ସ୍ବାବଲମ୍ବୀ ହେଉଛନ୍ତି ମହିଳା: ନିଜେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ରାକ୍ଷୀ, ମନମୋହୁଛି ସବାଇ ଘାସ ଓ ମାଟିରେ ପ୍ରସ୍ତୁତ ସ୍ବତନ୍ତ୍ର ବନ୍ଦାପନା ଥାଳି

The Sakala Picture
Published On

ବାଲେଶ୍ଵର: ଆଉ ଦିନ କେଇଟା ରାକ୍ଷୀ ପୂର୍ଣ୍ଣିମା। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ସହରର ଆଇଟିଆଇ ଛକ, ଷ୍ଟେସନ ଛକ, ଫାଣ୍ଡି ଛକ, ସିନେମା ଛକ, ବିବେକାନନ୍ଦ ମାର୍ଗ ଆଦି ଛକରେ ରାକ୍ଷୀ ଦୋକାନର ପସରା ମେଲିଗଲାଣି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ରହିଛି ରକମ ରକମର ରାକ୍ଷୀ। କିନ୍ତୁ ସହରରେ ପ୍ରଥମଥର ମହିଳାଙ୍କ ନିଆରା ରାକ୍ଷୀ ଦୋକାନ ଖୋଲିଛି। ଯେଉଁଠି ଗ୍ରାହକଙ୍କ ଗହଳି ବେଶ ଜମୁଛି। ନିଆରା ରାକ୍ଷୀ ଦୋକାନରେ ରହିଛି ଭଳି […]

ବାଲେଶ୍ଵର: ଆଉ ଦିନ କେଇଟା ରାକ୍ଷୀ ପୂର୍ଣ୍ଣିମା। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ସହରର ଆଇଟିଆଇ ଛକ, ଷ୍ଟେସନ ଛକ, ଫାଣ୍ଡି ଛକ, ସିନେମା ଛକ, ବିବେକାନନ୍ଦ ମାର୍ଗ ଆଦି ଛକରେ ରାକ୍ଷୀ ଦୋକାନର ପସରା ମେଲିଗଲାଣି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ରହିଛି ରକମ ରକମର ରାକ୍ଷୀ। କିନ୍ତୁ ସହରରେ ପ୍ରଥମଥର ମହିଳାଙ୍କ ନିଆରା ରାକ୍ଷୀ ଦୋକାନ ଖୋଲିଛି। ଯେଉଁଠି ଗ୍ରାହକଙ୍କ ଗହଳି ବେଶ ଜମୁଛି। ନିଆରା ରାକ୍ଷୀ ଦୋକାନରେ ରହିଛି ଭଳି କି ଭଳି ନୂଆ ରାକ୍ଷୀ। କେବଳ ଖାଲି ରାକ୍ଷୀ ନୁହେଁ ରାକ୍ଷୀ ସହ ସ୍ବତନ୍ତ୍ର ବନ୍ଦାପନା ଥାଳି ମଧ୍ୟ ରହିଛି। ସବୁଠୁ ବଡ କଥା ହେଉଛି ଦୋକାନରେ ଥିବା ରାକ୍ଷୀଗୁଡ଼ିକ ମହିଳାମାନେ କଲିକତା କିମ୍ବା ଦିଲ୍ଲୀରୁ ଆଣି ବିକ୍ରି କରୁନାହାନ୍ତି ବରଂ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ପ୍ରଥମଥର ପାଇଁ ଏଭଳି ରାକ୍ଷୀ ପ୍ରସ୍ତୁତିର ନିଆରା ପ୍ରୟାସ କରିଛନ୍ତି ବାଲେଶ୍ବରର ମହିଳା। ଯାହାର ଚାହିଦା ଢ଼େର ଅଧିକ ରହିଥିବା ଦେଖିବକୁ ମିଳିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଜିଲ୍ଲାର ୧୨ ହଜାରରୁ ଅଧିକ ମହିଳା ବିଭିନ୍ନ ବ୍ଲକରେ ରାକ୍ଷୀ ତିଆରି କରୁଛନ୍ତି। ଏନେଇ ମହିଳାଙ୍କୁ ତାଲିମ ଦତଆଯାଇଥିବା ବେଳେ ସଦର ବ୍ଲକରେ ଥିବା ପ୍ରାୟ ଦୁଇ ଶହ ମହିଳା ୟୁଟ୍ୟୁବ୍ ଦେଖି ରାକ୍ଷୀ ତିଆରି କରୁଛନ୍ତି। ମହିଳାମାନେ ଅର୍ଗାନିକ୍ ରଙ୍ଗ ବ୍ୟବହାର କରି ସବାଇ,ଝୋଟ, ବେବି, ମେକ୍ରୋମ୍(ମଲମଲ ସୂତା), ଧାନ, ଉଲେନ୍ ଆଦିରେ ରାକ୍ଷୀ ତିଆରି କରୁଛନ୍ତି। ଯାହାର ୧୦ ରୁ ଆାମ୍ଭ କରି ୩୦ ଟଙ୍କା ମଧ୍ୟରେ ରହିଛି। ରାକ୍ଷୀ ପାଇଁ ସ୍ବତନ୍ତ୍ର ବନ୍ଦାପନା ଥାଳି ମଧ୍ୟ ରହିଛି। ଯେଉଁ ଥାଳିରେ ରାକ୍ଷୀ, ମାଟି ଦୀପ, ଚକୋଲେଟ୍ ଓ ଗଣେଶଙ୍କ ମୂର୍ତ୍ତି ପ୍ୟାକ୍ ହୋଇ ରହିଛି। ଯାହାର ମୂଲ୍ୟ ଶହେ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପରର୍ଯ୍ଯନ୍ତ ରହିଛି। ଔପଦାରେ ମହିଳାମାନେ ମାଟିରେ ଅର୍ଥାତ ଟେରାକୋଟାରେ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ ବନ୍ଦାପନା ଥାଳି, ବାଲିଆପଳରେ ସବାଇ ଘାରୁ ବନ୍ଦାପନା ଥାଳି, ସଦର ବ୍ଲକ କଷିପଦାରେ ମଲମଲ ସୂତା ଓ ଉଲ୍ ରେ ରାକ୍ଷୀ, ସୋର ଓ ବାହାନାଗରେ ଝୋଟରେ ରାକ୍ଷୀ, ବାମପଦାରେ ଜଉକଣ୍ଢେଇ, ପଞ୍ଚଲିଙ୍ଗେଶ୍ବରରେ ଧାନରେ ରାକ୍ଷୀ କାମ କରୁଛନ୍ତି ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। ତେବେ ମାଟିିରେ ପ୍ରସ୍ତୁତ ବନ୍ଦାପନା ଥାଳି ପରେ ରୁୁୁଟି ତିଆରି ତାଓ୍ବା ଭାବେ ବ୍ୟବହାର କରିହେବ। କଲିକତା ଓ ଦିଲ୍ଲୀରୁ ରାକ୍ଷୀ ପାଇଁ ସମସ୍ତ ସାମଗ୍ରୀ ଆଣି ମହିଳାମାନେ ତିଆରି କରୁଛନ୍ତି। ବାଲେଶ୍ବର ସହରରେ ବିବେକାନନ୍ଦ ମାର୍ଗରେ ଏକ ଦୋକାନ ରହିଛି। ବହୁ କମ ଦର ସୁନ୍ଦର ରାକ୍ଷୀ ମିଳିୁଥିବର ଯୋଗୁଁ ଗ୍ରାହକମାନେ ବେଶ ଆଗ୍ରହର ସହ କିଣୁଛନ୍ତି।।ତେବେ ଏସବୁ କାମ ପାଇଁ ଓରମାସ୍ ତରଫରୁ ମହିଳାମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

09 Aug 2021 By The Sakala

ସ୍ବାବଲମ୍ବୀ ହେଉଛନ୍ତି ମହିଳା: ନିଜେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ରାକ୍ଷୀ, ମନମୋହୁଛି ସବାଇ ଘାସ ଓ ମାଟିରେ ପ୍ରସ୍ତୁତ ସ୍ବତନ୍ତ୍ର ବନ୍ଦାପନା ଥାଳି

ବାଲେଶ୍ଵର: ଆଉ ଦିନ କେଇଟା ରାକ୍ଷୀ ପୂର୍ଣ୍ଣିମା। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ସହରର ଆଇଟିଆଇ ଛକ, ଷ୍ଟେସନ ଛକ, ଫାଣ୍ଡି ଛକ, ସିନେମା ଛକ, ବିବେକାନନ୍ଦ ମାର୍ଗ ଆଦି ଛକରେ ରାକ୍ଷୀ ଦୋକାନର ପସରା ମେଲିଗଲାଣି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରତି ଦୋକାନରେ ରହିଛି ରକମ ରକମର ରାକ୍ଷୀ। କିନ୍ତୁ ସହରରେ ପ୍ରଥମଥର ମହିଳାଙ୍କ ନିଆରା ରାକ୍ଷୀ ଦୋକାନ ଖୋଲିଛି। ଯେଉଁଠି ଗ୍ରାହକଙ୍କ ଗହଳି ବେଶ ଜମୁଛି। ନିଆରା ରାକ୍ଷୀ ଦୋକାନରେ ରହିଛି ଭଳି କି ଭଳି ନୂଆ ରାକ୍ଷୀ। କେବଳ ଖାଲି ରାକ୍ଷୀ ନୁହେଁ ରାକ୍ଷୀ ସହ ସ୍ବତନ୍ତ୍ର ବନ୍ଦାପନା ଥାଳି ମଧ୍ୟ ରହିଛି। ସବୁଠୁ ବଡ କଥା ହେଉଛି ଦୋକାନରେ ଥିବା ରାକ୍ଷୀଗୁଡ଼ିକ ମହିଳାମାନେ କଲିକତା କିମ୍ବା ଦିଲ୍ଲୀରୁ ଆଣି ବିକ୍ରି କରୁନାହାନ୍ତି ବରଂ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନିଜେ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ପ୍ରଥମଥର ପାଇଁ ଏଭଳି ରାକ୍ଷୀ ପ୍ରସ୍ତୁତିର ନିଆରା ପ୍ରୟାସ କରିଛନ୍ତି ବାଲେଶ୍ବରର ମହିଳା। ଯାହାର ଚାହିଦା ଢ଼େର ଅଧିକ ରହିଥିବା ଦେଖିବକୁ ମିଳିଛି।

ଜିଲ୍ଲାର ୧୨ ହଜାରରୁ ଅଧିକ ମହିଳା ବିଭିନ୍ନ ବ୍ଲକରେ ରାକ୍ଷୀ ତିଆରି କରୁଛନ୍ତି। ଏନେଇ ମହିଳାଙ୍କୁ ତାଲିମ ଦତଆଯାଇଥିବା ବେଳେ ସଦର ବ୍ଲକରେ ଥିବା ପ୍ରାୟ ଦୁଇ ଶହ ମହିଳା ୟୁଟ୍ୟୁବ୍ ଦେଖି ରାକ୍ଷୀ ତିଆରି କରୁଛନ୍ତି। ମହିଳାମାନେ ଅର୍ଗାନିକ୍ ରଙ୍ଗ ବ୍ୟବହାର କରି ସବାଇ,ଝୋଟ, ବେବି, ମେକ୍ରୋମ୍(ମଲମଲ ସୂତା), ଧାନ, ଉଲେନ୍ ଆଦିରେ ରାକ୍ଷୀ ତିଆରି କରୁଛନ୍ତି। ଯାହାର ୧୦ ରୁ ଆାମ୍ଭ କରି ୩୦ ଟଙ୍କା ମଧ୍ୟରେ ରହିଛି। ରାକ୍ଷୀ ପାଇଁ ସ୍ବତନ୍ତ୍ର ବନ୍ଦାପନା ଥାଳି ମଧ୍ୟ ରହିଛି। ଯେଉଁ ଥାଳିରେ ରାକ୍ଷୀ, ମାଟି ଦୀପ, ଚକୋଲେଟ୍ ଓ ଗଣେଶଙ୍କ ମୂର୍ତ୍ତି ପ୍ୟାକ୍ ହୋଇ ରହିଛି। ଯାହାର ମୂଲ୍ୟ ଶହେ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପରର୍ଯ୍ଯନ୍ତ ରହିଛି। ଔପଦାରେ ମହିଳାମାନେ ମାଟିରେ ଅର୍ଥାତ ଟେରାକୋଟାରେ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ ବନ୍ଦାପନା ଥାଳି, ବାଲିଆପଳରେ ସବାଇ ଘାରୁ ବନ୍ଦାପନା ଥାଳି, ସଦର ବ୍ଲକ କଷିପଦାରେ ମଲମଲ ସୂତା ଓ ଉଲ୍ ରେ ରାକ୍ଷୀ, ସୋର ଓ ବାହାନାଗରେ ଝୋଟରେ ରାକ୍ଷୀ, ବାମପଦାରେ ଜଉକଣ୍ଢେଇ, ପଞ୍ଚଲିଙ୍ଗେଶ୍ବରରେ ଧାନରେ ରାକ୍ଷୀ କାମ କରୁଛନ୍ତି ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। ତେବେ ମାଟିିରେ ପ୍ରସ୍ତୁତ ବନ୍ଦାପନା ଥାଳି ପରେ ରୁୁୁଟି ତିଆରି ତାଓ୍ବା ଭାବେ ବ୍ୟବହାର କରିହେବ। କଲିକତା ଓ ଦିଲ୍ଲୀରୁ ରାକ୍ଷୀ ପାଇଁ ସମସ୍ତ ସାମଗ୍ରୀ ଆଣି ମହିଳାମାନେ ତିଆରି କରୁଛନ୍ତି। ବାଲେଶ୍ବର ସହରରେ ବିବେକାନନ୍ଦ ମାର୍ଗରେ ଏକ ଦୋକାନ ରହିଛି। ବହୁ କମ ଦର ସୁନ୍ଦର ରାକ୍ଷୀ ମିଳିୁଥିବର ଯୋଗୁଁ ଗ୍ରାହକମାନେ ବେଶ ଆଗ୍ରହର ସହ କିଣୁଛନ୍ତି।।ତେବେ ଏସବୁ କାମ ପାଇଁ ଓରମାସ୍ ତରଫରୁ ମହିଳାମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।

https://www.thesakala.in/latest-odisha-news/balasore/rakshi-is-making-more-than-12000-women/article-4493
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର