ଚୋର ଧରିବାକୁ ଯାଇଥିବା ପୁଲିସ ଭ୍ୟାନ୍‌କୁ ଢ଼େଲାମାଡ଼

The Sakala Picture
Published On

ଭୁବନେଶ୍ୱର : ମୋବାଇଲ ଚୋରକୁ ଧରିବାକୁ ଯାଇ ଢ଼େଲାମାଡ଼ ଖାଇଲା କମିସନରେଟ୍‍ ପୁଲିସ। ଏଭଳି ଘଟଣା ଘଟିିଛି ଖାରବେଳନଗର ଥାନା ଶାନ୍ତିପଲ୍ଳୀ ବସ୍ତିରେ ଦେଖିବାକୁ ମିଳିଛି। ବସ୍ତିବାସିନ୍ଦାଙ୍କ ପଥର ମାଡ଼ରେ ଦୁଇଟି ପୁଲିସ ଭ୍ୟାନ୍‍ର କାଚ ଭାଙ୍ଗିଛି। ଏଭଳି ଉତ୍ତେଜନା ସମୟରେ ସେଠାରୁ ଆକ୍ରମଣକାରୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ତଳେ ମୋବାଇଲ୍‍ ଚୋରି ହୋଇଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୋବାଇଲର ଆଇଏମ୍‍ଇଆଇ ନମ୍ବରକୁ […]

ଭୁବନେଶ୍ୱର : ମୋବାଇଲ ଚୋରକୁ ଧରିବାକୁ ଯାଇ ଢ଼େଲାମାଡ଼ ଖାଇଲା କମିସନରେଟ୍‍ ପୁଲିସ। ଏଭଳି ଘଟଣା ଘଟିିଛି ଖାରବେଳନଗର ଥାନା ଶାନ୍ତିପଲ୍ଳୀ ବସ୍ତିରେ ଦେଖିବାକୁ ମିଳିଛି। ବସ୍ତିବାସିନ୍ଦାଙ୍କ ପଥର ମାଡ଼ରେ ଦୁଇଟି ପୁଲିସ ଭ୍ୟାନ୍‍ର କାଚ ଭାଙ୍ଗିଛି। ଏଭଳି ଉତ୍ତେଜନା ସମୟରେ ସେଠାରୁ ଆକ୍ରମଣକାରୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ତଳେ ମୋବାଇଲ୍‍ ଚୋରି ହୋଇଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୋବାଇଲର ଆଇଏମ୍‍ଇଆଇ ନମ୍ବରକୁ ଟ୍ରାକ୍‍ କରିବା ପରେ ଚୋର ଶାନ୍ତିିପଲ୍ଲୀ ବସ୍ତିରେ ଥିବା ଜଣାପଡ଼ିଥିଲା। ସନ୍ଧ୍ୟାରେ ଥାନା ଗାଡ଼ି ଚୋର ଧରିବାକୁ ଶାନ୍ତିପଲ୍ଲୀ ବସ୍ତିକୁ ଯାଇଥିଲା।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ବସ୍ତିରେ ଅଭିଯୁକ୍ତ ବସିଥିବା ବେଳେ ପୁଲିସ ଧରିବାକୁ ଯିବାରୁ ସେ ପାଟି କରି ଅନ୍ୟ ଲୋକଙ୍କୁ ଡାକିଥିଲା। ପୁଲିସ ସାଧା ପୋଷାକରେ ଥିବାରୁ ବସ୍ତି ଲୋକେ ଅପହରଣ କରାଯାଉଥିବା ଭାବିଥିଲେ। ପୁଲିସ ବସ୍ତି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଶେଷରେ ସେମାନେ ପୁଲିସ ଉପରେ ଭାରି ପଡ଼ିଥିଲେ। ପୁଲିସ ମାଡ଼ମରିବା ସହ ଗାଡ଼ି ଉପରକୁ ପଥର ପକାଇଥିଲେ। ପଥର ମାଡ଼ ଦେଖି ଚୋର ଧରିବାକୁ ଯାଇଥିବା ପୁଲିସ ପଛଘୁଞ୍ଚା ଦେଇଥିଲେ। ହେଲେ ଏକାଧିକ ପଥର ମାଡ଼ରେ ଗାଡ଼ିର କାଚ ଭାଙ୍ଗି ଯାଇଥିଲା। କଣ୍ଟ୍ରୋଲ ରୁମ୍‍ର ଖବର ପାଇ କ୍ୟାପିଟାଲ ଥାନାର ପିସିଆର ଭ୍ୟାନ୍‍ ଯାଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ବସ୍ତି ଲୋକେ ଛାଡ଼ି ନ ଥିଲେ। ଉକ୍ତ ପିସିଆର ଉପରକୁ ମଧ୍ୟ ଲୋକେ ପଥର ମାଡ଼ କରିଥିଲେ। ବସ୍ତି ଲୋକଙ୍କ ପଥର ମାଡ଼ରେ ୨ଟି ଗାଡ଼ି ଭାଙ୍ଗି ଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

ଖବରପାଇ ପୁଲିସ ଫୋର୍ସ ଯିବା ପରେ ବସ୍ତି ଲୋକେ ଫେରାର ହୋଇଯାଇଛନ୍ତି। ଏନେଇ ପୁଲିସ ଏକ ମାମଲା କରି ତଦନ୍ତ କରୁଛି। ଅନ୍ୟପଟରେ ପୁଲିସ ବସ୍ତି ଲୋକଙ୍କ ନିକଟତର ହେବା ପାଇଁ ବସ୍ତିକୁ ଚାଲ ଅଭିଯାନକୁ ଜୋରଦାର କରୁଛି। ହେଲେ ବସ୍ତି ଲୋକଙ୍କୁ ଏଭଳି ଆଭିମୁଖ୍ୟକୁ ନେଇ ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠୁଛି। ପୁଲିସ କଣ ଶାନ୍ତିିପଲ୍ଲୀ ବସ୍ତିକୁ ଯାଇ ନ ଥିଲା କି ବୋଲି ପ୍ରଶ୍ନ ଉଠୁଛି। ଏନେଇ ଥାନା ଅଧିକାରୀ ଅରୁଣ ସ୍ୱାଇଁ କହିଛନ୍ତି ଯେ, ଅପରାଧୀ ପୁଲିସ ଉପରକୁ ଢେଲାପଥର ମାଡ ମାରିଥିଲେ। ଏଥିରେ ପୁଲିସ କର୍ମଚାରୀ ଆହତ ହୋଇ ନ ଥିବାବେଳେ ଭ୍ୟାନର କାଚ ଭାଙ୍ଗିଯାଇଛି। ଅପରାଧୀମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

30 Oct 2021 By The Sakala

ଚୋର ଧରିବାକୁ ଯାଇଥିବା ପୁଲିସ ଭ୍ୟାନ୍‌କୁ ଢ଼େଲାମାଡ଼

ଭୁବନେଶ୍ୱର : ମୋବାଇଲ ଚୋରକୁ ଧରିବାକୁ ଯାଇ ଢ଼େଲାମାଡ଼ ଖାଇଲା କମିସନରେଟ୍‍ ପୁଲିସ। ଏଭଳି ଘଟଣା ଘଟିିଛି ଖାରବେଳନଗର ଥାନା ଶାନ୍ତିପଲ୍ଳୀ ବସ୍ତିରେ ଦେଖିବାକୁ ମିଳିଛି। ବସ୍ତିବାସିନ୍ଦାଙ୍କ ପଥର ମାଡ଼ରେ ଦୁଇଟି ପୁଲିସ ଭ୍ୟାନ୍‍ର କାଚ ଭାଙ୍ଗିଛି। ଏଭଳି ଉତ୍ତେଜନା ସମୟରେ ସେଠାରୁ ଆକ୍ରମଣକାରୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ତଳେ ମୋବାଇଲ୍‍ ଚୋରି ହୋଇଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୋବାଇଲର ଆଇଏମ୍‍ଇଆଇ ନମ୍ବରକୁ ଟ୍ରାକ୍‍ କରିବା ପରେ ଚୋର ଶାନ୍ତିିପଲ୍ଲୀ ବସ୍ତିରେ ଥିବା ଜଣାପଡ଼ିଥିଲା। ସନ୍ଧ୍ୟାରେ ଥାନା ଗାଡ଼ି ଚୋର ଧରିବାକୁ ଶାନ୍ତିପଲ୍ଲୀ ବସ୍ତିକୁ ଯାଇଥିଲା।

ବସ୍ତିରେ ଅଭିଯୁକ୍ତ ବସିଥିବା ବେଳେ ପୁଲିସ ଧରିବାକୁ ଯିବାରୁ ସେ ପାଟି କରି ଅନ୍ୟ ଲୋକଙ୍କୁ ଡାକିଥିଲା। ପୁଲିସ ସାଧା ପୋଷାକରେ ଥିବାରୁ ବସ୍ତି ଲୋକେ ଅପହରଣ କରାଯାଉଥିବା ଭାବିଥିଲେ। ପୁଲିସ ବସ୍ତି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଶେଷରେ ସେମାନେ ପୁଲିସ ଉପରେ ଭାରି ପଡ଼ିଥିଲେ। ପୁଲିସ ମାଡ଼ମରିବା ସହ ଗାଡ଼ି ଉପରକୁ ପଥର ପକାଇଥିଲେ। ପଥର ମାଡ଼ ଦେଖି ଚୋର ଧରିବାକୁ ଯାଇଥିବା ପୁଲିସ ପଛଘୁଞ୍ଚା ଦେଇଥିଲେ। ହେଲେ ଏକାଧିକ ପଥର ମାଡ଼ରେ ଗାଡ଼ିର କାଚ ଭାଙ୍ଗି ଯାଇଥିଲା। କଣ୍ଟ୍ରୋଲ ରୁମ୍‍ର ଖବର ପାଇ କ୍ୟାପିଟାଲ ଥାନାର ପିସିଆର ଭ୍ୟାନ୍‍ ଯାଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ବସ୍ତି ଲୋକେ ଛାଡ଼ି ନ ଥିଲେ। ଉକ୍ତ ପିସିଆର ଉପରକୁ ମଧ୍ୟ ଲୋକେ ପଥର ମାଡ଼ କରିଥିଲେ। ବସ୍ତି ଲୋକଙ୍କ ପଥର ମାଡ଼ରେ ୨ଟି ଗାଡ଼ି ଭାଙ୍ଗି ଯାଇଛି।

ଖବରପାଇ ପୁଲିସ ଫୋର୍ସ ଯିବା ପରେ ବସ୍ତି ଲୋକେ ଫେରାର ହୋଇଯାଇଛନ୍ତି। ଏନେଇ ପୁଲିସ ଏକ ମାମଲା କରି ତଦନ୍ତ କରୁଛି। ଅନ୍ୟପଟରେ ପୁଲିସ ବସ୍ତି ଲୋକଙ୍କ ନିକଟତର ହେବା ପାଇଁ ବସ୍ତିକୁ ଚାଲ ଅଭିଯାନକୁ ଜୋରଦାର କରୁଛି। ହେଲେ ବସ୍ତି ଲୋକଙ୍କୁ ଏଭଳି ଆଭିମୁଖ୍ୟକୁ ନେଇ ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠୁଛି। ପୁଲିସ କଣ ଶାନ୍ତିିପଲ୍ଲୀ ବସ୍ତିକୁ ଯାଇ ନ ଥିଲା କି ବୋଲି ପ୍ରଶ୍ନ ଉଠୁଛି। ଏନେଇ ଥାନା ଅଧିକାରୀ ଅରୁଣ ସ୍ୱାଇଁ କହିଛନ୍ତି ଯେ, ଅପରାଧୀ ପୁଲିସ ଉପରକୁ ଢେଲାପଥର ମାଡ ମାରିଥିଲେ। ଏଥିରେ ପୁଲିସ କର୍ମଚାରୀ ଆହତ ହୋଇ ନ ଥିବାବେଳେ ଭ୍ୟାନର କାଚ ଭାଙ୍ଗିଯାଇଛି। ଅପରାଧୀମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର