ଅନ୍ୟ ପାଇଁ ଉଦାହରଣ: ସ୍ବାମୀଙ୍କ ବିୟୋଗ ପରେ ଝିଅକୁ ମଣିଷ କରିବା ପାଇଁ ମା’ର ସଙ୍ଘର୍ଷ, ଅଢେଇ ଏକର ଜମିରେ ପରିବା ଚାଷ କରି ପୋଷୁଛନ୍ତି କୁଟୁମ୍ବ

The Sakala Picture
Published On

ବାଲେଶ୍ଵର: ସ୍ବାମୀଙ୍କ ସ୍ବପ୍ନ ଥିଲା ନିଜ ଏକମାତ୍ର ଅଳିଅଳି ଝିଅକୁ ମଣିଷ ପରି ମଣିଷ ଟିଏ କରିବେ। ହେଲେ ଅଧା ରାସ୍ତାରେ ପତ୍ନୀ ର ହାତ ଛାଡି ସ୍ବାମୀ ଆରପାରିକୁ ଚାଲିଗଲେ।ଆଉ ଏବେ ସ୍ବାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଓ ନିଜ ଝିଅକୁ ମଣିଷ କରିବା ପାଇଁ ସଙ୍ଘର୍ଷ ର ରାସ୍ତା ଆପଣେଇଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ମହମ୍ମଦନଗରପାଟଣା ପଞ୍ଚାୟତ ଚାଳନ୍ତି ଗାଁର ଅଳକାବାଳା ଦେ। ଉଚ୍ଚ ଶିକ୍ଷିତା ଅଳକା ୨୦୦୭ ମସିହାରେ ସ୍ଥାନିୟ […]

ବାଲେଶ୍ଵର: ସ୍ବାମୀଙ୍କ ସ୍ବପ୍ନ ଥିଲା ନିଜ ଏକମାତ୍ର ଅଳିଅଳି ଝିଅକୁ ମଣିଷ ପରି ମଣିଷ ଟିଏ କରିବେ। ହେଲେ ଅଧା ରାସ୍ତାରେ ପତ୍ନୀ ର ହାତ ଛାଡି ସ୍ବାମୀ ଆରପାରିକୁ ଚାଲିଗଲେ।ଆଉ ଏବେ ସ୍ବାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଓ ନିଜ ଝିଅକୁ ମଣିଷ କରିବା ପାଇଁ ସଙ୍ଘର୍ଷ ର ରାସ୍ତା ଆପଣେଇଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ମହମ୍ମଦନଗରପାଟଣା ପଞ୍ଚାୟତ ଚାଳନ୍ତି ଗାଁର ଅଳକାବାଳା ଦେ।

ଆହୁରି ପଢ଼ନ୍ତୁ: ଏକ ତରଫା ପ୍ରେମ ହେଲା କାଳ, ଯୁବକକୁ ପିଟି ପିଟି ମାରିଦେଲେ ଝିଅର ପରିବାର ଲୋକେ !

ଉଚ୍ଚ ଶିକ୍ଷିତା ଅଳକା ୨୦୦୭ ମସିହାରେ ସ୍ଥାନିୟ ଶିଖରପୁର ଗାଁର ପ୍ରସନ୍ନ କୁମାର ଦେଙ୍କୁ ବିବାହ କରିଥିଲେ।ବେଶ ହସଖୁସିରେ ଚାଲିଥିଲା ପ୍ରସନ୍ନ ଓ ଅଳକାଙ୍କ ପରିବାର।ବିବାହର ବର୍ଷକ ପରେ କୋଳକୁ ଝିଅଟିଏ ମଧ୍ୟ ଆସିଥିଲା। ହେଲେ ୨୦୧୫ ମସିହାର ଏକ ଅଶୁଭ ବେଳାରେ ପତ୍ନୀ ଓ ଝିଅକୁ ଛାଡ଼ି ଆରପାରିକୁ ଚାଲିଗଲେ ପ୍ରସନ୍ନ। ସେତେବେଳେ ଝିଅ ପୂଜାକୁ ମାତ୍ର ୭ ବର୍ଷ ହୋଇଥିଲା।ନିଜ ସ୍ବାମୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଝିଅର ପାଠ ପଢିବା ଉପରେ ଗୁରୁତ୍ବ ଦେଇଥିଲେ ଅଳକା। କିନ୍ତୁ ସ୍ବାମୀ କରିଥିବା ଋଣ ଭାର ସାଙ୍ଗକୁ ପରିବାର ପ୍ରତିପୋଷଣ ଓ ପୁଣି ଝିଅର ପାଠପଢ଼ା ଏସବୁ ଖର୍ଚ୍ଚ ତୁଲାଇବା ପାଇଁ ଅଳକା ନିଜ ବାପ ଘର ଚାଳନ୍ତିକୁ ଚାଲିଆସିଥିଲେ।

ସେଠାରେ ନିଜ ବାପାଙ୍କ ଠାରୁ ଅଢେଇ ଏକର ଜମି ନେଇ ବିଭିନ୍ନ ପ୍ରକାରର ପନିପରିବା ଓ ଉଦ୍ୟାନ ଚାଷ ଆରମ୍ଭ କରିଥିଲେ। ଜଣେ ଝିଅ ହୋଇବି ପୋଟଳ,ବାଇଗଣ, କୁନ୍ଦୁରି, ଜହ୍ନି, ହଳଦୀ, ଉଲ, ଓଦା, ଝୁଡୁଙ୍ଗ ଏହିପରି ଧାଡିକି ଧାଡ଼ି କେତେ କଣ ଚାଷ କରିଛନ୍ତି ଅଳକା। ବର୍ଷକୁ ଚାଷରେ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ସେଥିରୁ ପାଖାପାଖି ୧ ଲକ୍ଷ ଟଙ୍କା ଲାଭ କରୁଛନ୍ତି।କେବଳ ଚାଷ ନୁହେଁ ଜଣେ ଏଲଆଇସି ଏଜେଣ୍ଟ ଓ ଗାଁର ପିଲା ମାନଙ୍କୁ ଟ୍ୟୁସନ କରିବା, ମିଶନ ଶକ୍ତି ପ୍ରକଳ୍ପରେ ଜଣେ ଭିଆରପି ଭାବେ ମଧ୍ୟ ସଫଳତାର ସହ କାର୍ଯ୍ଯ କରୁଛନ୍ତି ଅଳକା।

ସେହିପରି ନିଜ ସ୍ବାମୀଙ୍କ ଭାଗରେ ପାଇଥିବା ପାଖାପାଖି ୧୫ ଡେସିମିଲି ଜମିରେ ବନିକରଣ କରି ଅଳକା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଏବେ ଝିଅ ପୂଜା ସୋରର ବାଗୁଡାଇ ସ୍ଥିତ ନବୋଦୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି। ସ୍ବାମୀ କରିଥିବା ଋଣର ପ୍ରାୟ ୭୦ ପ୍ରତିଶତ ଏବେ ଶୁଝି ସାରିଲେଣି ଅଳକା। ତାଙ୍କ ଏହି ସଙ୍ଘର୍ଷ ରେ ତାଙ୍କ ବାପା ଓ ଭାଇ ମାନେ ସହଯୋଗ କରୁଛନ୍ତି।ଅଳକା ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

10 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର