ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ଟାଉନ୍ ଥାନା ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳରେ ଏକ ସ୍ପର୍ଶକାତର ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷର ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଘରୁ ଜବରଦସ୍ତ ଅପହରଣ। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ନାବାଳିକାର ମା’ଙ୍କୁ ମାଡ଼ ମାରି ଏକ କୋଠରୀରେ ବନ୍ଦ କରିବା ସହ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି। 

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନ ସମୟରେ ନାବାଳିକାର ବାପା ପ୍ରଦୀପ କମିଳା ନିଜ ଦୋକାନକୁ ଯାଇଥିବା ବେଳେ ଘରେ କେବଳ ମା’ ଏବଂ ନାବାଳିକା ଝିଅ ଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ଧସେଇ ପଶିଥିଲେ। ଅଭିଯୁକ୍ତମାନେ ନାବାଳିକାର ମା’ଙ୍କୁ ଠେଲାପେଲା ଓ ମାଡ଼ ମାରି ଏକ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହାପରେ ଘରେ ରଖାଯାଇଥିବା ସୁନା ଗହଣା ଓ ନଗଦ ଟଙ୍କା ଲୁଟିବା ସହ ନାବାଳିକା ଝିଅକୁ ଜବରଦସ୍ତ ଏକ ବାଇକ୍‌ରେ ଅପହରଣ କରି ଚମ୍ପଟ ମାରିଥିଲେ। ଏହି ଅପହରଣ ପଛରେ ଟାଉନ ଥାନା ଅନ୍ତର୍ଗତ ଦାମୋଦରପୁର (ଭେଲୋରା) ଅଞ୍ଚଳର ଚନ୍ଦ୍ରଶେଖର ନାୟକ, ଜେପା ନାୟକ ଏବଂ ସେମାନଙ୍କର ଅନ୍ୟ ୪-୫ ଜଣ ସହଯୋଗୀ ସାମିଲ ଥିବା ନେଇ ଝିଅର ବାପା ପ୍ରଦୀପ କମିଳା ଟାଉନ୍ ଥାନାରେ  ଲିଖିତ ଭାବେ ଜଣାଇଛନ୍ତି। 

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ପୂର୍ବରୁ ମଧ୍ୟ ଜୀବନରୁ ମାରିଦେବାକୁ ପରିବାରକୁ ଧମକ ମିଳୁଥିଲା ବୋଲି ଅଭିଯୋଗ ହୋଇଛି । ପୀଡ଼ିତ ପରିବାରର ଅଭିଯୋଗ ଅନୁଯାୟୀ, ମାଣିଖମ୍ବ ନିବାସୀ ପ୍ରଦୀପ କୁମାର କମିଳାଙ୍କ ନାବାଳିକା ଝିଅ ଟ୍ୟୁସନ ଯାଉଥିବା ସମୟରେ ସ୍ଥାନୀୟ କିଛି ଯୁବକ ତାଙ୍କୁ ଦୀର୍ଘ ଦିନ ହେବ ହଇରାଣ ହରକତ କରିବା ସହ ଧମକଚମକ ଦେଇ ଆସୁଥିଲେ। ଏପରିକି ନାବାଳିକାର ବାପା ଓ ଭାଇଙ୍କୁ ଜୀବନରୁ ମାରିଦେବା ପାଇଁ ଅଭିଯୁକ୍ତମାନେ ବାରମ୍ବାର ଧମକ ଦେଉଥିଲେ। ଏ ନେଇ ପୂର୍ବରୁ ପରିବାର ଲୋକେ ଅଭିଯୁକ୍ତଙ୍କ ଘରକୁ ଯାଇ ଆପତ୍ତି ଉଠାଇବା ସହ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ପୋଲିସ ଗତଥର ଝିଅକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ସାହସ କମି ନଥିଲା। ଅଭିଯୁକ୍ତମାନେ ପ୍ରଭାବଶାଳୀ ଓ ଗୁଣ୍ଡା ଶ୍ରେଣୀର ହୋଇଥିବାରୁ ସେମାନେ ପୂରା ପରିବାରକୁ ଜୀବନରୁ ମାରିଦେବାକୁ ସର୍ବଦା ଧମକ ଦେଉଛନ୍ତି, ଯାହାଫଳରେ ସମ୍ପୂର୍ଣ୍ଣ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ନାବାଳିକା ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ କାନ୍ଦି କାନ୍ଦି ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ନିକଟରେ ଗୁହାରି କରାଯାଇଛି। ପୋଲିସ  ୨୨୭/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

06 Jun 2026 By Madhusudan Das

ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ଟାଉନ୍ ଥାନା ଅନ୍ତର୍ଗତ ମାଣିଖମ୍ବ ଅଞ୍ଚଳରେ ଏକ ସ୍ପର୍ଶକାତର ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷର ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଘରୁ ଜବରଦସ୍ତ ଅପହରଣ। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ନାବାଳିକାର ମା’ଙ୍କୁ ମାଡ଼ ମାରି ଏକ କୋଠରୀରେ ବନ୍ଦ କରିବା ସହ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି। 

ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନ ସମୟରେ ନାବାଳିକାର ବାପା ପ୍ରଦୀପ କମିଳା ନିଜ ଦୋକାନକୁ ଯାଇଥିବା ବେଳେ ଘରେ କେବଳ ମା’ ଏବଂ ନାବାଳିକା ଝିଅ ଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ଧସେଇ ପଶିଥିଲେ। ଅଭିଯୁକ୍ତମାନେ ନାବାଳିକାର ମା’ଙ୍କୁ ଠେଲାପେଲା ଓ ମାଡ଼ ମାରି ଏକ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହାପରେ ଘରେ ରଖାଯାଇଥିବା ସୁନା ଗହଣା ଓ ନଗଦ ଟଙ୍କା ଲୁଟିବା ସହ ନାବାଳିକା ଝିଅକୁ ଜବରଦସ୍ତ ଏକ ବାଇକ୍‌ରେ ଅପହରଣ କରି ଚମ୍ପଟ ମାରିଥିଲେ। ଏହି ଅପହରଣ ପଛରେ ଟାଉନ ଥାନା ଅନ୍ତର୍ଗତ ଦାମୋଦରପୁର (ଭେଲୋରା) ଅଞ୍ଚଳର ଚନ୍ଦ୍ରଶେଖର ନାୟକ, ଜେପା ନାୟକ ଏବଂ ସେମାନଙ୍କର ଅନ୍ୟ ୪-୫ ଜଣ ସହଯୋଗୀ ସାମିଲ ଥିବା ନେଇ ଝିଅର ବାପା ପ୍ରଦୀପ କମିଳା ଟାଉନ୍ ଥାନାରେ  ଲିଖିତ ଭାବେ ଜଣାଇଛନ୍ତି। 

ପୂର୍ବରୁ ମଧ୍ୟ ଜୀବନରୁ ମାରିଦେବାକୁ ପରିବାରକୁ ଧମକ ମିଳୁଥିଲା ବୋଲି ଅଭିଯୋଗ ହୋଇଛି । ପୀଡ଼ିତ ପରିବାରର ଅଭିଯୋଗ ଅନୁଯାୟୀ, ମାଣିଖମ୍ବ ନିବାସୀ ପ୍ରଦୀପ କୁମାର କମିଳାଙ୍କ ନାବାଳିକା ଝିଅ ଟ୍ୟୁସନ ଯାଉଥିବା ସମୟରେ ସ୍ଥାନୀୟ କିଛି ଯୁବକ ତାଙ୍କୁ ଦୀର୍ଘ ଦିନ ହେବ ହଇରାଣ ହରକତ କରିବା ସହ ଧମକଚମକ ଦେଇ ଆସୁଥିଲେ। ଏପରିକି ନାବାଳିକାର ବାପା ଓ ଭାଇଙ୍କୁ ଜୀବନରୁ ମାରିଦେବା ପାଇଁ ଅଭିଯୁକ୍ତମାନେ ବାରମ୍ବାର ଧମକ ଦେଉଥିଲେ। ଏ ନେଇ ପୂର୍ବରୁ ପରିବାର ଲୋକେ ଅଭିଯୁକ୍ତଙ୍କ ଘରକୁ ଯାଇ ଆପତ୍ତି ଉଠାଇବା ସହ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ପୋଲିସ ଗତଥର ଝିଅକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ସାହସ କମି ନଥିଲା। ଅଭିଯୁକ୍ତମାନେ ପ୍ରଭାବଶାଳୀ ଓ ଗୁଣ୍ଡା ଶ୍ରେଣୀର ହୋଇଥିବାରୁ ସେମାନେ ପୂରା ପରିବାରକୁ ଜୀବନରୁ ମାରିଦେବାକୁ ସର୍ବଦା ଧମକ ଦେଉଛନ୍ତି, ଯାହାଫଳରେ ସମ୍ପୂର୍ଣ୍ଣ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ନାବାଳିକା ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ କାନ୍ଦି କାନ୍ଦି ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ନିକଟରେ ଗୁହାରି କରାଯାଇଛି। ପୋଲିସ  ୨୨୭/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର