ଦେଢ କୋଟି ଭର୍ତ୍ତି ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ ନେଇ ଚମ୍ପଟ ମାରୁଥିଲେ ଲୁଟେରା, ଅଧାରାସ୍ତାରେ ମାଡି ବସିଲା ପୁଲିସ

The Sakala Picture
Published On

ଢେଙ୍କାନାଳ :  ଏଟିଏମରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ଦେଢ଼ କୋଟି ଟଙ୍କା ନେଇ ପଳାଉଥିବା ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଢେଙ୍କାନାଳ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି । ଲୁଟେରାଙ୍କ ନିକଟରୁ ପୁଲିସ ୪ଟି ଖଣ୍ଡା ଓ ୫ଟି ବନ୍ଧୁକ ଜବତ କରିବା ସହ କୋଟିଏ ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଲୁଟ୍‌ କରିଥିବା  ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ କାବୁ କରିଛି । […]

ଢେଙ୍କାନାଳ :  ଏଟିଏମରେ ଟଙ୍କା ଲୋଡ କରିବାକୁ ଯାଇଥିବା ଟଙ୍କା ସହ ଏକ ଗାଡିକୁ ଅପହରଣ କରି ଦେଢ଼ କୋଟି ଟଙ୍କା ନେଇ ପଳାଉଥିବା ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଢେଙ୍କାନାଳ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି । ଲୁଟେରାଙ୍କ ନିକଟରୁ ପୁଲିସ ୪ଟି ଖଣ୍ଡା ଓ ୫ଟି ବନ୍ଧୁକ ଜବତ କରିବା ସହ କୋଟିଏ ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଲୁଟ୍‌ କରିଥିବା  ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ କାବୁ କରିଛି । ଅନ୍ୟ ଜଣେ ଖସି ପଳାଇଯାଇଥିବା ଜଣାପଡିଛି । ଗିରଫ ତିନି ଜଣ ମଧ୍ୟରୁ ବୌଦ୍ଧ, ଆଠଗଡ଼ ଓ କଟକ ନିଆଳି ଅଂଚଳର ବୋଲି ଜଣାପଡିଛି । ବୌଦ୍ଧ ଅଂଚଳର ଅନ୍ୟ ଜଣେ ଖସି ପଳାଇଛି ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଆଠଗଡ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଲୋଡ୍ କରି ଏକ କ୍ୟାସ୍‌ ଭ୍ୟାନ୍‌ ତିଗିରିଆ ଅଭିମୁଖେ ଯାଉଥିଲା । ରାସ୍ତାରେ ଭୋକ ହେବାରୁ ଏକ ଢ଼ାବା ନିକଟରେ ଅଟକି ଥିଲେ। ଠିକ୍‌ ଏତିକି ବେଳେ ୫ରୁ ୬ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଏକ ଡିଜାୟାର ଗାଡ଼ିରେ ଆସି କ୍ୟାସ୍‌ ଭ୍ୟାନ୍‌ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଭୁଜାଲୀ ଓ ବନ୍ଧୁକ ଦ୍ୱାରା ସୁରକ୍ଷା କର୍ମୀ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଗାଡିକୁ ଲୁଟ୍ କରି ଚମ୍ପଟ ମାରିଥିଲେ । ଏନେଇ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପାଖ ଥାନାକୁ ଖବର ଦେଇଥିଲା। ଏହାରି ମଧ୍ୟରେ ଲୁଟେରାମାନେ ଅପହରଣ କରି ଆଣିଥିବା ଟଙ୍କା ଭର୍ତ୍ତି ଗାଡିକୁ ସପ୍ତଶଯ୍ୟା ନିକଟରେ ଛାଡି ବ୍ୟବହାର କରୁଥିବା ମାରୁତି ଡିଜାୟାର କାରରେ ଏହି ଟଙ୍କା ବାକ୍ସ ନେଇ ଅନୁଗୁଳ ଆଡକୁ ପଳାଉଥିଲେ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ତେବେ ଆଠଗଡ଼ ପୁଲିସ ସୂଚନା ଦେବାରୁ ଢେଙ୍କାନାଳରେ ସଦର ପୁଲିସ ଥାନା ପାଖରେ ଜଗି ରହିଥିଲେ । ଫଳରେ ଡକାୟତ ମାନେ ସେଠାରୁ ଗାଡି ବୁଲାଇ ପଳାଉଥିବାବେଳେ ଟାଉନ ପୁଲିସ ଜଗି ଥିବାରୁ କାମାକ୍ଷାନଗର ରାସ୍ତା ଦେଇ ଗେଙ୍ଗୁଟିଆ ଭିତରେ ବାରଦା ଆଡକୁ ପଳାଇଥିଲେ ।ଏହା ପରେ ପୁଲିସ ଗାଡ଼ି ଉକ୍ତ କାର୍‌କୁ ପିଛା କରିଥିଲା। ପାଖାପାଖି ୩୦ରୁ ୪୦ ମିନିଟ୍‌ ପିଛା କରିବା ପରେ ଦୁର୍ବୃତ୍ତମାନେ କାର୍‌ଟିକୁ ବ୍ରହ୍ମଣୀ ନଦୀ କୂଳରେ ଛାଡ଼ି ଟଙ୍କା ଧରି ପଳାଇବାକୁ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ମିଳିତ ଭାବେ ୩ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ପୁଲିସ୍‌ ସେମାନଙ୍କୁ ଅଟକ ରଖି କୋଟିଏ ୫ ଲକ୍ଷ ଟଙ୍କା ଜବତ କରିଛି। ତେବେ ୪ର୍ଥ ଅଭିଯୁକ୍ତ ତା’ ଭାଗ ଟଙ୍କା ଧରି ବିଲ ରାସ୍ତା ଦେଇ ଚମ୍ପଟ ମାରିଛି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ ସେମାନଙ୍କଠାରୁ ୪ଟି ପିସ୍ତଲ ଜବତ କରିଛି। କ୍ୟାସ୍‌ ଭ୍ୟାନ୍‌ରୁ କୋଟିଏ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ତେବେ କୋଟିଏ ୫ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ବାକି ଅର୍ଥ ୪ର୍ଥ ଅଭିଯୁକ୍ତ ନେଇ ପଳାଇ ଯାଇଥିବା ପୁଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

ଅନ୍ୟପଟେ ଏହି ଘଟଣା ପରେ ପୁଲିସ ଡିଜି ଅଭୟ ଏକ ଭିଡିଓ ବାର୍ତ୍ତା ଜାରି କରି ଢେଙ୍କାନାଳ ଏବଂ କଟକ ପୁଲିସକୁ ଧନ୍ୟବାଦ୍‌ ଦେବା ସହ ଏହି ଘଟଣାରେ ମୋଟ୍‌ ୩ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର୍‌ ହୋଇଛି ବୋଲି କହିଛନ୍ତି। ପୁଲିସ ଏହି ଲୁଟ୍‌ ଘଟଣାରେ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି ଏବଂ ଅନ୍ୟଜଣେ ଅଭିଯୁକ୍ତକୁ ଖୁବ୍‌ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର