ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱରରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଯାଇଛି। ଫଳରେ ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଏକ ବଡ଼ ବନ୍ୟା ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ୧୦.୪୦ ମିଟର ଥିଲା। ଏଠାରେ ନଦୀର ବିପଦ ସଙ୍କେତ ହେଉଛି ୧୦.୩୬ ମିଟର। ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଛି। ଏହାବ୍ୟତୀତ, ରାତି ପ୍ରାୟ ୩ଟା ସମୟରେ ଗାଲୁଡିହ ବ୍ୟାରେଜ୍ ରୁ ପ୍ରାୟ ୬,୫୦୦ କ୍ୟୁସେକ ବନ୍ୟା ଜଳ ଛଡ଼ାଯିବା ଫଳରେ ତଳମୁଣ୍ଡରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ବନ୍ୟା ବିଭୀଷିକା; ପାଣିର ସୁଅରେ ଭାସିଯାଉଥିବା ବ୍ୟବସାୟୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଇତିମଧ୍ୟରେ ବାଲିଆପାଳ ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିସାରିଲାଣି। ଜଳସ୍ତର ଏଭଳି ବୃଦ୍ଧି ପାଇଲେ ଉକ୍ତ ଦୁଇ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟ ଠାରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟା ସୁଦ୍ଧା ଏଠାରେ ନଦୀର ଜଳସ୍ତର ୫୨.୧୮ ମିଟର ରେ ପହଞ୍ଚିଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ ହେଉଛି ୪୯.୧୬ ମିଟର। ଅର୍ଥାତ୍ ଜଳସ୍ତର ବିପଦ ସଙ୍କେତ ଠାରୁ ୩.୦୨ ମିଟର ଉପରେ ପ୍ରବାହିତ ହେଉଛି ଏବଂ ଏହା ଆହୁରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଏହା ସହିତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: 'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'

19 Aug 2026 By Madhusudan Das

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର, ବାଲେଶ୍ୱରରେ ପୁଣି ବନ୍ୟା ଆଶଙ୍କା

ବାଲେଶ୍ୱର: ବାଲେଶ୍ୱରରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ପୁଣି ଥରେ ବିପଦ ସଙ୍କେତ ଟପିଯାଇଛି। ଫଳରେ ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଏକ ବଡ଼ ବନ୍ୟା ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ୧୦.୪୦ ମିଟର ଥିଲା। ଏଠାରେ ନଦୀର ବିପଦ ସଙ୍କେତ ହେଉଛି ୧୦.୩୬ ମିଟର। ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଉପରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଛି। ଏହାବ୍ୟତୀତ, ରାତି ପ୍ରାୟ ୩ଟା ସମୟରେ ଗାଲୁଡିହ ବ୍ୟାରେଜ୍ ରୁ ପ୍ରାୟ ୬,୫୦୦ କ୍ୟୁସେକ ବନ୍ୟା ଜଳ ଛଡ଼ାଯିବା ଫଳରେ ତଳମୁଣ୍ଡରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଇତିମଧ୍ୟରେ ବାଲିଆପାଳ ଏବଂ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିସାରିଲାଣି। ଜଳସ୍ତର ଏଭଳି ବୃଦ୍ଧି ପାଇଲେ ଉକ୍ତ ଦୁଇ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟ ଠାରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟା ସୁଦ୍ଧା ଏଠାରେ ନଦୀର ଜଳସ୍ତର ୫୨.୧୮ ମିଟର ରେ ପହଞ୍ଚିଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ ହେଉଛି ୪୯.୧୬ ମିଟର। ଅର୍ଥାତ୍ ଜଳସ୍ତର ବିପଦ ସଙ୍କେତ ଠାରୁ ୩.୦୨ ମିଟର ଉପରେ ପ୍ରବାହିତ ହେଉଛି ଏବଂ ଏହା ଆହୁରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଏହା ସହିତ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର