍କୁ ୨୩ଟି ଭୋଟ ମିଳିଥିଲା। ରାଜ୍ୟସଭା ନିର୍ବାଚନରେ ନିୟମ ଅନୁଯାୟୀ ପ୍ରତି ବିଧାୟକଙ୍କ ଭୋଟର ମୂଲ୍ୟ ୧୦୦ ହୋଇଥାଏ। ଅପରପକ୍ଷେ ଓଡ଼ିଶା ବିଧାନସଭାର ବିଧାୟକଙ୍କ ସଂଖ୍ୟାକୁ ବିଚାରକୁ ନେଲେ ପ୍ରତି ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ମୋଟ ୨୯୪୧ ମୂଲ୍ୟ ଭୋଟର ଆବଶ୍ୟକତା ପଡ଼ିଥିଲା। ଏହି ଅନୁସାରେ ମନମୋହନ ଓ ସୁଜିତଙ୍କୁ ୩୫୦୦ ଲେଖାଏଁ ଭୋଟ ମିଳିଥିବା ବେଳେ ସଂତୃପ୍ତଙ୍କୁ ୩୧୦୦ ଦତ୍ତେଶ୍ୱରଙ୍କୁ ୨୩୦୦ ଏବଂ ଦିଲ୍ଲୀପଙ୍କୁ ୨୩୦୦ ଭୋଟ ମିଳିଥିଲା। ଉଭୟ ଦତ୍ତେଶ୍ୱର ଏବଂ ଦିଲ୍ଲୀପଙ୍କୁ ସମାନ ଭୋଟ ମିଳିଥିବା ବେଳେ ଲଟେରୀରେ ବିଜେପି ପ୍ରାର୍ଥୀ ସୁଜିତ୍‌ କୁମାରଙ୍କ ବଳକା ଦ୍ୱିତୀୟ ପସନ୍ଦ ୫୫୯ ମୂଲ୍ୟର ଭୋଟ ଦିଲ୍ଲୀପ ରାୟଙ୍କ ଖାତାକୁ ଯାଇଥିଲା।  ମନମୋହନଙ୍କ ଭୋଟ ମୂଲ୍ୟ ୩୫୦୦ ରହିଥିବା ବେଳେ ସୁଜିତ୍‌ କୁମାରଙ୍କ ଭୋଟ ସଂଖ୍ୟା ୨୯୪୧, ସଂତୃପ୍ତଙ୍କ ଭୋଟ ସଂଖ୍ୟା ୩୧୦୦, ଦତ୍ତେଶ୍ୱରଙ୍କର ୨୩୦୦ ଏବଂ ଦିଲ୍ଲୀପଙ୍କର ଭୋଟ ମୂଲ୍ୟ ୨୮୫୯ରେ ପହଞ୍ଚିଥିଲା। ଏହାସତ୍ତ୍ୱେ ଦିଲ୍ଲୀପ ବିଜୟୀ ପାଇଁ ଆବଶ୍ୟକ ମୂଲ୍ୟ ନ ମିଳିବାରୁ ତୃତୀୟ ପର୍ଯ୍ୟାୟରେ ମନମୋହନ ସାମଲଙ୍କ ବଳକା ଦ୍ୱିତୀୟ ପସନ୍ଦ ଭୋଟ ମଧ୍ୟ ଦିଲୀପ ରାୟଙ୍କ ଖାତାରେ ଯୋଡ଼ା ଯାଇଥିଲା।  ସର୍ବଶେଷରେ ଉଭୟ ମନମୋହନ ଏବଂ ଦିଲ୍ଲୀପଙ୍କ ଭୋଟ ସଂଖ୍ୟା ୨୯୪୧ ରହିଥିବା ବେଳେ ସଂତୃପ୍ତଙ୍କ ଭୋଟ ୩୧୦୦ ରହିଥିଲା। ଦତ୍ତେଶ୍ୱରଙ୍କ ଭୋଟ ୨୩୦୦ରେ ସୀମିତ ରହିଥିବା ବେଳେ ମନମୋହନ ଓ ସୁଜିତଙ୍କ ବଳକା ଦ୍ୱିତୀୟ ପସନ୍ଦ ଭୋଟକୁ ମିଶାଇ ଦିଲ୍ଲୀପ ରାୟଙ୍କ ଭୋଟ ସଂଖ୍ୟା ୩୪୧୮ରେ ପହଞ୍ଚିଥିଲା।  ଏହାପରେ ରିଟର୍ଣ୍ଣିଂ ଅଫିସର ଦିଲ୍ଲୀପଙ୍କୁ ଚତୁର୍ଥ ଆସନରେ ବିଜୟୀ ଘୋଷଣା କରିଛନ୍ତି। 

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

16 Mar 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର