ମା’ର ମୃତଦେହ ସହିତ ୩ ଦିନ ରହିଲା ୪ ବର୍ଷର ଝିଅ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ସହର ସାଗରପଡା ସ୍ଥିତ ଶିବ ମନ୍ଦିର ନିକଟରେ ଥିବା ଏକ ଘରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ନାମ କୁନି ନାଏକ ବୋଲି ଜଣ ପଡ଼ିଛି । ଗତ ୨-୩ ଦିନ ଧରି ତାଙ୍କର ମୃତ ଦେହ ପଡିଥିବାବେଳେ କେହି ଜାଣିପାରି ନଥିଲେ । ତେବେ ସୋମବାର ସକାଳେ ତାଙ୍କର ୪ ବର୍ଷର ଝିଅ ଆର୍ୟା ପାଖରେ ରହୁଥିବା ଶୁଭେନ୍ଦୁ ହୋତାଙ୍କୁ ତାଙ୍କ ମାଆ  ମୁହଁରୁ କିଛି […]

ବଲାଙ୍ଗିର: ବଲାଙ୍ଗିର ସହର ସାଗରପଡା ସ୍ଥିତ ଶିବ ମନ୍ଦିର ନିକଟରେ ଥିବା ଏକ ଘରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ନାମ କୁନି ନାଏକ ବୋଲି ଜଣ ପଡ଼ିଛି । ଗତ ୨-୩ ଦିନ ଧରି ତାଙ୍କର ମୃତ ଦେହ ପଡିଥିବାବେଳେ କେହି ଜାଣିପାରି ନଥିଲେ । ତେବେ ସୋମବାର ସକାଳେ ତାଙ୍କର ୪ ବର୍ଷର ଝିଅ ଆର୍ୟା ପାଖରେ ରହୁଥିବା ଶୁଭେନ୍ଦୁ ହୋତାଙ୍କୁ ତାଙ୍କ ମାଆ  ମୁହଁରୁ କିଛି ବାହାରୁଥିବା ପ୍ରକାଶ କରିଥିଲେ । ଘରକୁ ଆସିଦେଖିବାରୁ କୁନିର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଥିଲେ। ଏନେଇ ବଲାଙ୍ଗିର ପୁଲିସକୁ ଖବର କରିବା ପରେ ଘଟଣା ସ୍ଥଳରେ ଆସି ଶବକୁ ଉଦ୍ଧାର କରିଥିଲା । ଟାଉନ ପୁଲିସର ଅନୁରୋଧ କ୍ରମେ ଚାଇଲ୍ଡ ଲାଇନ ଶିଶୁଟିକୁ ଉଦ୍ଧାର କରି ସିଡବ୍ଲୁସି କାର୍ଯ୍ୟଳୟକୁ ନେଇଥିଲେ । ତେବେ କୁନି ଅନେକ ମାତ୍ରାଧିକ ମଦ୍ୟପାନ କରୁଥିଲେ ଓ ଅନେକ ସମୟରେ ତାଙ୍କର ଶରୀର ଅସୁସ୍ଥ ରହୁଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ। ଏନେଇ ଟାଉନ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଉକ୍ତ ମହିଳାଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ମା’ଝିଅ ପ୍ରାୟ ଦେଢ଼ ବର୍ଷ ତଳେ ଏଠାକୁ ଆସିଥିଲେ। ତାଙ୍କର କେହି ନାହାନ୍ତି ବୋଲି ମହିଳା ଜଣଙ୍କ କହିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ତଡ଼ି ଦେଇଥିବା ସେ କହିଥିଲେ। ସେହିପରି ବାପଘର ଲୋକେ ତାଙ୍କୁ ରଖିଲେନି ବୋଲି କହିଥିଲେ। ତାଙ୍କର ଘରଦ୍ୱାର କିଛି ନଥିଲା। ଆମର ଏଠି ଖାଲି ଘରଟେ ଥିଲା। ସେଠାରେ ରହି ନିଜେ ବଞ୍ଚିବା ସହିତ ତା’ ଛୁଆକୁ ମଣିଷ କରିବ ବୋଲି କହିଥିଲେ। ଏଣୁ ଆମେ ତାକୁ ଏଠି ଆଶ୍ରୟ ଦେଇଥିଲୁ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର