ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

The Sakala Picture
Published On

ବାଲେଶ୍ୱର: ବାଲେଶ୍ବରରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏସଂପର୍କରେ ରେମୁଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଅଞ୍ଚଳର ହରିହର ପାତ୍ର ଓରଫ୍‌ ଶଙ୍କର। ସୂଚନାଯୋଗ୍ୟ‌, ବିଶ୍ୱବିଦ୍ୟାଳୟ ପରିସରରେ ଶଙ୍କର ଜଣେ ଶ୍ରମିକ ଭାବେ କାର୍ଯ୍ୟରତ। ପ୍ରଫେସର୍‌ଙ୍କ ପତ୍ନୀ ଉପରେ ତା’ର ଖରାପ ନଜର ରହିଥିଲା। ବିଶ୍ବବିଦ୍ୟାଳୟ […]

ବାଲେଶ୍ୱର: ବାଲେଶ୍ବରରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏସଂପର୍କରେ ରେମୁଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଅଞ୍ଚଳର ହରିହର ପାତ୍ର ଓରଫ୍‌ ଶଙ୍କର।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସୂଚନାଯୋଗ୍ୟ‌, ବିଶ୍ୱବିଦ୍ୟାଳୟ ପରିସରରେ ଶଙ୍କର ଜଣେ ଶ୍ରମିକ ଭାବେ କାର୍ଯ୍ୟରତ। ପ୍ରଫେସର୍‌ଙ୍କ ପତ୍ନୀ ଉପରେ ତା’ର ଖରାପ ନଜର ରହିଥିଲା। ବିଶ୍ବବିଦ୍ୟାଳୟ ପରିସରରେ କାମ କରିବା ବେଳେ ସେ ମହିଳା ଓ ତାଙ୍କ ପରିବାର ଉପରେ ନଜର ରଖିଥିଲା। ଗତକାଲି ସଂଧ୍ୟା‌ରେ ପ୍ରଫେସର୍‌ଙ୍କ ଘରେ ତାଙ୍କ ପତ୍ନୀ ଏକୁଟିଆ ଥିବା ସୁଯୋଗ ନେଇ ଶଙ୍କର ତାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ମହିଳାଜଣଙ୍କ ତାକୁ ବାଧା ଦେବା ସହ ଚିତ୍କାର କରିବାରୁ ସେ ସେଠାରୁ ପଳାଇଥିଲା। ପରେ ମହିଳାଜଣଙ୍କ ନିଜ ସ୍ବାମୀଙ୍କୁ ସବୁ ଘଟଣା ଜଣାଇବା ପରେ ଏନେଇ ରେମୁଣା ଥାନାରେ ଏତଲା ହୋଇଥିଲା।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଘଟଣା ବଢ଼ି ଚାଲିଥିବା ବେଳେ ଫକୀରମୋହନ ବିଶ୍ବବିଦ୍ୟାଳୟ ପରି ଏକ ନାମକରା ଶିକ୍ଷାନୁଷ୍ଠାନ ପରିସରରେ ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯିବା‌ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

27 Jul 2025 By The Sakala

ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର: ବାଲେଶ୍ବରରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏସଂପର୍କରେ ରେମୁଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଅଞ୍ଚଳର ହରିହର ପାତ୍ର ଓରଫ୍‌ ଶଙ୍କର।

ସୂଚନାଯୋଗ୍ୟ‌, ବିଶ୍ୱବିଦ୍ୟାଳୟ ପରିସରରେ ଶଙ୍କର ଜଣେ ଶ୍ରମିକ ଭାବେ କାର୍ଯ୍ୟରତ। ପ୍ରଫେସର୍‌ଙ୍କ ପତ୍ନୀ ଉପରେ ତା’ର ଖରାପ ନଜର ରହିଥିଲା। ବିଶ୍ବବିଦ୍ୟାଳୟ ପରିସରରେ କାମ କରିବା ବେଳେ ସେ ମହିଳା ଓ ତାଙ୍କ ପରିବାର ଉପରେ ନଜର ରଖିଥିଲା। ଗତକାଲି ସଂଧ୍ୟା‌ରେ ପ୍ରଫେସର୍‌ଙ୍କ ଘରେ ତାଙ୍କ ପତ୍ନୀ ଏକୁଟିଆ ଥିବା ସୁଯୋଗ ନେଇ ଶଙ୍କର ତାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ମହିଳାଜଣଙ୍କ ତାକୁ ବାଧା ଦେବା ସହ ଚିତ୍କାର କରିବାରୁ ସେ ସେଠାରୁ ପଳାଇଥିଲା। ପରେ ମହିଳାଜଣଙ୍କ ନିଜ ସ୍ବାମୀଙ୍କୁ ସବୁ ଘଟଣା ଜଣାଇବା ପରେ ଏନେଇ ରେମୁଣା ଥାନାରେ ଏତଲା ହୋଇଥିଲା।

ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଘଟଣା ବଢ଼ି ଚାଲିଥିବା ବେଳେ ଫକୀରମୋହନ ବିଶ୍ବବିଦ୍ୟାଳୟ ପରି ଏକ ନାମକରା ଶିକ୍ଷାନୁଷ୍ଠାନ ପରିସରରେ ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯିବା‌ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

https://www.thesakala.in/latest-odisha-news/balasore/police-detains-man-over-for-attempted-sexual-assault-on-professors-wife-in-balasore/article-41769
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର