୫ ହଜାର ଟଙ୍କାରୁ ଛତୁ ଚାଷ ଆରମ୍ଭ କରି ଏବେ ୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ସଫଳ ମହିଳା ଚାଷୀ ଅନିତା ସାହୁ

The Sakala Picture
Published On

ବଲାଙ୍ଗିର(ଅଭିଳାଷ ହୋତା): ବେସରକାରୀ ସଂସ୍ଥାରେ କାମ କରୁଥିଲେ। ମହିଳାମାନଙ୍କ ଦୁଃଖ, ସମସ୍ୟା ଓ ସେମାନଙ୍କ ସଂଘର୍ଷକୁ ଅତି ନିକଟରୁ ଦେଖିଥିଲେ। ମହିଳାମାନଙ୍କ ପାଇଁ କିଛି କରିବେ, ନିଜେ ସ୍ୱାବଲମ୍ବୀ ହୋଇ ମହିଳାମାନଙ୍କ ପାଇଁ ଘର ପାଖରେ କର୍ମସଂସ୍ଥାନର ବ୍ୟବସ୍ଥା କରିବେ। କିଛି ଏହିଭଳି ଲକ୍ଷ୍ୟ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଲେ। ପରେ ନିଜ ଉଦ୍ୟମରେ ଆରମ୍ଭ କଲେ ଛତୁ ଚାଷ। ୫ଞ୍ଚହଜାର ଟଙ୍କାରେ ଆରମ୍ଭ କରିଥିବା ଛତୁ ଚାଷରୁ ଏବେ ସେ ଗୋଟିଏ ଉତ୍ପାଦନ […]

ବଲାଙ୍ଗିର(ଅଭିଳାଷ ହୋତା): ବେସରକାରୀ ସଂସ୍ଥାରେ କାମ କରୁଥିଲେ। ମହିଳାମାନଙ୍କ ଦୁଃଖ, ସମସ୍ୟା ଓ ସେମାନଙ୍କ ସଂଘର୍ଷକୁ ଅତି ନିକଟରୁ ଦେଖିଥିଲେ। ମହିଳାମାନଙ୍କ ପାଇଁ କିଛି କରିବେ, ନିଜେ ସ୍ୱାବଲମ୍ବୀ ହୋଇ ମହିଳାମାନଙ୍କ ପାଇଁ ଘର ପାଖରେ କର୍ମସଂସ୍ଥାନର ବ୍ୟବସ୍ଥା କରିବେ। କିଛି ଏହିଭଳି ଲକ୍ଷ୍ୟ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଲେ। ପରେ ନିଜ ଉଦ୍ୟମରେ ଆରମ୍ଭ କଲେ ଛତୁ ଚାଷ। ୫ଞ୍ଚହଜାର ଟଙ୍କାରେ ଆରମ୍ଭ କରିଥିବା ଛତୁ ଚାଷରୁ ଏବେ ସେ ଗୋଟିଏ ଉତ୍ପାଦନ ଋତୁରେ ୫ ଲକ୍ଷ ଟଙ୍କାର ଲାଭ କଲେଣି। ଆଗଲପୁର ବ୍ଲକ ଭରସୁଜା ଗାଁର ଉଚ୍ଚଶିକ୍ଷିତା ଅନିତା ସାହୁ ଏବେ ସାଜିଛନ୍ତି ସଫଳ ମହିଳା ଚାଷୀ।

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁର ମହିଳା ଚାଷୀ ଅନିତା ପାଠ ପଢ଼଼ିସାରିବା ପରେ ସେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ। ବରଗଡ଼ ଜିଲ୍ଲା ନୂଆପଡ଼ାର ଅନିତା ଭରସୁଜା ଗାଁର ପଙ୍କଜ ସାହୁଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଏନ୍‌‌ଜିଓରେ କାମ କରିବା ସମୟରେ ଗାଁର ମହିଳାମାନଙ୍କ ଦୁଃଖ, ସଂଘର୍ଷ ବିଷୟରେ ଅବଗତ ଥିଲେ। ଫଳରେ ଗାଁର ମହିଳା ମାନଙ୍କୁ ସଂଗଠିତ ଓ ସ୍ୱାବଲମ୍ବୀ କରିବା ପାଇଁ ଏସ୍‌‌ଏଚ୍‌‌ଜି ଗଠନ କରି ନିଜେ ସଭାପତି ହୋଇଥିଲେ। ପ୍ରଥମ ଥର ପାଇଁ ତାଙ୍କ ଏସ୍‌‌ଏଚ୍‌‌ଜିକୁ ମାତ୍ର ୫୦ ହଜାର ଟଙ୍କାର ଋଣ ମିଳିଥିଲା। ଯାହାକି ମହିଳାମାନେ ନିଜ କାମରେ ଲଗାଇବା ପାଇଁ ଭାଗ କରିଥିଲେ। ଅନିତାଙ୍କ ଭାଗରେ ପଡ଼ିଥିଲା ମାତ୍ର ୫ ହଜାର ଟଙ୍କା। ଏହି ଟଙ୍କାକୁ ସେ ୨୦୧୯ ମସିହାରେ ଛତୁ ଚାଷରେ ଲଗାଇଥିଲେ।

ୟୁ-ଟୁବରୁ ଛତୁ ଚାଷ କୌଶଳ ଶିଖିବା ସହ ତାହା ନିଜ କାମରେ ଲଗାଇଥିଲେ। କମ ଜାଗାରେ ପ୍ରଥମେ ସେ ଛତୁ ଚାଷ କରିଥିଲେ। ଏଥିରେ ତାଙ୍କ ସ୍ୱାମୀ ତାଙ୍କୁ ସହଯୋଗ କରିଥିଲେ। ଛତୁ ଚାଷର ଦୁଇ ପଇସା ତାଙ୍କର ରୋଜଗାର ହୋଇଥିଲା। ପରେ ତାଙ୍କ ସ୍ୱାମୀଙ୍କ ଥିବା ତିନି ଏକର ବିଶିଷ୍ଟ ଏକ ଜାଗାରେ ଛତୁ ଫାର୍ମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ଉକ୍ତ ସ୍ଥାନରେ ଏକ ଆମ୍ବ ବଗିଚା ରହିଥିବା ବେଳେ ସେହିଠାରେ ହିଁ ସେ ଆରମ୍ଭ କରିଥିଲେ ଛତୁଚାଷ। ବର୍ତ୍ତମାନ ସମୟରେ ତାଙ୍କର ଏହି ଛତୁଫାର୍ମରେ ୨୫ ଶହ ଛତୁବେଡ ରହିଛି। ଯେଉଁଥିରେ ପ୍ରତିଦିନ ୧୦ ରୁ ୧୫ କ୍ୱିଣ୍ଟାଲ ଛତୁ ଫୁଟିଥାଏ। କେଜି ୨ଶହ ଟଙ୍କାରେ ଛତୁ ବିକ୍ରୀ ହେଉଥିବା ବେଳେ ପ୍ରତିଦିନ ଖର୍ଚ୍ଚ ପ୍ରାୟ ୭ ହଜାରରୁ ୮ ହଜାର ହୋଇଥାଏ।

ଏହି ଛତୁ ଫାର୍ମରେ କାମ କରିବା ପାଇଁ ସେ ଘର ପାଖରେ ରହୁଥିବା ୧୦ ଜଣ ମହିଳାଙ୍କୁ ନିୟୋଜିତ କରିଛନ୍ତି। ଦୈନିକ ୨ଶହ ଟଙ୍କା ହିସାବରେ ତାଙ୍କୁ ମଜୁରୀ ଦେଇଥାନ୍ତି। ଏହିଭଳି ଭାବେ କେବଳ ଛତୁଚାଷରେ ଗୋଟିଏ ସିଜିନରେ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆୟ ହେଉଥିବା ଅନିତା ସାହୁ କହିଛନ୍ତି। ଛତୁ ଚାଷ ପାଇଁ କୌଣସି ପ୍ରକାର ତାଲିମ ସେନେଇ ନାହାନ୍ତି। ସେହିପରି ଛତୁ ଚାଷରେ ସଫଳ ହେବା ପରେ ମାଛ ଚାଷ ଆରମ୍ଭ କରିଛନ୍ତି। ଛତୁ ଫାର୍ମ ନିକଟରେ ଏକ ଛୋଟ ପୋଖରୀରେ ମାଛ ଚାଷ କରୁଥିବା ବେଳେ ବାର୍ଷିକ ଲକ୍ଷେରୁ ଦୁଇ ଲକ୍ଷ ଟଙ୍କା ମାଛ ଚାଷରୁ ଆୟ ହେଉଥିବା ଅନିତା କହିଛନ୍ତି। ଚଳିତ ବର୍ଷ ସେ ଗେଣ୍ଡୁଫୁଳ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଅନିତା ନିଜେ ସ୍ୱାବଲମ୍ବୀ ହେବା ସହ ତାଙ୍କ ପଡ଼ୋଶୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି।

05 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp