“ମିଶନ ଶକ୍ତି” ଦେଖାଇଲା ବଞ୍ଚିବାର ନୂତନ ରାହା; ଛେଳି ଚାଷ କରି ସ୍ୱାବଲମ୍ବି ହୋଇ ପାରିଛନ୍ତି ମହିଳା ଗୋଷ୍ଠୀ

The Sakala Picture
Published On

ବାଲେଶ୍ୱର: ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇଛନ୍ତି। ଗ୍ରାମାଞ୍ଚଳରେ ମହିଳାମାନେ ଆଉ ପରିବାରର ବୋଝ ହୋଇନାହାନ୍ତି। ନିଜେ ରୋଜଗାର କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାମାଜିକ ଆନ୍ଦୋଳନରେ କର୍ଣଧାର ହୋଇପାରିଛନ୍ତି। ଏହା କେବଳ ସମ୍ଭବ ହୋଇଛି ଓଡିଶା ସରକାରଙ୍କ “ମିଶନ ଶକ୍ତି” ଯୋଜନା ଯୋଗୁଁ। ସେହିଭଳି ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛି ବାଲେଶ୍ୱର […]

ବାଲେଶ୍ୱର: ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇଛନ୍ତି। ଗ୍ରାମାଞ୍ଚଳରେ ମହିଳାମାନେ ଆଉ ପରିବାରର ବୋଝ ହୋଇନାହାନ୍ତି। ନିଜେ ରୋଜଗାର କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ଶକ୍ତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାମାଜିକ ଆନ୍ଦୋଳନରେ କର୍ଣଧାର ହୋଇପାରିଛନ୍ତି। ଏହା କେବଳ ସମ୍ଭବ ହୋଇଛି ଓଡିଶା ସରକାରଙ୍କ “ମିଶନ ଶକ୍ତି” ଯୋଜନା ଯୋଗୁଁ। ସେହିଭଳି ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମର “ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ”। ଏହି ଗୋଷ୍ଠୀର ମହିଳା ମାନଙ୍କୁ “ମିଶନ ଶକ୍ତି” ବଞ୍ଚିବାର ରାହା ଦେଖାଇଛି। ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ପରିବାରକୁ ଆର୍ଥିକ ସ୍ୱଚ୍ଛଳ କରିପାରିଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ପ୍ରକାଶଯେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ଗତ ୨୦୦୭ ମସିହାରେ ଏହି ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୧୦ଟି ପରିବାର ମହିଳାମାନେ ଏକଜୁଟ ହୋଇ “ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଗଢ଼ି ଥିଲେ। ପ୍ରତ୍ୟେକ ମହିଳା ମାସିକ ୧୦୦ଟଙ୍କା ମେମ୍ବର ଫି ଜମା କରି ନିକଟସ୍ଥ ବ୍ୟାଙ୍କରେ ଖାତା ଖୋଲି ଜମା କରୁଥିଲେ। ଯାହା ଏବେ ତାଙ୍କର ଜମା ଟଙ୍କା ବଢି ୧ଲକ୍ଷ ୬୦ହଜାର ଟଙ୍କାରେ ପହଁଚିଲାଣି। କିଛିଦିନ ପରେ ସେଥିରୁ ଟଙ୍କା ଉଠାଇ ପ୍ରତ୍ୟେକେ କୁକୁଡ଼ା ଚାଷ ସହିତ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଏବଂ ଜି ପି ଏଲ ଏଫ ମାଧ୍ୟମରେ ଋଣ ଆଣି ନିଜ ବ୍ୟବସାୟକୁ ବୃଦ୍ଧି କରିଥିଲେ। ତେବେ ୨୦୨୧ ମସିହା ନଭେମ୍ବର ମାସରେ ମିଶନ ଶକ୍ତି ଓ ଜୀବିକା ମିଶନ ମିଳିତ ପ୍ରୟାସରେ ଏହି ଗୋଷ୍ଠୀ କୁ ଛେଳି ପାଳନ ନିମନ୍ତେ ଯେତେବେଳେ ପ୍ରସ୍ତାବ ଆସିଲା ଏହାକୁ ହାତଛଡ଼ା କରିନଥିଲେ ଗୋଷ୍ଠୀର ସଭାନେତ୍ରୀ ଜୟିତା ଭଞ୍ଜ ଓ ସମ୍ପାଦିକା କାଜଲ ଭଞ୍ଜ । ସଙ୍ଗେ ସଙ୍ଗେ ଗୋଷ୍ଠୀ ର ସଦସ୍ୟ ମାନେ ମିଟିଂ ଡକାଇ ଦରଖାସ୍ତ ଜରିଆରେ ଉକ୍ତ ପ୍ରକଳ୍ପକୁ ହାତକୁ ନେଇଥିଲେ।ପ୍ରଥମ ପର୍ଯ୍ୟାୟରେ ୪୬ହଜାର ଟଙ୍କା ସେମାନଙ୍କୁ ଋଣ ମିଳିଥିଲା ଏବଂ ସେହି ଟଙ୍କାରେ ସେମାନେ ୩୨ ଟି ଛେଳି କିଣି ତାର ପାଳନ କରିଥିଲେ।ମାତ୍ର ୭ମାସ ମଧ୍ୟରେ ସେମାନେ ସେଥିରୁ ଛେଳିକୁ ବିକ୍ରୀ କରି ୨୫ହଜାର ଟଙ୍କା ଲାଭ ପାଇଛନ୍ତି। ସେମାନଙ୍କ ନିକଟରେ ଆହୁରି ୨୮ଟି ଛେଳି ରହିଥିବା ବେଳେ ୪୫୦ ବର୍ଗ ଫୁଟର ଏକ ଗୁହାଳ ଘର ନିର୍ମାଣ କରିଛନ୍ତି। ଆଗକୁ ୧୦୦ଟି ଛେଳି ରଖାଯିବ ବୋଲି ଗୋଷ୍ଠୀର ସଭାନେତ୍ରୀ ଜୟିତା କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏହି ଛେଳି ଚାଷ ଗୋଷ୍ଠୀର ୧୦ଜଣ ମହିଳାଙ୍କ ଏକ ପ୍ରମୁଖ ରୋଜଗାରର ମାଧ୍ୟମ ହୋଇଥିବାବେଳେ ଏହା ଦ୍ୱାରା ସମସ୍ତ ମହିଳା ସ୍ୱାବଲମ୍ବୀ ହୋଇପାରିଥିବା ସଦସ୍ୟା ସରିତା ଭଞ୍ଜ, ଗୀତାଞ୍ଜଳୀ ଭଞ୍ଜ, ଛବିରାଣୀ ସେନାପତି, ମିନତୀ ଜେନା କହିଛନ୍ତି ଏବଂ ଏହାର ଶ୍ରେୟ ଓଡିଶା ସରକାରଙ୍କ ମିଶନ ଶକ୍ତି ଯୋଗୁଁ ହୋଇପାରିଛି ବୋଲି କହିଛନ୍ତି। ଉକ୍ତ ପଞ୍ଚାୟତରେ ଆହୁରି ଅନେକ ଗୋଷ୍ଠୀ ମାନଙ୍କୁ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି।ସେମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପ କୁ କାର୍ଯ୍ୟକରି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ଜି ପି ଏଲ ଏଫ ର ଏମ ବି କେ ସବିତା ରାଣୀ ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର