ଛାତ୍ର ଆନ୍ଦୋଳନ ପରେ ଏଫଏମ୍ ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା ବିଏସସି ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବହୁ ପ୍ରତୀକ୍ଷିତ ୭ମ ସେମିଷ୍ଟାର ବିଏସସି ନର୍ସିଂ (B.Sc. Nursing) ପରୀକ୍ଷା ତାରିଖ ଶେଷରେ ଘୋଷଣା କରାଯାଇଛି। ନର୍ସିଂ ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନର ଧାରଣା ଓ ଦାବି ପରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୧-୨୨ ଏବଂ ୨୦୨୨-୨୩ ବ୍ୟାଚ୍‌ର ନିୟମିତ ପରୀକ୍ଷା ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସୂଚନାଯୋଗ୍ୟ ଯେ, ୪ ବର୍ଷର ନର୍ସିଂ ପାଠ୍ୟକ୍ରମ ୬ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲେ ସୁଦ୍ଧା ସପ୍ତମ ଏବଂ ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାକି ପଡ଼ିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବାହାରେ ଧାରଣା ଦେଇଥିଲେ। ତେବେ ବର୍ତ୍ତମାନ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଶହ ଶହ ନର୍ସିଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ନୂତନ ବିଜ୍ଞପ୍ତି ଅନୁଯାୟୀ, ଥିଓରୀ (Theory) ପରୀକ୍ଷା ଆସନ୍ତା ଜୁଲାଇ ୧୪ ଏବଂ ଜୁଲାଇ ୧୫, ୨୦୨୬ ରେ ଅନୁଷ୍ଠିତ ହେବ। ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ଜୁଲାଇ ୧୭ ଏବଂ ୧୮, ୨୦୨୬ ରେ କରାଯିବ। ଥିଓରୀ ବିଷୟଗୁଡ଼ିକରେ କମ୍ୟୁନିଟି ହେଲ୍ଥ ନର୍ସିଂ ଏବଂ ମିଡୱାଇଫେରୀ ବା ଅବଷ୍ଟେଟ୍ରିକ୍ସ ଆଣ୍ଡ ଗାଇନେକୋଲୋଜି (OBG) ନର୍ସିଂ ସାମିଲ ରହିଛି। ସମସ୍ତ ଥିଓରୀ ପରୀକ୍ଷା ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର