ପାଣିକୁ ଡେଇଁ ମଦ ଚାଲାଣକାରୀ ଯୁବକ ନିଖୋଜ ଘଟଣା: ସମୁଦ୍ରରୁ ମୃତଦେହ ଭାସି କୂଳରେ ଲାଗିଲା

The Sakala Picture
Published On

ବାହାନଗା: ଅବକାରୀ ଚଢ଼ାଉରୁ ଜୀବନ ବିକଳରେ ନଈପାଣିକୁ ଡେଇଁ ପଡି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟା ହେବାରୁ ଅଗ୍ନିଶମ ବିଭାଗ ଚାଲିଥିବା ସର୍ଚ୍ଚ ଅପରେସନ ଅଧାରୁ ବନ୍ଦ ରହିଥିଲା। ତେବେ ଆଜି ଭୋର ସମୟରେ ଯୁବକଙ୍କ ମୃତଦେହ ଭାସି ଆସି ଖନ୍ତାପଡା ଥାନା କଳାମାଟିଆ ପାହି ନିକଟବର୍ତ୍ତୀ ୧୯ହଜାର ନିକଟରେ ଲାଗିଥିଲା। ଖବରପାଇ ଯୁବକଙ୍କ ସମ୍ପର୍କୀୟ ସମେତ ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଇଞ୍ଚୁଡ଼ି ସରପଞ୍ଚଙ୍କ ପ୍ରତିନିଧି ତାରାପଦ ମାନ୍ନାଙ୍କ ଲିଖିତ […]

ବାହାନଗା: ଅବକାରୀ ଚଢ଼ାଉରୁ ଜୀବନ ବିକଳରେ ନଈପାଣିକୁ ଡେଇଁ ପଡି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟା ହେବାରୁ ଅଗ୍ନିଶମ ବିଭାଗ ଚାଲିଥିବା ସର୍ଚ୍ଚ ଅପରେସନ ଅଧାରୁ ବନ୍ଦ ରହିଥିଲା। ତେବେ ଆଜି ଭୋର ସମୟରେ ଯୁବକଙ୍କ ମୃତଦେହ ଭାସି ଆସି ଖନ୍ତାପଡା ଥାନା କଳାମାଟିଆ ପାହି ନିକଟବର୍ତ୍ତୀ ୧୯ହଜାର ନିକଟରେ ଲାଗିଥିଲା। ଖବରପାଇ ଯୁବକଙ୍କ ସମ୍ପର୍କୀୟ ସମେତ ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଇଞ୍ଚୁଡ଼ି ସରପଞ୍ଚଙ୍କ ପ୍ରତିନିଧି ତାରାପଦ ମାନ୍ନାଙ୍କ ଲିଖିତ ଅଭିଯୋଗ ପରେ ଖନ୍ତାପଡା ଥାନାଧିକାରୀ ବିମଳ କୁମାର ନାୟକଙ୍କ ଉପସ୍ଥିତିରେ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ପଠାଇଥିଲେ।

ପ୍ରକାଶ ଥାଉକି, ଚୋରା ମଦ ମାଫିଆମାନେ ବିନା ଦ୍ୱିଧାରେ ଦୈନିକ ହଜାର ହଜାର ଲିଟର ବିଷାକ୍ତ ଦେଶୀ ମଦ ବାଲେଶ୍ୱର ଧାମରା ସଲଟ ରୋଡ଼ ଦେଇ ଗୋପାଳପୁର ଅଞ୍ଚଳକୁ ଚାଲାଣ କରିଥାନ୍ତି। ସଦର ଥାନା ପୁରୁଣା ବାଲେଶ୍ୱର ଅଂଚଳର ହରିମୋହନ ମାଝୀଙ୍କ ପୁଅ ସପନ(୨୦) ଅନ୍ୟ ଦୁଇ ଯୁବକଙ୍କ ସହିତ ଚୋରା ମଦ ଚାଲାଣ ପାଇଁ ସଲଟ ରୋଡ଼ ଦେଇ ଗୋପାଳପୁର ଅଭିମୁଖେ ଆସିଥିଲେ। ଅବକାରୀ ବିଭାଗ ତରଫରୁ ଗତକାଲି ସକାଳେ ସଲଟ ରୋଡ଼ରେ ରୁଟିନ ଚେକିଂ ସମୟରେ ସପନ ମାଝୀ ଧରା ପଡିବା ଭୟରେ ମଦ ବୋଝେଇ ବାଇକ ଶ୍ରୀଜଙ୍ଗ ସୁଟିଂ ପାହି ଆଡକୁ ନେଇଯାଇଥିଲେ। ଅବକାରୀ ପୋଲିସ ହାବୁଡ଼ରେ ପଡିବା ଆଗରୁ ସପନ ବାଇକ ସୁଟିଂ ପାହି ବନ୍ଧ ଉପରେ ରଖି କଣ୍ଟିଆଚିରା ନଈ ପାଣିରେ ପଶିଯାଇଥିଲେ। ସମୁଦ୍ର ଜୁଆର ପାଣି ଓ ନଈ ଜାଣି ନଥିବାରୁ ସପନ ନଈରେ ବୁଡି ନିଖୋଜ ହୋଇଯାଇଥିଲେ। ପରେ ଖବରପାଇ ସପନ ମାଝୀର ସମ୍ପର୍କୀୟ ଓ ଅଗ୍ନିଶମ ବିଭାଗ ମୋଟର ବୋଟ ଯୋଗେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସକାଳ ୯ଟାରୁ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ସନ୍ଧ୍ୟା ୬ଟା ବାଜିବାରୁ ନିଖୋଜ ଯୁବକଙ୍କ କୌଣସି ପତ୍ତା ନ ଲାଗିବାରୁ ସର୍ଚ୍ଚ ଅପରେସନ ବନ୍ଦ ରଖାଯାଇଥିଲା। ତେବେ ଆଜି ଭୋର ସମୟରେ ଘଟଣାସ୍ଥଳ ଠାରୁ ୪କିମି ଦୂର କଳାମାଟିଆ ପାହି ନିକଟସ୍ଥ ୧୯ହଜାର ନିକଟରେ ମୃତଦେହ ଜୁଆରରେ ଭାସି ଆସି କୂଳରେ ଲାଗିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ନିଖୋଜ ଯୁବକଙ୍କ ମୃତଦେହ କୂଳରେ ଲାଗିବା ଖବର ପ୍ରଘଟ ହେବା ପରେ ମୃତଦେହ ଦେଖିବାକୁ ଶହଶହ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ।

21 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର