ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗର, ଜଣେ ଗିରଫ

The Sakala Picture
Published On

ବାଲେଶ୍ୱର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବାଲେଶ୍ୱର ରେଲୱେ ପ୍ଲାଟଫର୍ମ ନିକଟରୁ ୧ କେଜି ଓଜନର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ସଟିଏଫ ଟିମ ଗିରଫ ଅଭିଯୁକ୍ତକୁ ଜେରା ପାଇଁ କଟକ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗତ ସୋମବାର ରାତି ଠାରୁ […]

ବାଲେଶ୍ୱର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବାଲେଶ୍ୱର ରେଲୱେ ପ୍ଲାଟଫର୍ମ ନିକଟରୁ ୧ କେଜି ଓଜନର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ସଟିଏଫ ଟିମ ଗିରଫ ଅଭିଯୁକ୍ତକୁ ଜେରା ପାଇଁ କଟକ ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗତ ସୋମବାର ରାତି ଠାରୁ ଏସଟିଏଫ ଟିମ ବାଲେଶ୍ୱରକୁ ଆସି ଅଭିଯୁକ୍ତକୁ ଧରିବା ପାଇଁ ଜଗି ବସିଥିଲେ। ଏସଟିଏଫ ଟିମର ନେତୃତ୍ୱ ଜଣେ ଡ଼ିଏସପି ନେଇଥିବା ବେଳେ ୫ ଜଣ ଅଧିକାରୀ ଏହି ଟିମରେ ସାମିଲ ଥିଲେ। ତେବେ ପଶ୍ଚିମବଙ୍ଗ ମୁର୍ଷିଦାବାଦରୁ ବ୍ରାଉନସୁଗର ବାଲେଶ୍ୱର ସହରକୁ ଟ୍ରେନ ଯୋଗେ ଚାଲାଣ ହେଉ ଥିବା ସୂଚନା ପାଇ ଏସଟିଏଫ ଟିମ ପୂର୍ବରୁ ବାଲେଶ୍ୱର ରେଳ ଷ୍ଟେସନରେ ଜଗି ବସିଥିଲା।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଏଠାରେ ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ ପ୍ରାୟ ପ୍ରତିଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏହି ଧଳାଜହର ଚାଲାଣ ହେଉଛି। ମାତ୍ର ବାଲେଶ୍ୱର ଓ ଜଳେଶ୍ବର ବ୍ରାଉନସୁଗାର କଳା ବ୍ୟବସାୟର ହବ ପାଲଟିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

18 Oct 2022 By The Sakala

ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗର, ଜଣେ ଗିରଫ

ବାଲେଶ୍ୱର: ପୁଣି ଜବତ ହେଲା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର। ବାଲେଶ୍ୱର ରେଲୱେ ପ୍ଲାଟଫର୍ମ ନିକଟରୁ ୧ କେଜି ଓଜନର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ସଟିଏଫ ଟିମ ଗିରଫ ଅଭିଯୁକ୍ତକୁ ଜେରା ପାଇଁ କଟକ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗତ ସୋମବାର ରାତି ଠାରୁ ଏସଟିଏଫ ଟିମ ବାଲେଶ୍ୱରକୁ ଆସି ଅଭିଯୁକ୍ତକୁ ଧରିବା ପାଇଁ ଜଗି ବସିଥିଲେ। ଏସଟିଏଫ ଟିମର ନେତୃତ୍ୱ ଜଣେ ଡ଼ିଏସପି ନେଇଥିବା ବେଳେ ୫ ଜଣ ଅଧିକାରୀ ଏହି ଟିମରେ ସାମିଲ ଥିଲେ। ତେବେ ପଶ୍ଚିମବଙ୍ଗ ମୁର୍ଷିଦାବାଦରୁ ବ୍ରାଉନସୁଗର ବାଲେଶ୍ୱର ସହରକୁ ଟ୍ରେନ ଯୋଗେ ଚାଲାଣ ହେଉ ଥିବା ସୂଚନା ପାଇ ଏସଟିଏଫ ଟିମ ପୂର୍ବରୁ ବାଲେଶ୍ୱର ରେଳ ଷ୍ଟେସନରେ ଜଗି ବସିଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ ପ୍ରାୟ ପ୍ରତିଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏହି ଧଳାଜହର ଚାଲାଣ ହେଉଛି। ମାତ୍ର ବାଲେଶ୍ୱର ଓ ଜଳେଶ୍ବର ବ୍ରାଉନସୁଗାର କଳା ବ୍ୟବସାୟର ହବ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର